ଜାତୀୟ

ସମାନ ନାମଧାରୀ ପ୍ରାର୍ଥୀଙ୍କୁ ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍‌ ଦେଇ ହେବନି

ନୂଆଦିଲ୍ଲୀ,୪ା୫: କୌଣସି ରାଜନେତାଙ୍କ ନାଁ ଅନ୍ୟ ପ୍ରାର୍ଥୀଙ୍କ ସହ ସମାନ ହୋଇଥିଲେ, ତାହା ତାଙ୍କ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଅଧିକାରକୁ ପ୍ରଭାବିତ କରେନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେଣୁ ଜଣେ ପ୍ରାର୍ଥୀଙ୍କର ଅନ୍ୟ ରାଜନେତାଙ୍କ ସହ ସମାନ ନାଁ ରହିଥିଲେ, ତାଙ୍କୁ ନିର୍ବାଚନରୁ…

କେନ୍ଦ୍ରକୁ ତଥ୍ୟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪ା୫: ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଆଇନରେ ଜାରି ହୋଇଥିବା ନୋଟିସ ଏବଂ ଗିରଫଦାରି ସମ୍ପର୍କିତ ସବିଶେଷ ତଥ୍ୟ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନାଗରିକଙ୍କୁ ସେମାନଙ୍କ ସ୍ବାଧୀନତାରୁ ବଞ୍ଚତ୍ତ କରାଇ ହଇରାଣ କରାଯାଉଥିଲେ, ସେଥିରୁ ସୁରକ୍ଷା…

ଏଚ୍‌.ଡି. ରେଭନ୍ନାଙ୍କ ବିରୋଧରେ ଅପହରଣ, ଅସଦାଚରଣ ଅଭିଯୋଗ

ମହୀଶୂର,୪ା୫: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ ନେତା ଏଚ୍‌.ଡି. ରେଭନ୍ନା ତାଙ୍କ ଘରେ ଚାକରାଣୀ ଭାବେ କାମ କରୁଥବା ଜଣେ ମହିଳାଙ୍କୁ ଅପହରଣ କରିନେଇ ଯୌନ ନିର୍ଯାତନା ଦେଇଥିବା ତାଙ୍କ ପୁଅ ଅଭିଯୋଗ ଆଣିଛନ୍ତି। ଅପହରଣରେ ରେଭନ୍ନାଙ୍କର ଜଣେ ପୂର୍ବତନ…

କଂଗ୍ରେସ ଗଡ଼ରେ ବିଗ୍‌ ଫାଇଟ୍‌

ରାଏବରେଲି/ନୂଆଦିଲ୍ଲୀ,୪ା୫, (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ସର୍ବପୁରାତନ ଦଳ କଂଗ୍ରେସ ଶୁକ୍ରବାର ସକାଳେ ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଦୁଇ ହାଇପ୍ରୋଫାଇଲ ଆସନରେ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କଲା। ରାଏବରେଲିରୁ ରାହୁଲ ଗାନ୍ଧୀ ଓ ଅମେଠିରୁ କିଶୋରୀ ଲାଲ୍‌ ଶର୍ମାଙ୍କ ନାମ…

ବିଶ୍ୱର ୪୬% ଆଜ୍‌ମା ମୃତ୍ୟୁ ଭାରତରେ ଘଟୁଛି, ପ୍ରତିବର୍ଷ ୨ ଲକ୍ଷ ଲୋକ ହରାଉଛନ୍ତି ଜୀବନ

ନୂଆଦିଲ୍ଲୀ,୩ା୫: ଭାରତରେ ପ୍ରତିବର୍ଷ ହାରାହାରି ୨ ଲକ୍ଷ ଲୋକ ଆଜ୍‌ମା ଯୋଗୁ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ସମଗ୍ର ବିଶ୍ୱରେ ଆଜ୍‌ମାଜନିତ ମୃତ୍ୟୁର ଏହା ୪୬ ପ୍ରତିଶତ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ଏହି ରୋଗକୁ ଯଦି ଆଗୁଆ ଚିହ୍ନଟ କରାଯାଇ ଉପଯୁକ୍ତ…

ଗର୍ଲଫ୍ରେଣ୍ଡ ସହିତ ଫେରାର ହୋଇଗଲା ପୁଅ, ମା’ଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ଝିଅ ଘରଲୋକେ

ନୂଆଦିଲ୍ଲୀ,୩।୫: ପୁଅର କାରନାମା ପାଇଁ ମା’ ସହିଲେ ଅପବାଦ, ରାସ୍ତାରେ ବାନ୍ଧି ବାଡେଇଲେ ଲୋକେ। ଏଭଳି ଏକ ଅସାମାଜିକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ହାଭେରୀ ଜିଲାରେ। ପୁଅ ଗର୍ଲଫ୍ରେଣ୍ଡ ସହିତ ଫେରାର ହୋଇଯିବା ପରେ ଜଣେ ୫୦ ବର୍ଷୀୟା ମହିଳାଙ୍କୁ…

ଜବତ ରେକର୍ଡରୁ ୫ ଲକ୍ଷ କୋଟି ଟଙ୍କାର ହେରୋଇନ ଗାଏବ, କେନ୍ଦ୍ରକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୩ା୫: ୨୦୧୮ରୁ ୨୦୨୦ ମଧ୍ୟରେ ଜବତ ହୋଇଥିବା ୭୦,୭୭୨.୪୮ କିଲୋଗ୍ରାମ ହେରୋଇନ୍‌ ରେକର୍ଡରୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ବି.ଆର୍‌. ଅରବିନ୍ଦାକ୍ଷଣଙ୍କ ପକ୍ଷରୁ ଦାଏର ପିଟିଶନ ଉପରେ ଜଷ୍ଟିସ୍‌ ସୁବ୍ରମଣ୍ୟମ ପ୍ରସାଦ…

ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରକୁ ଜୋତା ମାଡ, ଗିରଫ ହୋଇଥିବା ଯୁବକ ଯୋଗୀ ୟୁଥ ବ୍ରିଗେଡର ମେମ୍ବର

ଆଗ୍ରା,୩।୫: ଫତେହାବାଦର ସତୀ ମନ୍ଦିରରେ ଶୋଶିତ ସମାଜ ପାର୍ଟି ପ୍ରାର୍ଥୀ ହୋତମ ସିଂଙ୍କ ସମର୍ଥନ ସଭାରେ ପହଞ୍ଚିଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରେ ଯୋଗୀ ୟୁଥ ବ୍ରିଗେଡର ଜଣେ କର୍ମୀ ଜୋତା ଫିଙ୍ଗିଛନ୍ତି। ତେବେ ସ୍ବାମୀ ପ୍ରସାଦ ମୌର୍ଯ୍ୟ…

କେବେ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦି, ଏହା ପୂର୍ବରୁ ହେବ ରୋଡ ଶୋ’

ନୂଆଦିଲ୍ଲୀ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବାରାଣାସୀ ଲୋକ ସଭା ଆସନରୁ ଏମପି। ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଥର ବାରାଣାସୀରୁ ପ୍ରାର୍ଥୀ କରିଛନ୍ତି। ଶେଷ ପର୍ଯ୍ୟାୟରେ ବାରାଣାସୀରେ ଭୋଟ ଅନୁଷ୍ଠିତ ହେବ, ଅର୍ଥାତ୍‌ ଜୁନ ୧ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ…

ଓ୍ବାୟନାଡ, ରାଏବରେଲି ଦୁଇଟି ଆସନରେ ଜିତିଲେବି ଫସିଯିବେ ରାହୁଲ! ଏନି ରାଜା କହିଲେ ଏହା ଅନ୍ୟାୟ ହେବ

ନୂଆଦିଲ୍ଲୀ,୩।୫: ଅନେକ ଦିନ ଅପେକ୍ଷା କରିବା ପରେ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ରାଏବରେଲିରୁ ପ୍ରାର୍ଥୀ କରିଛି। ଗାନ୍ଧୀ ପରିବାରର ପାରମ୍ପାରିକ ଆସନ ହୋଇଥିବାରୁ ରାହୁଲଙ୍କୁ ଏହି ଆସନରୁ ଫିଲ୍ଡ କରାଯାଇଛି। ବର୍ତ୍ତମାନ ରାହୁଲ ଗାନ୍ଧୀ କେରଳର ୱାୟନାଡରୁ ଏବଂ ୟୁପିରେ ରାଏବରେଲି…

ପ୍ରଧାନମନ୍ତ୍ରୀ ମୋଦି ବି ତ ପଳାୟନ କରିଛନ୍ତି: ଜବାବ ଦେଲା କଂଗ୍ରେସ

ନୂଆଦିଲ୍ଲୀ,୩।୫:ଚଳିତ ଲୋକ ସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଏବରେଲିରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି, ଯାହାକି ୨୦୨୪ ଲୋକ ସଭା ନିର୍ବାଚନର ସବୁଠାରୁ ହଟ ସିଟ୍‌ ବୋଲି କୁହାଯାଉଛି। ଶୁକ୍ରବାର (0୩ ଏପ୍ରିଲ) ରେ ସେ ଏଥିପାଇଁ ନାମାଙ୍କନପତ୍ର ଦାଖଲ…

‘ନିର୍ବାଚନକୁ ଦୃଷ୍ଟିରେ ରଖି ଜାମିନ ବିଚାର କରାଯାଇପାରେ’, କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୩।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଇଡିଙ୍କୁ କହିଛନ୍ତି ଯେ ନିର୍ବାଚନ କାରଣରୁ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ବିଚାର କରିପାରନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ମଙ୍ଗଳବାର ଅର୍ଥାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?