ରେଳମନ୍ତ୍ରୀଙ୍କ ବଡ ଘୋଷଣା: ପୁରୀରୁ କୋଣାର୍କ ଚାଲିବ ଟ୍ରେନ

ପୁରୀ,୨୦।୨: ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବେଷ୍ଣବ ମଙ୍ଗଳବାର ପୁରୀରୁ କୋଣାର୍କ ଟ୍ରେନ ଚାଲିବ ବୋଲି ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ରେଳମନ୍ତ୍ରୀ ବୈଷ୍ଣବ ପୁରୀ-କୋଣାର୍କ ନୂଆ ରେଳ ଲାଇନ୍‌ ହେବ ବୋଲି ସୂଚନା ଦେଇଛନ୍ତି। ୩୨କି.ମି. ର ଏହି ନୂଆ ରେଳପଥ ପାଇଁ ୪୯୨କୋଟି ଟଙ୍କା ମଞ୍ଜୁର ହୋଇଥିବା ସେ କହିଛନ୍ତି।
ଏହି ରେଳଲାଇନ୍‌ ସୂର୍ଯ୍ୟ ମନ୍ଦିରରୁ ଜଗନ୍ନାଥ ମନ୍ଦିରକୁ ଯୋଡିବା ସ୍ବପ୍ନ ସାକାର କରିବ । ଏହି ଟ୍ରେନ୍‌ ଲାଇନ୍‌ରେ ସ୍ବତନ୍ତ୍ର ଭିଷ୍ଟାଡୋମ ଟ୍ରେନ ଚାଲିବାର ବ୍ୟବସ୍ଥା ହେବ। ଫଳରେ ଯାତୀମାନେ ଟ୍ରେନ ଭିତରେ ରହି ବାହାରର ଦୃଶ୍ୟ ଦେଖିପାରିବେ। ଟ୍ରେନ ଭିତରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ବ୍ୟବସ୍ଥା ବି ରହିବ। ଏହି ନୂଆ ଲାଇନ୍‌ ପାଇଁ ୨୧୫ ହେକ୍ଟର ଜମି ଅଧିଗ୍ରହଣ ଗରିବାକୁ ପଡିବ ବୋଲି ରେଳମନ୍ତ୍ରୀ କହିଛନ୍ତି। ଜମି ଅଧିଗ୍ରହଣ ପରେ ମଞ୍ଜୁର ପ୍ରୋଜେକ୍ଟ କାମ ତ୍ୱରାନ୍ବିତ ହେବ। ୪ରୁ ୫ଟି ସ୍ଥାନରେ ହେରିଟେଜ ଟୁରିଷ୍ଟ ହେବ। ପ୍ରୋଜେକ୍ଟ ଶେଷ କରିବାକୁ ରାଜ୍ୟ ସରକାରଙ୍କ ସହଯୋଗ ଜରୁରୀ ବୋଲି ରେଳମନ୍ତ୍ରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

‘ଦୃଶ୍ୟମ ୩’କୁ ନେଇ ବଢୁଛି କ୍ରେଜ୍‌: ଓପନିଂ ଡେ’ରେ ୫୦ କୋଟି ଟାର୍ଗେଟ୍‌

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ସସ୍ପେନ୍ସ-ଥ୍ରିଲର୍‌ ଫ୍ରାଞ୍ଚାଇଜ ‘ଦୃଶ୍ୟମ’ର ତୃତୀୟ ଭାଗକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ଅଜୟ ଦେବଗନଙ୍କ ଅଭିନୀତ ‘ଦୃଶ୍ୟମ ୩’ ୨ ଅକ୍ଟୋବର…

ଉନ୍ନତ ଡାଇଗ୍ନୋଷ୍ଟିକ୍‌ ସେବା ଯୋଗାଇବେ ନ୍ୟୁବର୍ଗ-ପ୍ରୋଲାଇଫ୍‌

ଭୁବନେଶ୍ୱର, ୨୪ା୯(ସନ୍ତୋଷ କୁମାର ବେହେରା): ଦେଶର ଅଗ୍ରଣୀ ନ୍ୟୁବର୍ଗ ଡାଇଗ୍ନୋଷ୍ଟିକ୍ସ ସମଗ୍ର ଓଡ଼ିଶାରେ ଉଚ୍ଚମାନର ସୁଲଭ ତଥା ଉନ୍ନତମାନର ଡାଇଗ୍ନୋଷ୍ଟିକ ସେବା ଉପଲବ୍ଧ କରାଇବା ପାଇଁ ଭୁବନେଶ୍ୱରସ୍ଥିତ…

୮ମ ବେତନ କମିଶନକୁ ନେଇ ଆସିଲା ବଡ଼ ଖବର: ଏମାନଙ୍କୁ ମିଳିବ ୧.୫୨ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ,୨୫।୯: ୮ମ ବେତନ କମିଶନକୁ ନେଇ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ନୂଆ ବେତନ ବ୍ୟବସ୍ଥା ଲାଗୁ ହେଲେ ଦରମା କେତେ ବଢ଼ିବ, ଏହାକୁ…

ବାଘୁଆମେଦ ଗ୍ରାମ ଅବସ୍ଥା ଶୋଚନୀୟ: ଘରେ ପଶିଲା ଆଣ୍ଠୁଏ ପାଣି

ମହାକାଳପଡ଼ା,୨୫।୯: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଗତ କିଛି ଦିନ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ବଉଳକଣି ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?