ପ୍ରତିବର୍ଷ ହେପାଟାଇଟିସ୍‌ରେ ଆକ୍ରାନ୍ତ ହେଉଛନ୍ତି ରାଜ୍ୟର ୫ ହଜାର ଲୋକ

ଭୁବନେଶ୍ୱର,୨୭ା୭ (ବ୍ୟୁରୋ): ଓଡ଼ିଶାରେ ପ୍ରତିବର୍ଷ ୪ରୁ ୫ ହଜାର ଲୋକ ହେପାଟାଇଟିସ୍‌ରେ ଆକ୍ରାନ୍ତ ହେଉଛନ୍ତି। ରାଜ୍ୟର କେତେକ ଜନଜାତିଙ୍କଠାରେ ହେପାଟାଇଟିସ ‘ବି’ ମାତ୍ରା ଅଧିକ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ରୋଗ ନିରୂପଣ କରିବା କଷ୍ଟସାଧ୍ୟ। ରାଜ୍ୟରେ ହେପାଟାଇଟିସ୍‌ ‘ଏ’ ଏବଂ ‘ଇ’ ଅଧିକ ଦେଖାଯାଉଛି। ଦୂଷିତ ଜଳ ଏବଂ ଖାଦ୍ୟପଦାର୍ଥ ଗ୍ରହଣ ଯୋଗୁ ହେପାଟାଇଟିସ ‘ଏ’ ସଂକ୍ରମଣ ହୋଇଥାଏ। ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ରହିଥିବା ହଷ୍ଟେଲଗୁଡିକରେ ପାଣି ଟାଙ୍କି ଠିକ୍‌ ଭାବେ ସଫା ହେଉ ନ ଥିବାରୁ ବହୁ ଛାତ୍ରୀଛାତ୍ର ହେପାଟାଇଟିସରେ ସଂକ୍ରମିତ ହେଉଥିବା ଆପୋଲୋ ହସ୍ପିଟାଲର ପେଟ ଏବଂ ଯକୃତ ରୋଗ ବିଶେଷଜ୍ଞ ଡ. ସୁଶାନ୍ତ କୁମାର ସେଠୀ ଶୁକ୍ରବାର ସୂଚନା ଦେଇଛନ୍ତି।
ଏଠାରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ଡ.ସେଠୀ କହିଛନ୍ତି, ରାଜ୍ୟରେ ହେପାଟାଇଟିସ୍‌ ‘ବି’ର ହାର ୧ରୁ ୨% ରହିଛି। ସେହିଭଳି ହେପାଟାଇଟିସ୍‌ ‘ସି’ ୧%ରୁ କମ୍‌। ହେପାଟାଇଟିସ୍‌ ‘ବି’ର ଟିକାକରଣ ହେଉଛି। ସେହିଭଳି ସାରା ବିଶ୍ୱରେ ୩୫୦ ନିୟୁତ ଲୋକ ହେପାଟାଇଟିସ୍‌ରେ ଆକ୍ରାନ୍ତ। ଫଳରେ ପ୍ରତିବର୍ଷ ଏହିକାରଣରୁ ୧.୩୪ ନିୟୁତ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ଏହା ୫ ପ୍ରକାରର ହୋଇଥିବା ବେଳେ ୮୦% ଲୋକ ଏ ସମ୍ପର୍କରେ ସଚେତନ ନୁହନ୍ତି ବୋଲି ଡ.ସେଠୀ କହିଛନ୍ତି। ୨୦୩୦ ସୁଦ୍ଧା ପୃଥିବୀରୁ ହେପାଟାଇଟିସ୍‌ର ବିଲୋପ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ପ୍ରତିବର୍ଷ ଜୁଲାଇ୨୮କୁ ‘ବିଶ୍ୱ ହେପାଟାଇଟିସ୍‌ ଦିବସ’ ଭାବେ ପାଳନ କରାଯାଉଛି। ବିଶ୍ୱରେ ଭୂତାଣୁ ଜନିତ ହେପାଟାଇଟିସ୍‌ ଏବଂ ଏହାର ଭୟାବହତା ନେଇ ଲୋକଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ଏଭଳି ଦିବସ ପାଳିତ ହେଉଛି। ଏହି ଦିବସ ଉପଲକ୍ଷେ, ଚଳିତ ବର୍ଷର ବାର୍ତ୍ତା ହେଉଛି, ‘ହେପାଟାଇଟିସ୍‌ ଦୂରୀକରଣ ଲାଗି ନିବେଶ କରନ୍ତୁ’। ଏଥିଲାଗି ସରକାର, ଏନ୍‌ଜିଓ, ହସ୍ପିଟାଲ ଏବଂ ଅଂଶୀଦାର ମିଳିତ ହୋଇ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି। ସଂକ୍ରମିତ ବ୍ୟକ୍ତିଙ୍କୁ ଖୋଜି ବାହାର କରିବା, ସଚେତନତା, ଟିକାକରଣ, ଚିକିତ୍ସାରେ ସମୟ ବିନିଯୋଗ କରିବାର ଆବଶ୍ୟକତା ରହିଛି ବୋଲି ଡ.ସେଠୀ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?