ଜାତୀୟ

ଗାୟିକା ଜଶ୍ମିନ୍‌ଙ୍କୁ ହତ୍ୟା ଧମକ ପରେ ମିଳିଲା ସୁରକ୍ଷା

ନୂଆଦିଲ୍ଲୀ,୯ା୧୦: ଲୋକପ୍ରିୟ ପଞ୍ଜାବୀ ଗାୟିକା ଜଶ୍ମିନ୍‌ ସାଣ୍ଡଲାସ୍‌ଙ୍କୁ ହତ୍ୟା ଧମକ ମିଳିଛି। ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ତରଫରୁ ଏହି ଧମକ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏକ ଅନ୍ତର୍ଜାତୀୟ ନମ୍ବରରୁ ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଥିବା ଜଣାପଡିଛି।…

ବିଧାନସଭା ନିର୍ବାଚନ ତାରିଖକୁ ସ୍ବାଗତ କଲେ ରାଜନୈତିକ ଦଳ, ନିଜ ନିଜର ବିଜୟ ଦାବି କଲା ଭାଜପା-କଂଗ୍ରେସ

ନୂଆଦିଲ୍ଲୀ,୯।୧୦: ନିର୍ବାଚନ ଆୟୋଗ ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ରାଜନୈତିକ ଦଳର ନେତାମାନେ ମତଦାନ ତାରିଖକୁ ସ୍ବାଗତ କରିଛନ୍ତି। ସମସ୍ତେ ନିଜ ନିଜର ବିଜୟ ଦାବି କରି ପରସ୍ପରକୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ…

ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ କରିବାକୁ ପ୍ରସ୍ତୁତ ଭାରତ-ତାଞ୍ଜାନିଆ

ନୂଆଦିଲ୍ଲୀ,୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ତାଞ୍ଜାନିଆର ରାଷ୍ଟ୍ରପତି ସାମିଆ ସୁଲୁହୁ ହସନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହି ସମୟରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ମଧ୍ୟ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଞ୍ଜାନିଆର…

ଇସ୍ରାଏଲ-ହମାସ ଯୁଦ୍ଧ: କ୍ଷତି ସହିବେ ଭାରତୀୟ ରପ୍ତାନିକାରୀ…

ନୂଆଦିଲ୍ଲୀ,୯।୧୦ : ଭାରତୀୟ ରପ୍ତାନିକାରୀମାନଙ୍କୁ ଇସ୍ରାଏଲ ଏବଂ ହମାସ ଯୁଦ୍ଧରେ କ୍ଷତି ସହିବାକୁ ପଡ଼ିବ। ଭାରତ ଇସ୍ରାଏଲକୁ ବହୁ ପରିମାଣର ସାମଗ୍ରୀ ରପ୍ତାନି କରେ। ବିଶେଷଜ୍ଞମାନେ କହିଛନ୍ତି ଯୁଦ୍ଧ ଯୋଗୁ ରପ୍ତାନିକାରୀମାନଙ୍କୁ ଅଧିକ ବୀମା ପ୍ରିମିୟମ ଏବଂ ପରିବହନ ଖର୍ଚ୍ଚର ସାମ୍ନା…

ପାଞ୍ଚ ରାଜ୍ୟର ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ନଭେମ୍ବର ୭ରେ ମିଜୋରାମରେ ଭୋଟ, ଡିସେମ୍ବର ୩ରେ ଗଣତି

ନୂଆଦିଲ୍ଲୀ,୯।୧୦: ପାଞ୍ଚଟି ରାଜ୍ୟରେ ୬୭୯ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ନଭେମ୍ବରରେ ହେବ ନିର୍ବାଚନ। ମିଜୋରାମରେ ୭ ନଭେମ୍ବର, ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଅର୍ଥାତ୍‌ ନଭେମ୍ବର ୭ ଓ ୧୭ରେ ହେବ ନିର୍ବାଚନ। ସେହିପରି…

ପାଞ୍ଚ ରାଜ୍ୟର ବିଧାନ ସଭା ନିର୍ବାଚନ, ଏଥର ୬୦ ଲକ୍ଷ ନୂଆ ଯୁବ ଭୋଟର ଦେବେ ଭୋଟ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେଉଁ ରାଜ୍ୟରେ କେତେ ଲୋକ ଭୋଟ ଦେବାକୁ ଯାଉଛନ୍ତି। ସେ କହିଛନ୍ତି ଯେ ଏଥର ୬୦ ଲକ୍ଷ ଯୁବ ଭୋଟର ପ୍ରଥମ ଥର ପାଇଁ…

ଆମେ ହସ୍ତକ୍ଷେପ କଲେ ନିର୍ବାଚନରେ ହେବ ବିଳମ୍ବ, କଂଗ୍ରେସର ଆବେଦନ ନେଇ ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୯।୧୦ : ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ର ପ୍ରଥମ ସ୍ତରୀୟ ଯାଞ୍ଚ’ ପାଇଁ ଦିଲ୍ଲୀ କଂଗ୍ରେସର ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସ ଦଳ ଇଭିଏମ ଏବଂ ଭୋଟର ଭେରିଫାଏଡ ପେପର…

ଭାଜପା ମୁସଲମାନମାନଙ୍କ ବିରୋଧୀ ନୁହେଁ , ମୌଳବାଦୀ ମାନସିକତା ବିରୋଧୀ: ସୁଧାଶୁଂ ତ୍ରିବେଦୀ…

ବୁରହାନପୁର,୯।୧୦ : ଭାଜପା ମୁଖପାତ୍ର ତଥା ରାଜ୍ୟସଭା ସଦସ୍ୟ ସୁଧାଶୁଂ ତ୍ରିବେଦୀ ମଧ୍ୟପ୍ରଦେଶର ନିମାଡ ଅଞ୍ଚଳ ଗସ୍ତରେ ଯାଇ ବୁରହାନପୁରରେ ଦଳର ସମ୍ମିଳନୀରେ ସେ କହିଛନ୍ତି କିଛି ଲୋକ କହୁଛନ୍ତି ଆମେ ମୁସଲମାନମାନଙ୍କ ବିରୁଦ୍ଧରେ କହୁଛୁ। ମୁଁ କହିବାକୁ ଚାହେଁ ଭାଜପା…

ଚନ୍ଦ୍ରବାବୁଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ

ଅମରାବତୀ,୯।୧୦: ଆନ୍ଧ୍ୟ ପ୍ରଦେଶ ହାଇକୋର୍ଟ ଟିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଜାମିନ ଆବେଦନକୁ ଇନର ରିଂଗ ରୋଡ, ଫାଇବର ନେଟ ଏବଂ ଅଂଗୁଲ୍ଲୁ ୩୦୭ ମାମଲାରେ ଖାରଜ କରି ଦେଇଛନ୍ତି।

ବିଧାନସଭା ତାରିଖ ଘୋଷଣା ପୂର୍ବରୁ ଶିବରାଜ କହିଲେ, ଯାହା କହିଥିଲୁ ତାହା କରିଛୁ

ଭୋପାଳ,୯୧୦: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଭାରତର ର୍ନିବାଚନ ଆୟୋଗ ସୋସିଆଲ ମିଡିଆ ସାଇଟରେ ପୋଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି- ଯାହା ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପାଳନ କରାଯାଇଛି। ମୁଁ ପ୍ରତିଶ୍ରୁତି ଦେଇଥିଲି…

ଇନ୍ଦୋରରେ ଭାଜପା-କଂଗ୍ରେସ କୋଳାକୋଳି, ସୋସିଆଲ ମିଡିଆରେ ଭାଇରାଲ…

ଇନ୍ଦୋର,୯।୧୦ : ମଧ୍ୟପ୍ରଦେଶର ଆର୍ଥିକ ରାଜଧାନୀ ଇନ୍ଦୋରରେ ରାଜନୀତିର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଯାହା ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିଛି। ବାସ୍ତବରେ, କଂଗ୍ରେସ ଏବଂ ଭାଜପାର ଦୁଇ ବଡ ନେତା ରାଜନୀତି ଭିନ୍ନ ଭିନ୍ନ ଚିନ୍ତାଧାରା ଛାଡି ପରସ୍ପରକୁ…

ହିନ୍ଦୁଙ୍କୁ ବିରୋଧ କରିବାର ବ୍ରାଣ୍ଡ ଆମ୍ବାସଡ଼ର ହେଉଛନ୍ତି ଦିଗବିଜୟ: ଭାଜପା…

ଭୋପାଳ,୯।୧୦ : ମଧ୍ୟପ୍ରଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦିଗବିଜୟ ସିଂଙ୍କ ମନ୍ତବ୍ୟ ଏକ ଆଲୋଡ଼ନ ସୃଷ୍ଟି କରିଛି। ସେ ପ୍ରଧାନମନ୍ତ୍ରୀଙ୍କୁ ରାବଣ ବୋଲି କହି କଟାକ୍ଷ କରିଛନ୍ତି। ଏନେଇ ଭାଜପା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?