Posted inଜାତୀୟ

ଜବତ ରେକର୍ଡରୁ ୫ ଲକ୍ଷ କୋଟି ଟଙ୍କାର ହେରୋଇନ ଗାଏବ, କେନ୍ଦ୍ରକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୩ା୫: ୨୦୧୮ରୁ ୨୦୨୦ ମଧ୍ୟରେ ଜବତ ହୋଇଥିବା ୭୦,୭୭୨.୪୮ କିଲୋଗ୍ରାମ ହେରୋଇନ୍‌ ରେକର୍ଡରୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ବି.ଆର୍‌. ଅରବିନ୍ଦାକ୍ଷଣଙ୍କ ପକ୍ଷରୁ ଦାଏର ପିଟିଶନ ଉପରେ ଜଷ୍ଟିସ୍‌ ସୁବ୍ରମଣ୍ୟମ ପ୍ରସାଦ କେନ୍ଦ୍ରକୁ ନୋଟିସ ଜାରି କରି ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ କହିଛନ୍ତି।

ଡ୍ରଗ୍ସ ଜବତ ନେଇ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ରିପୋର୍ଟ ଏବଂ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତଥ୍ୟରେ ତାଳମେଳ ନ ଥିବା ଆବେଦନକାରୀ ପିଟିଶନରେ ଦର୍ଶାଇଛନ୍ତି। ଜବତ ହେରୋଇନର ଦାମ୍‌ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୫ ଲକ୍ଷ କୋଟି ଟଙ୍କା ହୋଇଥିବାବେଳେ ଏହା ରେକର୍ଡରୁ ଗାଏବ ହୋଇଯିବା ଜାତୀୟ ସୁରକ୍ଷା, ସାମାଜିକ ସ୍ଥିରତା ଏବଂ ଆର୍ଥତ୍କ ଦୁଷ୍ପରିଣାମକୁ ନେଇ ଚିନ୍ତା ବଢ଼ାଇଛି ବୋଲି ଆବେଦନକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା :ବସ୍ ସହ ଲୁହାପଥର ବୋଝେଇ ଟ୍ରେଲର ଧକ୍କା

କେନ୍ଦୁଝର,୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଯୋଡା ଥାନା ଅନ୍ତର୍ଗତ ଏନ୍‌ଏଚ୍–୫୨୦ର ଲହଣ୍ଡା ନିକଟସ୍ଥ ରେଳୱେ ଅଣ୍ଡରପାସ୍‌ରେ ଏକ ଟ୍ରେଲର ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା…

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହଁନ୍ତି; ଏହି ଖେଳାଳି ବି ପ୍ରଥମ ଥର ପାଇଁ ଭାରତର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି

ନୂଆଦିଲ୍ଲୀ,୬।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଚୟନ କରାଯାଇଛି। ଶନିବାର ବିସିସିଆଇ ଏହି ଦୁଇଟି ସିରିଜ ଏବଂ ଏସୀୟ କ୍ରୀଡା…

୭୯ ଥର ରକ୍ତଦାନ କରି ସୃଷ୍ଟି କଲେ ରେକର୍ଡ: ଜନ୍ମଦିନରେ ବଞ୍ଚାଇଲେ ଶିଶୁର ଜୀବନ

ଭଞ୍ଜନଗର, ୬।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳର ଜଣାଶୁଣା ରକ୍ତଦାତା ତଥା ସାମାଜିକ କର୍ମୀ ଜୟକୃଷ୍ଣ ପଟ୍ଟନାୟକ ୭୯ ଥର ରକ୍ତଦାନ କରି ଭଞ୍ଜନଗର…

SBI ପକ୍ଷରୁ ଟଙ୍କା ବଦଳ ମେଳା, ଚିରାଫଟା ନୋଟ୍‌ ଦେଇ ନେଇପାରିବେ ଏତିକି ଟଙ୍କା…

ଭଞ୍ଜନଗର,୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଷ୍ଟେଟ୍‌ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଶନିବାର ବ୍ୟାଙ୍କ ସମ୍ମୁଖରେ କଏନ୍‌ ଏବଂ କାଗଜ ଟଙ୍କା ବଦଳ ମେଳା ଅନୁଷ୍ଠିତ ହୋଇଛି।…

ଭାଙ୍ଗିଲା ତେନ୍ଦୁଲକରଙ୍କ ୩୭ ବର୍ଷର ରେକର୍ଡ, ସ୍କୁଲ ଯିବା ବୟସରେ ଟିମ ଇଣ୍ଡିଆରେ ଡେବ୍ୟୁକଲେ ବୈଭବ!

ନୂଆଦିଲ୍ଲୀ,୬।୬: ଆଜି ଅର୍ଥାତ୍‌ ଜୁନ ୬ ଶନିବାର ଭାରତୀୟ କ୍ରିକେଟ ଇତିହାସରେ ଏକ ନୂତନ ଅଧ୍ୟାୟ ଲେଖାଯାଇଛି। ମାତ୍ର ୧୫ ବର୍ଷ ବୟସର ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଗାମୀ…

ବିହାରରେ ସୁରକ୍ଷାକୁ ନେଇ ରାଜନୈତିକ ବିବାଦ: ଲାଲୁ-ରାବ୍ରିଙ୍କ ପାଇଁ Z+ ସୁରକ୍ଷା ପ୍ରତ୍ୟାହାର କରିବା ପରେ ଏମିତି କଲେ ତେଜସ୍ବୀ

ପାଟନା,୬।୬: ବିହାର ରାଜନୀତିରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦ ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ…

ITDA ଯନ୍ତ୍ରୀଙ୍କ ଧର୍ମଶାଳା ଘରେ ଚାଲିଛି ରେଡ୍‌, ମୋଟ୍‌ ୯ଟି ସ୍ଥାନରେ ରହିଛି…

ଧର୍ମଶାଳା,୬ା୬(ଶିବ ପ୍ରସାଦ ମହାନ୍ତି): ITDA ବାଲିଗୁଡ଼ା ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ…

ଜଙ୍ଗଲରୁ ହାତୀ ଶାବକର ମୃତଦେହ ଜବତ

ରିଆମାଳ,୬ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ଶନିବାର ଏକ ଅଣ୍ଡିରା ଶିଶୁ ଶାବକ ହାତୀର ମୃତଦେହ ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri