ଗୃହ ପରିଚାଳନାକୁ ନେଇ କଂଗ୍ରେସର କ୍ଷୋଭ: ବିଧାନସଭା ନିୟମ ମାନୁନାହାନ୍ତି ବାଚସ୍ପତି
ଭୁବନେଶ୍ୱର,୨୭।୭(ବ୍ୟୁରୋ): ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗୃହ ପରିଚାଳନାକୁ ନେଇ କଂଗ୍ରେସ ସଦସ୍ୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଧାନସଭା ନିୟମ ଅନୁଯାୟୀ ଗୃହ ପରିଚାଳନା ହେଉନାହିଁ। ମନଇଚ୍ଛା ସଦସ୍ୟମାନଙ୍କୁ କହିବାକୁ ସୁଯୋଗ ଦିଆଯାଉଛି। ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବକୁ ଅଯଥାରେ…
ରାଜ୍ୟରେ ୯ଲକ୍ଷ ୩୭ହଜାର ପଞ୍ଜୀକୃତ ବେକାରି, ୨୧୦ ନିଯୁକ୍ତିମେଳାରେ ୧ ଲକ୍ଷ ୧୩ ହଜାରଙ୍କୁ ଦିଆଯାଇଛି ନିଯୁକ୍ତି
ଭୁବନେଶ୍ୱର,୨୭।୭(ବ୍ୟୁରୋ): ରାଜ୍ୟରେ ୯ ଲକ୍ଷ ୩୭ ହଜାର ୨୫୧ଜଣ ବେକାର ଯୁବତୀଯୁବକ ରାଜ୍ୟ ସରକାରଙ୍କ ବିଭିନ୍ନ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିଛନ୍ତି। ୨୧୦ ନିଯୁକ୍ତିମେଳା ଆୟୋଜନ କରାଯାଇ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୧୩ ହଜାର ୨୫୧ ଜଣଙ୍କୁ ନିଯୁକ୍ତି…
୧୦ ଜିଲାରେ ହେବ ବିଜ୍ଞାନ ପାର୍କ: ବାୟୋ ଟେକ୍ନୋଲୋଜିରେ ପୁଞ୍ଜିନିବେଶ ପାଇଁ ୪ ସଂସ୍ଥାର ପ୍ରସ୍ତାବ
ଭୁବନେଶ୍ୱର, ୨୭।୭(ବ୍ୟୁରୋ): ରାଜ୍ୟର ୧୦ ଜିଲାରେ ବିଜ୍ଞାନ ପାର୍କ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟରେ ୩ ଜିଲାରେ ହେବ। ପିଲାମାନଙ୍କୁ ବିଜ୍ଞାନ କ୍ଷେତ୍ରରେ ଉତ୍ସାହିତ କରିବା ସକାଶେ ଏହି ପାର୍କ ସହାୟତା କରିବ। ଏଥିସହିତ ଭୁବନେଶ୍ୱରରେ ଥିବା ପଠାଣିସାମସ୍ତ ପ୍ଲାନେଟାରିୟମ୍ରେ ୨ଟି…
ବିଧାନସଭାରେ ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ
ଭୁବନେଶ୍ୱର, ୨୭।୭(ବ୍ୟୁରୋ): ବିଧାନସଭାରେ ଚନ୍ଦ୍ରଯାନ-୨ ଉତ୍କ୍ଷେପଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଯାଇଛି। ଦେଶ ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ ହୋଇଥିବାରୁ ବୈଜ୍ଞାନିକମାନଙ୍କୁ ସମ୍ମାନିତ ଓ ଅଭିନନ୍ଦନ କରାଯିବା ଆବଶ୍ୟକ ବୋଲି ଶାସକ ଓ…
ବରିଷ୍ଠ ନାଗରିକ ଚିନ୍ତା: ସବୁ ଜିଲାରେ ନିର୍ମାଣ ହେବ ଜରାନିବାସ; ମାତାପିତାଙ୍କୁୁ ଅବହେଳା କରିବାରୁ ପୁତ୍ରକୁ ୨୫ ଦିନ ଜେଲ
ଭୁବନେଶ୍ୱର, ୨୭।୭(ବ୍ୟୁରୋ): ରାଜ୍ୟର ସମସ୍ତ ଜିଲାରେ ଜରାନିବାସ ସ୍ଥାପନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୯ଟି ଜିଲାରେ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହି ଜିଲାଗୁଡ଼ିକ ହେଲା- ଖୋର୍ଦ୍ଧା, ସମ୍ବଲପୁର, କନ୍ଧମାଳ, କଟକ, ପୁରୀ, ଭଦ୍ରକ, ମାଲକାନଗିରି, ଗଞ୍ଜାମ…
କୃଷିଭବନକୁ ମନ୍ତ୍ରୀଙ୍କ ଅଚାନକ ଗସ୍ତ: ୫ ‘ଟି’ ସୂତ୍ର ଆଧାରରେ କାର୍ଯ୍ୟ କରିବାକୁ ଆହ୍ବାନ
ଭୁବନେଶ୍ୱର, ୨୭ା୭(ବ୍ୟୁରୋ): କୃଷିମନ୍ତ୍ରୀ ଅରୁଣ ସାହୁ ଶୁକ୍ରବାର କୃଷିଭବନକୁ ଅଚାନକ ଗସ୍ତ କରିଥିଲେ। ସେଠାରେ ପହଞ୍ଚିବା ପରେ ମୁଖ୍ୟ ଫାଟକ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଳମ୍ବରେ ଆସୁଥିବା କର୍ମଚାରୀଙ୍କୁ ଭିତରକୁ ନ ଛାଡ଼ିବାକୁ କହିଥିଲେ। ଯେଉଁମାନେ ବିଳମ୍ବରେ ଅସିବେ ସେମାନଙ୍କ…
ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀରକିଶୋର ରାୟଙ୍କ ଶ୍ରାଦ୍ଧଦିବସ ପାଳିତ: ହାଇକୋର୍ଟ ପ୍ରତିଷ୍ଠାରେ ବୀରକିଶୋରଙ୍କ ଅବଦାନ ଅତୁଳନୀୟ
କଟକ ଅଫିସ,୨୭ା୭: ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀରକିଶୋର ରାୟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶୁକ୍ରବାର ହାଇକୋର୍ଟ ବାର୍ କନଭେନଶନ ହଲ୍ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଜଷ୍ଟିସ ବୀରକିଶୋର ରାୟ ମେମୋରିଆଲ କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ସଭାରେ କମିଟିର…
ମିଠାଦୋକାନ ଉପରକୁ ବୋମାମାଡ଼ ଘଟଣା: ୪୮ ଘଣ୍ଟା ବିତିଲା, ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ
କଟକ ଅଫିସ,୨୭ା୭: ବାଦାମବାଡି ଥାନା ଅନ୍ତର୍ଗତ ଖାନ୍ନଗର ଅଞ୍ଚଳରେ ଥିବା ନାଥସାହୁ ମିଠା ଦୋକାନ ଉପରେ ବୁଧବାର ବୋମାମାଡ ହୋଇଥିଲା। ଏହି ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଛି। ଏପରି ସ୍ଥଳେ ଖାନ୍ନଗର…
୧୯ବର୍ଷ ହେଲା ତଣ୍ଡ ଗଣୁଛନ୍ତି ହିତାଧିକାରୀ
କଟକ ଅଫିସ,୨୭ା୭: ମର୍କତନଗର ସେକ୍ଟର-୧୩ରେ ଜମି କିଣିଥିବା ହିତାଧିକାରୀ ଏବେ ବି ତଣ୍ଡ ଗଣୁଛନ୍ତି। ଜମି କିଣିବାକୁ ଇତିମଧ୍ୟରେ ୧୯ବର୍ଷ ପୂରଣ ହେଲାଣି। ବର୍ଗଫୁଟ ୫୦ପଇସା ହିସାବରେ ହିତାଧିକାରୀମାନେ ନିଜସ୍ବ ଜମିର ମାପକୁ ନେଇ ୧୯ବର୍ଷ ଧରି ଗ୍ରାଉଣ୍ଡ ରେଣ୍ଟ ଦେଉଛନ୍ତି।…
କାର ଅଟକାଇ କାଚ ଭାଙ୍ଗିଲେ ଟ୍ରାଫିକ୍ କନଷ୍ଟେବଳ: ଯୁବ କଂଗ୍ରେସ ପକ୍ଷରୁ ଥାନା ଘେରାଉ
ଭୁବନେଶ୍ୱର,୨୭ା୭(ବ୍ୟୁରୋ): ରାଜଧାନୀରେ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଜୟଦେବ ବିହାର ଛକ ନିକଟରେ ଜଣେ ଟ୍ରାଫିକ୍ କନଷ୍ଟେବଳଙ୍କ ଦାଦାଗିରି ଦେଖିବାକୁ ମିଳିଛି। ୟୁନିଟ୍-୮ ବିପି କଲୋନୀରେ ରହୁଥିବା ବାଦଲ ମହାନ୍ତି ନାମକ ଯୁବକଙ୍କ ଗାଡିକୁ ଅଟକାଇଥିଲେ। ପରେ ଗାଡିର କାଚ ଖୋଲିବାକୁ…
ପ୍ରତିବର୍ଷ ହେପାଟାଇଟିସ୍ରେ ଆକ୍ରାନ୍ତ ହେଉଛନ୍ତି ରାଜ୍ୟର ୫ ହଜାର ଲୋକ
ଭୁବନେଶ୍ୱର,୨୭ା୭ (ବ୍ୟୁରୋ): ଓଡ଼ିଶାରେ ପ୍ରତିବର୍ଷ ୪ରୁ ୫ ହଜାର ଲୋକ ହେପାଟାଇଟିସ୍ରେ ଆକ୍ରାନ୍ତ ହେଉଛନ୍ତି। ରାଜ୍ୟର କେତେକ ଜନଜାତିଙ୍କଠାରେ ହେପାଟାଇଟିସ ‘ବି’ ମାତ୍ରା ଅଧିକ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ରୋଗ ନିରୂପଣ କରିବା କଷ୍ଟସାଧ୍ୟ। ରାଜ୍ୟରେ ହେପାଟାଇଟିସ୍ ‘ଏ’ ଏବଂ…
ଗୀତ ଗାଇବା ନଁ।ରେ ବାର୍ରେ ନୃତ୍ୟ ପ୍ରଦର୍ଶନ: ୧୦ ବାର୍ରେ ପୋଲିସ ଚଢ଼ାଉ, ୩୦ ଯୁବତୀ ଅଟକ
କଟକ ରୋଡ,୨୭ା୭(ଡି.ଏନ୍.ଏ.): ରାଜଧାନୀର ଅଧିକାଂଶ ବାରରେ ଯୁବତୀ ଗୀତ ଗାଇବା ପାଇଁ କେତେଜଣ ବାର ମାଲିକ ଅନୁମତି ପାଇଛନ୍ତି। କିନ୍ତୁ ଏଭଳିସ୍ଥଳେ ଗୀତ ଗାଇବା ନଁ।ରେ ବାରରେ ଯୁବତୀଙ୍କ ନୃତ୍ୟ ପ୍ରଦର୍ଶନ ଲୋକଙ୍କୁ ଚିନ୍ତାରେ ପକାଇଛି। ନିର୍ଦ୍ଦିଷ୍ଟ ସମୟସୀମାକୁ କେତେଜଣ ବାର…

