ଜାତୀୟ

ମରାଠା ସଂରକ୍ଷଣର ଦାବି ମଧ୍ୟରେ ମୁଖ୍ୟମନ୍ତ୍ରୀ ଶିନ୍ଦେଙ୍କ ଶିବିରରେ ଝଡ, ଇସ୍ତଫା ଦେଲେ ୨ ଏମ୍‌ପି

ମୁମ୍ବାଇ,୩୧।୧୦: ମରାଠା ସଂରକ୍ଷଣ ଦାବି ଏବଂ ପ୍ରଦର୍ଶନ ମଧ୍ୟରେ ମରାଠା ସମ୍ପ୍ରଦାୟ ସହ ଏକତା ଦେଖାଇବା ପାଇଁ ହଙ୍ଗୋଲିରୁ ଶିବସେନା ଲୋକସଭା ଏମ୍‌ପି ହେମନ୍ତ ପାଟିଲ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ଦିଲ୍ଲୀର ଲୋକସଭା ସଚିବାଳୟକୁ ପଠାଇଛନ୍ତି। ଏହି ସମୟରେ…

ସଦସ୍ୟତା ଫେରିପାଇବାର ୨ ମାସ ବିତିଗଲାଣି, ହେଲେ ଏ ପର୍ଯ୍ୟନ୍ତ ସରକାରୀ ବଙ୍ଗଳାକୁ ଫେରିନାହାନ୍ତି ରାହୁଲ

ନୂଆଦିଲ୍ଲୀ,୩୧।୧୦: ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରୋକ ଲାଗିବା ପରେ ତାଙ୍କ ସଂସଦ ସଦସ୍ୟତା ଫେରିପାଇବାର ଦୁଇ ମାସରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ରାହୁଲ ଗାନ୍ଧୀ ତାଙ୍କ ପୁରୁଣା ସରକାରୀ ବଙ୍ଗଳାକୁ ଫେରିନାହାଁନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଷ୍ଟାଚ୍ୟୁ ଅଫ ୟୁନିଟିରେ ପହଞ୍ଚି ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ଭୋପାଳ,୩୧।୧୦: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଜୁରାଟ ଗସ୍ତର ଦ୍ୱିତୀୟ ଦିନ। ମଙ୍ଗଳବାର ସକାଳେ ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ସେ କେବାଡିଆରେ ଷ୍ଟାଚ୍ୟୁ ଅଫ ୟୁନିଟିରେ ପହଞ୍ଚିଛନ୍ତି। ଏଠାରେ ସେ ଦେଶର ପ୍ରଥମ ଗୃହମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।…

ମୁକେଶ ଅମ୍ବାନୀଙ୍କୁ ପୁଣି ହତ୍ୟା ଧମକ: ୪୦୦ କୋଟି ଟଙ୍କା ଦାବି

ମୁମ୍ବାଇ,୩୧।୧୦: ଏସିଆ ଏବଂ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ତୃତୀୟ ଥର ପାଇଁ ହତ୍ୟା ଧମକ ମିଳିଛି। ଇମେଲ୍‌ ଯୋଗେ ଏହି ଧମକ ଦିଆଯାଇଛି। ଏଥର ଧମକ ଦେଉଥିବା ବ୍ୟକ୍ତି ୪୦୦ କୋଟି ଟଙ୍କା ମାଗିଛନ୍ତି। ଏହାପୂର୍ବରୁ ମୁକେଶ…

ଇଡି ଅଫିସରେ ଗେହଲଟ୍‌ଙ୍କ ପୁଅ

ନୂଆଦିଲ୍ଲୀ,୩୧ା୧୦ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ପୁଅ ବୈଭବ ଗେହଲଟ୍‌ଙ୍କୁ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜେରା କରାଯାଇଛି। ଏକ ବିଦେଶୀ ବିନିମୟ ପରିଚାଳନା ଆଇନ (ଏଫ୍‌ଇଏମ୍‌ଏ) ଉଲ୍ଲଂଘନ ମାମଲାରେ ହାଜର ହେବା ପାଇଁ ବୈଭବଙ୍କୁ ସଂଘୀୟ ଏଜେନ୍ସି…

ସୂଚନା କମିଶନ ପଦବୀ ପୂରଣ କର

ନୂଆଦିଲ୍ଲୀ,୩୧ା୧୦: କେନ୍ଦ୍ରୀୟ ସୂଚନା କମିଶନ (ସିଆଇସି) ଏବଂ ରାଜ୍ୟ ସୂଚନା କମିଶନ (ଏସ୍‌ଆଇସି)ଗୁଡ଼ିକରେ ଖାଲିଥିବା ପଦବୀଗୁଡ଼ିକୁ ପୁରଣ କରିବା ପାଇଁ ପଦକ୍ଷେପ ନେବା ସକାଶେ ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟଥା ୨୦୦୫ରେ ପ୍ରଣୀତ ସୂଚନା…

ଗଛକୁ ପିଟିଲା କାର୍‌: ଗୋଟିଏ ପରିବାର ସଫା

ଲକ୍ଷ୍ନୌ,୩୧।୧୦: ଉତ୍ତରପ୍ରଦେଶର ହାରଦୋଇରେ ଏକ ଅଭାବନୀୟ ଘଟଣା ଘଟିଛି। ହାରଦୋଇର ସାୟାଜପୁର କୋଟୱାଲୀ ଅନ୍ତର୍ଗତ ବିଲହୌର-କାଟ୍ରା ରାସ୍ତାରେ ଏକ ଅନିୟନ୍ତ୍ରିତ କାର ଗଛ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଚାରି ବର୍ଷର ଶିଶୁ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ…

କୋଚି ବିସ୍ଫୋରଣ: ହମାସ୍‌ ନେତାଙ୍କ ମନ୍ତବ୍ୟର ତଦନ୍ତ ହେବ

କୋଚି,୩୧ା୧୦: କେରଳର ଏର୍ନାକୁଲମ୍‌ ଜିଲା କୋଚି ନିକଟସ୍ଥ କଲାମସେରିରେ ଥିବା ଜମ୍‌ରା ଇଣ୍ଟରନ୍ୟାଶନାଲ କନ୍‌ଭେନ୍‌ଶନ ସେଣ୍ଟରରେ ସୋମବାର ସିରିଏଲ ବ୍ଲାଷ୍ଟ ପାଇଁ ନିଜକୁ ଦାୟୀ କରିଥିବା ଡୋମିନିକ୍‌ ମାର୍ଟିନ୍‌ଙ୍କୁ ସୋମବାର ଆନୁଷ୍ଠାନିକ ଭାବେ ଗିରଫ କରାଯାଇଛି। ଜେହୋଭା ଓ୍ବିଟ୍‌ନେସ୍‌ ସମ୍ମିଳନୀର ତୃତୀୟ…

‘କେଜ୍‌ରିୱାଲଙ୍କୁ ଭୟ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି’

ନୂଆଦିଲ୍ଲୀ,୩୧।୧୦: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମନା କରିବା ପରେ ଜାତୀୟ ରାଜଧାନୀରେ ରାଜନୀତି ଚରମ ସୀମାରେ ପହଞ୍ଚିଛି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଇଡି ନୋଟିସ ମିଳିଛି।…

ଆଠ ଫୁଟ ଉଚ୍ଚ ସୁବର୍ଣ୍ଣ ସିଂହାସନରେ ବସିବେ ପ୍ରଭୁ ଶ୍ରୀରାମ: ୧୫ ଡିସେମ୍ବର ସୁଦ୍ଧା ଶେଷ ହେବ ସିଂହାସନ କାର୍ଯ୍ୟ

ଅଯୋଧ୍ୟା,୩୧।୧୦: ନୂତନ ମନ୍ଦିରରେ ଭଗବାନ ଶ୍ରୀ ରାମ ଆଠ ଫୁଟ ଉଚ୍ଚ ସୁବର୍ଣ୍ଣ ସିଂହାସନରେ ବସିବେ। ଏଥିପାଇଁ ରାଜସ୍ଥାନରେ ଏକ ମାର୍ବଲ ସିଂହାସନ ପ୍ରସ୍ତୁତ କରାଯାଉଛି। ଏହି ସିଂହାସନ ସୁନାରେ ଆବୃତ ହେବ। ଏହା ୧୫ ଡିସେମ୍ବର ସୁଦ୍ଧା ଅଯୋଧ୍ୟାରେ ପହଞ୍ଚିବ।…

କଙ୍ଗନାଙ୍କ ସହ ଫିଲ୍ମ‘ତେଜସ’ ଦେଖିବେ ଯୋଗୀ ଆଦିତ୍ୟନାଥ

ମୁମ୍ବାଇ/ଲକ୍ଷ୍ନୌ,୩୧।୧୦: ଅକ୍ଟୋବର ୩୧, ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଫିଲ୍ମ ‘ତେଜସ’ ଦେଖିବେ। ଏହି ସମୟରେ ଅଭିନେତ୍ରୀ କଙ୍ଗନା ରାନାୱତ ମଧ୍ୟ ଉପସ୍ଥିତ ରହିବେ। କଙ୍ଗନାଙ୍କ ଫିଲ୍ମର ସ୍ବତନ୍ତ୍ର ସ୍କ୍ରିନିଂ ଲୋକ ଭବନ ଅଡିଟୋରିୟମରେ…

କନ୍ଦାଇଲାଣି ପିଆଜ, ଦିଲ୍ଲୀ ରିଟେଲ ମାର୍କେଟରେ କିଲୋ ପ୍ରତି ଦାମ ୭୮ ଟଙ୍କା

ନୂଆଦିଲ୍ଲୀ,୩୧।୧୦: ପିଆଜ ଦର ଏବେ ଲୋକଙ୍କ ଆଖିରୁ ଲୁହ ଆଣିଲାଣି। ସରକାରୀ ତଥ୍ୟ ଅନୁଯାୟୀ, ଦିଲ୍ଲୀ ଏନସିଆରର ଖୁଚୁରା ବଜାରରେ ପିଆଜର ହାରାହାରି ମୂଲ୍ୟ କିଲୋଗ୍ରାମ ପିଛା ୭୮ ଟଙ୍କାରେ ପହଞ୍ଚିଛି। ଉପଭୋକ୍ତା ବ୍ୟାପାର ବିଭାଗର ମୂଲ୍ୟ ମନିଟରିଂ ଡିଭିଜନ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?