ଜନ୍ମାଷ୍ଟମୀକୁ ଧୋଇଦେଲା ବର୍ଷା: ରାମମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର,୨୪।୮(ବ୍ୟୁରୋ): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶୁକ୍ରବାର ଉତ୍ସବ ମୁଖର ହୋଇଉଠିଥିଲା ସମଗ୍ର ସହର। ଭଗବାନ ଶ୍ରୀକୃଷ୍ଣଙ୍କ ଦର୍ଶନ କରିବାକୁ ପ୍ରାତଃରୁ ରାଜଧାନୀର ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବାଧାଡି ଦେଖିବାକୁ ମିଳିଥିଲା। ହେଲେ ପୂର୍ବାହ୍ନରେ ବର୍ଷା ଜନ୍ମାଷ୍ଟମୀର ଉତ୍ସବକୁ ଫିକା କରି ଦେଇଥିଲା। ଏଭଳି ବର୍ଷିଲା ଯେ ଜନ୍ମାଷ୍ଟମୀ ପାଳନ ହେଉଥିବା ରାଜଧାନୀର ଦୁଇ ପ୍ରମୁଖ ମନ୍ଦିର ଇସ୍କନ ଏବଂ ରାମମନ୍ଦିର ଆଗରେ ଅଣ୍ଟାଏ ଉଚ୍ଚାର ପାଣି ଚାଲିଥିଲା। ପ୍ରବଳ ବର୍ଷାରେ ସମ୍ପୂର୍ଣ୍ଣ ରାଜଧାନୀ ବେହାଲ ହୋଇଥିବା ବେଳେ ଇସ୍କନରେ ପରିସ୍ଥିତ ଅସମ୍ଭାଳ ହୋଇପଡ଼ିଥିଲା। ଏପରିକି ପାଣିରେ ପଡ଼ି ଅଧିକାଂଶ ଭକ୍ତ ଆହତ ମଧ୍ୟ ହୋଇଥିଲେ। ଅନ୍ୟପକ୍ଷରେ ବର୍ଷାସତ୍ତ୍ୱେ ମଧ୍ୟ ରାମମନ୍ଦିର ଏବଂ ଇସ୍କନରେ ଦିନତମାମ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥିଲା। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲକ୍ଷାଧିକ ଭକ୍ତ ଠାକୁରଙ୍କ ଦର୍ଶନ କରିଥିଲେ। ଏପଟେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପ୍ରଶାସନ ଏବଂ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ପୂଜା ପାଠ, ଭଜନ, କୀର୍ତ୍ତନ ମଧ୍ୟରେ ଶ୍ରଦ୍ଧାଳୁଙ୍କ ଗହଣରେ ପ୍ରଭୁ ଶ୍ରୀକୃଷ୍ଣ ନିଜର ଜନ୍ମଦିନ ମନାଇଥିଲେ। ରାଜଧାନୀର ରାମ ମନ୍ଦିର, ଇସ୍କନ ମନ୍ଦିର, ବାୟାବାବା ମଠ ସମେତ ବିଭିନ୍ନ କୃଷ୍ଣ ମନ୍ଦିର ଓ ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁମାନେ ଜନ୍ମାଷ୍ଟମୀରେ ପ୍ରଭୁଙ୍କ ଦର୍ଶନ କରିଥିଲେ। ସନ୍ଧ୍ୟାରେ ଶ୍ରୀକୃଷ୍ଣଙ୍କ ଭଜନ ଓ କୀର୍ତ୍ତନରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା। ରାମ ମନ୍ଦିରରେ ସକାଳ ସାଢେ ୫ଟାରୁ ମଙ୍ଗଳ ଆଳତି ହୋଇ ମନ୍ଦିର ପହଡ ଫିଟିଥିଲା। ୭ଟାରେ ଶୃଙ୍ଗାର ଆଳତି ଓ ୧୧ଟାରେ ଭୋଗ ଆଳତି ହୋଇଥିଲା। ସନ୍ଧ୍ୟା ଧୂପ ସରିବା ପରେ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳନ କରାଯାଇଥିଲା। ପଞ୍ଚାମୃତ ସ୍ନାନ ସହ ନୂତନ ବସ୍ତ୍ର ପିନ୍ଧାଯାଇ ଠାକୁରଙ୍କୁ ଅଭିଷେକ କରାଯିବା ସହ ଝୁଲାରେ ଝୁଲାଯାଇଥିଲା। ପରେ ଯଶୋଦା ମାତା ଓ ନନ୍ଦରାଜାଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କୁ ଧନିଆ ଗୁଣ୍ଡରେ ପ୍ରସ୍ତୁତ ଏକ ସ୍ବତନ୍ତ୍ର ମିଠା ସହ ମାଖନ ମିଶ୍ରି ଏବଂ ପଞ୍ଚାମୃତ ବଣ୍ଟନ କରାଯାଇଥିଲା। ଆସନ୍ତାକାଲି ସନ୍ଧ୍ୟାରେ ଏଠାରେ ନନ୍ଦୋତ୍ସବ ପାଳନ କରାଯିବ ବୋଲି କମିଟିର ପରିଚାଳକ ମହାବୀର ପ୍ରସାଦ ଶର୍ମା କହିଛନ୍ତି।
ଫଳରେ ସଜ୍ଜିତ ଇସ୍କନ ମନ୍ଦିର
ଜନ୍ମାଷ୍ଟମୀ ଉପଲକ୍ଷେ ଫଳରେ ସଜ୍ଜିତ ହୋଇଥିଲା ଇସ୍କନ ମନ୍ଦିର। ଠାକୁରଙ୍କ ନିକଟରେ ବିଭିନ୍ନ ଫଳ ଲଗାଯାଇ ସାଜସଜ୍ଜା ହୋଇଥିଲା। ତେବେ ପୂର୍ବାହ୍ନ ୧୦ଟାରେ ପ୍ରବଳ ବର୍ଷା ଯୋଗୁ ଇସ୍କନ ସମ୍ମୁଖରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିଲା। ଅଣ୍ଟାଏ ଉଚ୍ଚର ପାଣିରେ ପଶି ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ୫୩ ବର୍ଷରେ ପଦାର୍ପଣ କରିଥିବା ଇସ୍କନ ଜନ୍ମାଷ୍ଟମୀ ଉତ୍ସବ ଉପଲକ୍ଷେ ସକାଳ ସାଢେ ୭ଟାରେ ଦର୍ଶନ ଆଳତି, ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୁରୁପୂଜା ସହ ଠାକୁରଙ୍କ ରୀତିନୀତି କରାଯାଇଥିଲା। ଶ୍ରଦ୍ଧାଳୁମାନେ ଏଠାରେ ଦର୍ଶନ କରିବା ସହ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦୋଳିରେ ଝୁଲାଇବାର ଅବସର ପାଇଥିଲେ। ରାତି ୧୧ଟା ପର୍ଯ୍ୟନ୍ତ ଭଜନ କୀର୍ତ୍ତନ ଚାଲିଥିଲା। ବୈଷ୍ଣବ ମତରେ ଶନିବାର ଏଠାରେ କୃଷ୍ଣଜନ୍ମ ଉତ୍ସବ ପାଳନ ହେବ। ୩ଦିନ ଧରି ଏଠାରେ ଉତ୍ସବ ପାଳନ ହେବାକୁ ଥିବାବେଳେ ୨୫ ତାରିଖରେ ନନ୍ଦ ଉତ୍ସବ ପାଳନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଆଜି ବ୍ରିକ୍ସ ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିଲେ ବିଶ୍ୱ ନେତା

ନୂଆଦିଲ୍ଲୀ,୧୨ା୯ (ପି.ଟି.):ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍‌ଠାରେ ଶନିବାରଠାରୁ ୨ ଦିନ ଧରି ୧୮ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?