ରେଳ ଷ୍ଟେଶନରେ ଚମକିବ ଓଡ଼ିଶାର ଐତିହ୍ୟ: ଥ୍ରୀ-ଡିରେ ଝଲସିବ କଳା, ସଂସ୍କୃତିର କାରୁକାର୍ଯ୍ୟ

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଫନୀରେ ଉଜୁଡି ପଡିଥିବା ଭୁବନେଶ୍ୱର ରେଳ ଷ୍ଟେଶନ ଧୀରେ ଧୀରେ ସଜାଡି ହେଉଥିବାବେଳେ ପୁଣି ସୌନ୍ଦର୍ଯ୍ୟପୂର୍ଣ୍ଣ ଭାବେ ଗଢ଼ିବାକୁ ଲାଗିପଡିଛି କର୍ତ୍ତୃପକ୍ଷ। ବର୍ତ୍ତମାନ ନୂଆ ରୂପରେ ନଜର ଆସିବ ଷ୍ଟେଶନ ପରିସର। ଷ୍ଟେଶନରେ ଭିତରେ ପାଦ ରଖୁ ରଖୁ ଯାତ୍ରୀ ଦେଖିବାକୁ ପାଇବେ ଓଡ଼ିଶାର ଐତିହ୍ୟ, କଳା ଓ ସଂସ୍କୃତି। ମନ୍ଦିରମାଳିନୀ ସହର, ସାହିତ୍ୟ, ଲୋକ କଳା, ସବୁଜ ବନାନୀ ଆଦି ଥ୍ରୀ-ଡି ପେଣ୍ଟିଂରେ ଚିତ୍ର ହୋଇଥିବାର ଦେଖିବେ। ଏହାସହ ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ୱର ଦେଉଳ, ନନ୍ଦନକାନନ ଓ ଧଉଳି ଶାନ୍ତିସ୍ତୂପ ଅଙ୍କା ଯିବାର ଯୋଜନା ରହିଛି। କାନାରା-ଏଚ୍‌ଏସ୍‌ବିସି-ଓବିସି-ଏଲଆଇସି-ରେଡିଓ ମିର୍ଚିର ଉଦ୍ୟମରେ ଏହି ଚିତ୍ର ଅଙ୍କା ଯାଉଛି। ଭାରତ ସରକାରଙ୍କ କ୍ଲିନ-ଇଣ୍ଡିଆ ଯୋଜନାର ଏହା ଅଂଶବିଶେଷ ବୋଲି ସୂଚନା ମିଳିଛି। ଭୁବନେଶ୍ୱର ପୂର୍ବରୁ ମୁମ୍ବାଇ, ଅହମ୍ମଦାବାଦ, ଦିଲ୍ଲୀ, ପୁଣେର ଷ୍ଟେଶନଗୁଡିକରେ ମଧ୍ୟ ଏଭଳି ଚିତ୍ର ଅଙ୍କା ସରିଛି। ଗୁରୁବାରଠାରୁ ଭୁବନେଶ୍ୱର ମୁଖ୍ୟ ଷ୍ଟେଶନରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ପୁରା ଷ୍ଟେଶନ ୫ ଦିନ ଭିତରେ କାମ ସରିଯିବ ବୋଲି ନେଇଥିବା ସଂସ୍ଥାର ମୁଖ୍ୟ କହିଛନ୍ତି। ସୂଚନାଯୋଗ୍ୟ ଏହି ଯୋଜନାକୁ ‘ମି ଫର୍‌ ମାଇ ସିଟି’ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri