ଜାତୀୟ

ବାୟୁସେନାର ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ: ୨ପାଇଲଟ ଶହୀଦ

ଜୟପୁର, ୨୮ା୭: ଭାରତୀୟ ବାୟୁସେନା(ଆଇଏଏଫ୍‌)ର ଏକ ମିଗ୍‌-୨୧ ଯୁଦ୍ଧବିମାନ ରାଜସ୍ଥାନର ବାର୍ମର ଜିଲାରେ ଗୁରୁବାର ରାତି ୯ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨ପାଇଲଟଙ୍କ ମୃତ୍ୟୁ ହୋଇଛି। ବାୟଟୋର ଭିମ୍‌ଦା ଗ୍ରାମରେ ବିମାନଟି ଖସିପଡ଼ିଥିବା ନେଇ ଜିଲାପାଳ ଲୋକ ବନ୍ଧୁ ସୂଚନା…

ନୌସେନାରେ ସାମିଲ ହେଲା ବିକ୍ରାନ୍ତ

ନୂଆଦିଲ୍ଲୀ,୨୮।୭: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତର ପ୍ରଥମ ଯୁଦ୍ଧବିମାନବାହୀ ରଣତରୀ ବିକ୍ରାନ୍ତକୁ ଗୁରୁବାର ନୌସେନାକୁ ହସ୍ତାନ୍ତର କରାଯାଇଛି। କୋଚି ସ୍ଥିତ ଶିପ୍‌ୟାର୍ଡରୁ ଏହା ନୌସେନାରେ ସାମିଲ ହୋଇ ଏକ ଇତିହାସ ସୃଷ୍ଟି କରିଛି। ଭାରତୀୟ ନୌସେନାର ଇନ୍‌ହାଉସ ଡାଇରେକ୍ଟୋରେଟ୍‌ ଅଫ୍‌ ନାଭାଲ…

ଇଣ୍ଟରନ୍ୟାଶନାଲ ମ୍ୟାଥମେଟିକାଲ୍‌ ଅଲିମ୍ପିଆଡ୍‌: ୩ ସ୍ବର୍ଣ୍ଣ ଜିତିଲେ ବେଙ୍ଗାଲୁରୁ ଛାତ୍ର

ନୂଆଦିଲ୍ଲୀ,୨୮।୭: ଇଣ୍ଟରନ୍ୟାଶନାଲ ମ୍ୟାଥମେଟିକାଲ୍‌ ଅଲିମ୍ପିଆଡ(ଆଇଏମ୍‌ଓ)ରେ ବେଙ୍ଗାଲୁରୁ ଛାତ୍ର ପ୍ରାଞ୍ଜଲ ଶ୍ରୀବାସ୍ତବ ପ୍ରଥମ ଭାରତୀୟ ଭାବେ ୩ଟି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଜୁଲାଇ ୧୧ ଓ ୧୨ରେ ଅସ୍‌ଲୋଠାରେ ଇଣ୍ଟରନ୍ୟାଶନାଲ ମ୍ୟାଥମେଟିକାଲ୍‌ ଅଲିମ୍ପିଆଡ(ଆଇଏମ୍‌ଓ) ହୋଇଥିଲା। ଆଇଏମ୍‌ଓ ହଲ୍‌-ଅଫ୍‌-ଫେମ୍‌ରେ ପ୍ରାଞ୍ଜଲଙ୍କ ନାମ ସ୍ଥାନିତ…

‘ପୁଅର ସାଂଜ୍ଞା ସ୍ଥିର କରିବାର ଅଧିକାର ରହିଛି କେବଳ ମା’ର’

ନୂଆଦିଲ୍ଲୀ,୨୮।୭: ଜନ୍ମଦାତା ପିତାଙ୍କ ମୃତ୍ୟୁ ପରେ ସ୍ତ୍ରୀ ଦ୍ୱିତୀୟ ବିବାହ କଲେ ସେ ପିଲାର ସାଂଜ୍ଞା ସମ୍ପର୍କରେ ନିଷ୍ପତ୍ତି ନେଇପାରିବେ ଓ ତାଙ୍କୁ ନୂଆ ପରିବାରରେ ସାମିଲ କରିପାରିବେ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଛନ୍ତି। ଦ୍ୱିତୀୟ ସ୍ବାମୀଙ୍କ ସାଂଜ୍ଞା ରଖିବାରେ କିଛି…

ବିଚାରପତି ହତ୍ୟା ମାମଲାରେ ୨ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ: ଅଗଷ୍ଟ ୬ରେ ପରବର୍ତ୍ତୀ ଶୁଣାଣି

ଧାନବାଦ,୨୮।୭: ଝାଡ଼ଖଣ୍ଡର ଧାନବାଦ ଅତିରିକ୍ତ ଜିଲା ଜଜ୍‌ ଉତ୍ତମ ଆନନ୍ଦଙ୍କୁ ଅଟୋ ମଡ଼ାଇ ହତ୍ୟା ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଗୁରୁବାର ୨ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଗଷ୍ଟ ୬ରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଉଭୟ ଦୋଷୀଙ୍କ ଦଣ୍ଡବିଧାନ ନେଇରାୟ ପ୍ରକାଶ…

ପବ୍‌ଜି ପରେ ପ୍ଲେ-ଷ୍ଟୋରରୁ ହଟିଲା ବିଜିଏମ୍‌ଆଇ ଗେମ୍‌

ନୂଆଦିଲ୍ଲୀ,୨୭।୭: ମୋବାଇଲ୍‌ରେ ଅନ୍‌ଲାଇନ୍‌ ଗେମ୍‌ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମଲ୍ଟିପ୍ଲେୟାର ଯୁଦ୍ଧ ମୋବାଇଲ ଗେମ୍‌ ବ୍ୟାଟଲଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ(ବିଜିଏମ୍‌ଆଇ) ଏବେ ଗୁଗୁଲ ପ୍ଲେ-ଷ୍ଟୋର ଏବଂ ଆପଲ ଆପ୍‌ ଷ୍ଟୋରରୁ ହଟିଛି। ଏହାକୁ ଏବେ ଆଣ୍ଡ୍ରଏଡ୍‌ ଏବଂ…

୧୭ ବର୍ଷ ବୟସରେ ଭୋଟ ପରିଚୟପତ୍ର ପାଇଁ କରିପାରିବେ ଆବେଦନ

ନୂଆଦିଲ୍ଲୀ,୨୮।୭: ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଭୋଟର ତାଲିକାରେ ନିଜ ନାଁ ପଞ୍ଜୀକରଣ କରିବାକୁ ଆଉ ଅପେକ୍ଷା କରିବାକୁ ପଡ଼ିବନାହିଁ। ଯାହାଙ୍କ ବୟସ ୧୭ ବର୍ଷ ହୋଇସାରିଛି, ସେମାନେ ଚାହିଁଲେ ଭୋଟର ପରିଚୟପତ୍ର ପାଇଁ ଆବେଦନ କରିପାରିବେ। ଭାରତୀୟ ନିର୍ବାଚନ…

ମନ୍ତ୍ରୀ ପରେ ଟିଏମ୍‌ସିର ସମସ୍ତ ପଦରୁ ନିଲମ୍ବିତ ହେଲେ ପାର୍ଥ ଚାଟାର୍ଜୀ

କୋଲକାତା,୨୮।୭: ଶିକ୍ଷକ ନୁଯୁକ୍ତି ଦୁର୍ନୀତିରେ ପାର୍ଥ ଚାଟାର୍ଜୀଙ୍କ ନାମ ଆସିବା ପରେ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବଡ଼ ଆକ୍ସନ ନେଇଛନ୍ତି। ଗୁରୁବାର ଦ୍ୱିପ୍ରହରରେ ମନ୍ତ୍ରୀ ପଦରୁ ହଟାଯିବା ପରେ ପାର୍ଥ ଚାଟାର୍ଜୀଙ୍କୁ ଟିଏମ୍‌ସିରୁ ମଧ୍ୟ ନିଲମ୍ବିତ କରାଯାଇଛି।…

ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପରେ କ’ଣ କହିଲେ ମମତା

କୋଲକାତା,୨୮ ।୭: ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି । ସବ୍ରୁଆଡୁ ଦାବି ହେବା ପରେ ମମତା ପାର୍ଥଙ୍କୁ ତାଙ୍କ କ୍ୟାବିନେଟରୁ ବାହାର କରି ଦେଇଛନ୍ତି…

ନେଗେଟିଭ୍‌ ଆସିବା ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ‘ମଙ୍କିପକ୍ସ’ଆକ୍ରାନ୍ତ

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ(ଏଲ୍‌ଏନ୍‌ଜେପି) ହସ୍ପିଟାଲରେ ଭର୍ତ୍ତି ହୋଇଥିବା ‘ମଙ୍କିପକ୍ସ’ଆକ୍ରାନ୍ତଙ୍କ ରିର୍ପୋଟ ଗୁରୁବାର ନେଗେଟିଭ୍‌ ଆସିଛି। ନେଗେଟିଭ୍‌ ରିପୋର୍ଟ ଆସିବା ପରେ ଯୁବକଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଏନେଇ ଏଲ୍‌ଏନ୍‌ଜେପି ହସ୍ପିଟାଲ ନିର୍ଦ୍ଦେଶକ ଡା.ସୁରେଶ କୁମାର ଏହି ସୂଚନା ଦେଇଛନ୍ତି।…

ମାଙ୍କଡ ଭଳି ସବୁଦିନ ଡିଆଁ କୁଦା କରୁଛନ୍ତି ରାଜଭର: ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ଲକ୍ଷ୍ନୌ,୨୮ ।୭: ସୁହେଲଦେବ ଭାରତୀୟ ସମାଜ ପାର୍ଟି(ସୁଭାସପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ଓ ସମାଜବାଦୀ ପାର୍ଟି(ସପା) ମଧ୍ୟରେ ତଲାକ ହୋଇଯାଇଛି । ଏହାପରେ ରାଜଭର ଏବେ ସପା ନେତାଙ୍କ ଟାର୍ଗେଟକୁ ଚାଲି ଆସିଛନ୍ତି । ସମାଜବାଦୀ ପାର୍ଟି ନେତା…

ମନ୍ତ୍ରୀ ପଦରୁ ହଟିଲେ ପାର୍ଥ ଚାଟାର୍ଜୀ

କୋଲକତା,୨୮।୭: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି। ଇଡି ଦ୍ୱାରା ଗିରଫ ହେବା ପରେ ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇବାକୁ ଦାବି ହୋଇଥିଲା। ଗୁରୁବାର ମମତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?