ମେଟ୍ରୋ

ମାଟ୍ରିକ୍‌ ପରୀକ୍ଷାରେ ‘ମିଶନ ଶକ୍ତି’କୁ ନେଇ ପ୍ରଶ୍ନ, ବୋର୍ଡ କର୍ତ୍ତୃପକ୍ଷ କହିଲେ ‘କୌଣସି ଅସୁବିଧା ନାହିଁ’

ଭୁବନେଶ୍ୱର, ୨୦।୨(ଅସମାପିକା ସାହୁ)- ରାଜ୍ୟରେ ମାଟ୍ରିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନ ଛାତ୍ରୀଛାତ୍ରମାନେ ସାହିତ୍ୟ ବିଷୟରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷାରେ ମିଶନ ଶକ୍ତି ଉପରେ ପ୍ରଶ୍ନ ପଡ଼ିଥିଲା। ମିଶନ ଶକ୍ତି ବିଷୟରେ ରଚନା ଲେଖିବାକୁ ପ୍ରଶ୍ନପତ୍ରରେ ଉଦ୍ଦିଷ୍ଟ ଥିଲା।…

କେନ୍ଦ୍ରାପଡ଼ା ବିଜେଡି ଜିଲା ସଭାପତି ହେଲେ ଧୀରେନ ସାହୁ

ଭୁବନେଶ୍ୱର,୨୦ା୨(ଅନିଲ ଦାସ)-ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଧୀରେନ କୁମାର ସାହୁଙ୍କୁ କେନ୍ଦ୍ରାପଡ଼ା ବିଜୁ ଜନତା ଦଳ ଜିଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ମଙ୍ଗଳବାର ବିଜେଡି ପକ୍ଷରୁ ଜାରି ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି।…

ବୁଧବାର ନବୀନ ନିବାସ ଘେରିବ ମହିଳା କଂଗ୍ରେସ, ସାମିଲ ଦେବେ ଅଳକା ଲାମ୍ବା

ଭୁବନେଶ୍ୱର,୨୦।୨(ସୁନିତ୍‌ ମିଶ୍ର): ରାଜ୍ୟରେ ମହିଳାମାନଙ୍କ ପ୍ରତି ବଢୁଥିବା ହିଂସା ବିରୋଧରେ ବୁଧବାର ନବୀନ ନିବାସ ଘେରିବ ବୋଲି ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି ସୂଚନା ଦେଇଛନ୍ତି। ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ମଧ୍ୟ ଏହି କାର୍ଯ୍ୟକ୍ରମରେ…

ମାଘରେ ତାତିଲା ଭୁବନେଶ୍ୱର, ଏବେ ଠୁ ୩୫ ଡିଗ୍ରୀ ଉପରେ ୧୫ସହର

ଭୁବନେଶ୍ୱର,୨୦।୨(ଅସମାପିକା ସାହୁ): ବୈଶାଖ-ଜ୍ୟେଷ୍ଠ ମାସ ଆସିବାକୁ ଆହୁରି ଢେର ସମୟ ବାକିଥିବାବେଳେ ଏବେ ଚାଲିଛି ମାଘ। ତା’ପରେ ଆସିବ ଫାଲଗୁନ ଓ ଚୈତ୍ର। ତା’ପରେ ଯାଇ ଆସିବ ବୈଶାଖ। କିନ୍ତୁ ଏବେଠୁ ଦାଉ ସାଜିଲାଣି ଖରା। ଆଜି ରାଜ୍ୟର ୧୫ଟି ସହରର…

ଏଇ ମାସରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୁରୀ ଯିବେ

ଭୁବନେଶ୍ୱର,୨୦।୨: ଲୋକସଭା ନିର୍ବାଚନକୁ ଆଉ ମାସ କେଇଟା ଥିବାବେଳେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ବିଜେଡି, ଭାଜପା ଓ କଂଗ୍ରେସ। କଂଗ୍ରେସର ଶୀର୍ଷ ନେତାଙ୍କ ଓଡିଶା ଗସ୍ତ ପରେ ଏବେ ଭାଜପାର ଶୀର୍ଷ ନେତୃତ୍ୱଙ୍କ ଓଡ଼ିଶା ଗସ୍ତ ଆରମ୍ଭ ହୋଇଛି ।…

ମାର୍ଚ୍ଚ ୨ରୁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପରୀକ୍ଷା, ଗବେଷଣା ପାଇଁ ଛାତ୍ରୀଛାତ୍ରଙ୍କୁ ମିଳିବ ଛାତ୍ରବୃତ୍ତି

ଭୁବନେଶ୍ବର,୨୦।୨: ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ ପାଇଁ ଆସନ୍ତା ମାର୍ଚ୍ଚ ୨ରୁ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ତିନିଦିନ ହେବ। ଛାତ୍ରଛାତ୍ରୀମାନେ ମାର୍ଚ୍ଚ ୨, ୪ ଓ ୬ ତାରିଖରେ ପରୀକ୍ଷା ଦେବେ। ଦୁଇଟି ସିଟିଂରେ ଏହି ପରୀକ୍ଷା ହେବ। ପ୍ରଥମ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି

କୋରାପୁଟ,୨୦।୨(ଅମିତାଭ ବେହେରା) ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୨୯ କୋଟି ଟଙ୍କାର ପ୍ରଶାସନିକ ଭବନ ସମେତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସୁନାବେଡ଼ାସ୍ଥିତ କ୍ୟାମ୍ପସରେ ଆୟୋଜିତ ଏହି ଅନଲାଇନ କାର୍ଯ୍ୟକ୍ରମରେ…

ବୁଧବାର ବନ୍ଦ ରହିବ କାଳିଆ ଦର୍ଶନ

ପୁରୀ ୨୦।୨ : ବୁଧବାର କାଳିଆ ସାଆନ୍ତଙ୍କ ଅନୁଷ୍ଠିତ ହେବ ବନକଲାଗି ନୀତି। ଏହି ନୀତିକାନ୍ତି ଅବସରରେ ଠାକୁରଙ୍କ ଦର୍ଶନ ଉପରେ କଟକଣା ରହିବ । ପ୍ରାୟ ୩ ରୁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର…

ରେଳମନ୍ତ୍ରୀଙ୍କ ବଡ ଘୋଷଣା: ପୁରୀରୁ କୋଣାର୍କ ଚାଲିବ ଟ୍ରେନ

ପୁରୀ,୨୦।୨: ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବେଷ୍ଣବ ମଙ୍ଗଳବାର ପୁରୀରୁ କୋଣାର୍କ ଟ୍ରେନ ଚାଲିବ ବୋଲି ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ରେଳମନ୍ତ୍ରୀ ବୈଷ୍ଣବ ପୁରୀ-କୋଣାର୍କ ନୂଆ ରେଳ ଲାଇନ୍‌ ହେବ ବୋଲି ସୂଚନା ଦେଇଛନ୍ତି। ୩୨କି.ମି. ର ଏହି ନୂଆ…

ଦେବାଶିଷ, ଶୁଭାଶିଷ, ଅଶ୍ୱିନୀ ରାଜ୍ୟ ସଭାକୁ ନିର୍ବାଚିତ

ଭୁବନେଶ୍ବର,୨୦।୨: ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ ହୋଇଥିବା ଦେବାଶିଷ ସାମନ୍ତରାୟ, ଶୁଭାଷିଶ ଖୁଣ୍ଟିଆ ଏବଂ ଅଶ୍ବିନୀ ବେଷ୍ଣବ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ନେଇ ରିଟର୍ନିଂ ଅଫିସର ଘୋଷଣା କରିଛନ୍ତି। ମଙ୍ଗଳବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଥିଲା। ଓଡ଼ିଶାରୁ ୩ଟି ରାଜ୍ୟ…

୭୦ ଜଣଙ୍କୁ ଆଗୁଆ ଟିକେଟ ଦେବ କଂଗ୍ରେସ: ଜାଣନ୍ତୁ ବିଧାୟକ ଏମ୍‌ପି ପାଇଁ କେତେଜଣ ପ୍ରାର୍ଥୀ କଲେଣି ଆବେଦନ

ଭୁବନେଶ୍ବର,୨୦।୨: ସାଧାରଣ ନିର୍ବାଚନ ପାଇଁ ଖୁବଶୀଘ୍ର ତାରିଖ ଘୋଷଣା ହୋଇପାରେ। ମାତ୍ର ଏହା ପୂର୍ବରୁ କଂଗ୍ରେସ ନିଜର ଟିକେଟ୍‌ କସରତ ଆରମ୍ଭ କରିଦେଇଛି। ଚଳିତବର୍ଷ ରାଜ୍ୟ କଂଗ୍ରେସ ୭୦ ଆସନରେ ଆଗୁଆ ପ୍ରାର୍ଥୀ ଘୋଷଣା କରିବ। ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ…

ରାଜ୍ୟସଭା ନିର୍ବାଚନ: ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ

ଭୁବନେଶ୍ୱର,୨୦।୨: ରାଜ୍ୟସଭା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ। ଯଦି କୌଣସି ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନ କରନ୍ତି ତେବେ ନିର୍ବାଚନରେ ସେମାନଙ୍କୁ ବିଜୟ ଘୋଷଣା କରାଯିବ। ରାଜ୍ୟସଭାରେ ଖାଲିଥିବା ୩ଟି ଆସନ ପାଇଁ ୩ଜଣ ପ୍ରାର୍ଥୀ ଅଛନ୍ତି। ଓଡ଼ିଶାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?