ଶିଶୁପାଳଗଡ଼ର ରାମପାର୍ଟ ହୋଇଯିବ ନିଶ୍ଚିହ୍ନ : ଅନିଶ୍ଚିତତା ଭିତରେ ଖନନ, ଗବେଷଣା ଓ ଅଧ୍ୟୟନ

ପୁରୁଣା ଭୁବନେଶ୍ୱର,୧୩।୯(ଡି.ଏନ.ଏ.) : ସମ୍ପ୍ରତି ଐତିହ୍ୟ ସ୍ଥଳଗୁଡିକର ସୁରକ୍ଷା ବିପନ୍ନ। ଯେଉଁଥିପାଇଁ ଗବେଷକମାନଙ୍କର ଗବେଷଣା ଓ ଅଧ୍ୟୟନ ଅନିଶ୍ଚିତତା ଭିତରେ ରହିଛି। ଏଗୁଡିକର ସୁରକ୍ଷା ଏବଂ ପରିଚାଳନା ଦାୟିତ୍ୱରେ ରହିଥିବା ବିଭାଗୀୟ ଅଧିକାରୀମାନଙ୍କ ନିଷ୍କ୍ରିୟତା କୀର୍ତ୍ତିରାଜିଗୁଡିକୁ ସଙ୍କଟ ମୁହଁକୁ ଠେଲି ଦେଉଛି। ବିଶେଷକରି ମନ୍ଦିରମାଳିନୀ ଭୁବନେଶ୍ୱରରେ ରହିଥିବା ପ୍ରାୟ ୭୦୦ ମନ୍ଦିରରୁ ଏବେ ମାତ୍ର ହାତଗଣତି କେତୋଟି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସଂରକ୍ଷଣ ଅଧୀନରେ ରହିଛି। ଏହା ସତ୍ତ୍ୱେ ବିଭାଗୀୟ ଅଧିକାରୀମାନଙ୍କର ଅବହେଳା ନେଇ ସେଗୁଡ଼ିକ ମଧ୍ୟ ଏକ ପ୍ରକାର ଶ୍ରୀହୀନ ହେବାକୁ ଲାଗିଛି। ଏହି ପରିପ୍ରେକ୍ଷୀରେ ଐତିହ୍ୟ ଶିଶୁପାଳଗଡର ଇତିହାସକୁ ବିଚାର କଲେ ମୋଟ ଏ ୫୬୨.୬୮୨ ଡିସିମିଲ ପରିସୀମା ଥିବା ଐତିହ୍ୟସ୍ଥଳଟିର ସମ୍ପ୍ରତି ପରିସୀମା ମାତ୍ର ଏ୦. ୭୭୭ ଡିସିମିଲ ରହିଛି। ସୁତରାଂ ଐତିହ୍ୟ ରାମପାର୍ଟ (ସୁରକ୍ଷା ପ୍ରାଚୀର)କୁ କାଟିବା, ଖନନ କରିବା, ପୋତିବା କାର୍ଯ୍ୟ ଯୋଗୁ ଏବେ ଐତିହାସିକଙ୍କ ଗବେଷଣା ଓ ଅଧ୍ୟୟନ କାର୍ଯ୍ୟ ବନ୍ଦ ହେବାକୁ ବସିଛି। ଐତିହାସିକ ପ୍ରଫୁଲ୍ଲ ତ୍ରିପାଠୀଙ୍କ ମତରେ, ଶିଶୁପାଳଗଡ ଏକ ଐତିହାସିକ ସ୍ମାରକୀ। ଯାହାକୁ ୧୭୩୧ ମସିହାରେ ଶକ୍ତି ଖଁା ନଷ୍ଟ କରି ଦେଇଥିଲେ। ଯାହା ଅବଶେଷ ରହିଛି ତାକୁ ରାଜସ୍ବ ବିଭାଗ, ଅନ୍ୟ ବିଭାଗ ମିଳିମିଶି ସମ୍ପୂର୍ଣ୍ଣ ନଷ୍ଟ କରିସାରିଲେଣି। ଦିଲ୍ଲୀ ଭଳି ସହରରେ କବର ସୁରକ୍ଷା ନିମନ୍ତେ ସରକାର ଯତ୍ନବାନ ହେଉଛନ୍ତି। ମାତ୍ର ଶିଶୁପାଳଗଡ ଭଳି ଐତିହ୍ୟ ନିଶ୍ଚିହ୍ନ ପାଇଁ ଏହା ଏକ ଷଡଯନ୍ତ୍ର।
୨୦୧୨ରୁ କ୍ରମାଗତ ଭାବେ ଏଏସ୍‌ଆଇ କର୍ତ୍ତୃପକ୍ଷ ଶିଶୁପାଳଗଡ ଖନନ କାର୍ଯ୍ୟ, ଗବେଷଣା ଓ ଅଧ୍ୟୟନ ନିମନ୍ତେ ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ମାତ୍ର ୭୭୭ ଡିସିମିଲରୁ ଏଏସ୍‌ଆଇ କର୍ତ୍ତୃପକ୍ଷ ଗୋଟିଏ ପାଦ ଆଗେଇ ପାରୁନି। ବରଂ ବିଭାଗ ବିଭିନ୍ନ ସମୟରେ ଏହି ଅଞ୍ଚଳରେ ରୋଷର ଶିକାର ହୋଇଛି। ସେହିଭଳି ଏଏସ୍‌ଆଇ ନିର୍ଦ୍ଦେଶନାମା ଅନୁଯାୟୀ ଐତିହ୍ୟ ମନ୍ଦିରର ସର୍ବନିମ୍ନ ୧୦୦ ମିଟର ମଧ୍ୟରେ କୌଣସି ନିର୍ମାଣ, ଖନନ, ପୁନଃ ନିର୍ମାଣ ପାଇଁ ଗାଇଡ ଲାଇନ ନ ଥିବାବେଳେ ବିଭିନ୍ନ ମନ୍ଦିର ଚତୁଃପାର୍ଶ୍ୱରେ ସରକାରୀ ଓ ବେସରକାରୀ ନିର୍ମାଣକାର୍ଯ୍ୟ ଚାଲୁଛି। ତ୍ରୟୋଦଶ ଶତାବ୍ଦୀର ତନ୍ତ୍ର ପୀଠ ବୈତାଳ ମନ୍ଦିର, ସୂକ୍ଷ୍ମେଶ୍ୱର ମନ୍ଦିର, ବରୁଣେଶ୍ୱର ମନ୍ଦିର, ଶ୍ରୀଅନନ୍ତ ବାସୁଦେବ ମନ୍ଦିର ଏବଂ ବ୍ରହ୍ମେଶ୍ୱର ମନ୍ଦିର ଆଦି ପରିସରରେ ବେଆଇନ ନିର୍ମାଣ କରାଯାଉଛି। ଏ ନେଇ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକଙ୍କୁ ପଚାରିବାରେ ଜବରଦଖଲ ଓ ଶିଶୁପାଳଗଡ ପ୍ରାଚୀର କାଟି ନିର୍ମାଣ ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଦାୟୀ କରିଛନ୍ତି। ରାଜ୍ୟ ସରକାରଙ୍କ ଅସହଯୋଗ ସାଙ୍ଗକୁ ସ୍ଥାନୀୟ ଜନପ୍ରତିନିଧି ଓ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ କାରଣରୁ ରାମପାର୍ଟ ବା ପ୍ରାଚୀର ନିଶ୍ଚିହ୍ନ ହେବାକୁ ବସିଲାଣି। ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ବାରମ୍ବାର ବେଆଇନ ନିର୍ମାଣ ରୋକିବାକୁ ଚିଠି ମାଧ୍ୟମରେ ଓ ବସୁଥିବା ବୈଠକରେ ଅବଗତ କରାଇଛୁ। ହେଲେ କାର୍ଯ୍ୟାନୁଷ୍ଠାନ ଶୂନ। ତଥାପି ବେଆଇନ ନିର୍ମାଣ ସମ୍ପର୍କ ବିଡିଏକୁ ଅବଗତ କରାଇ ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏହି ପରିପ୍ରେକ୍ଷୀରେ ଶ୍ରୀଅନନ୍ତବାସୁଦେବ ମନ୍ଦିରରେ ଏବଂ ବ୍ରହ୍ମେଶ୍ୱର ହେଉଥିବା ବେଆଇନ ନିର୍ମାଣକୁ ବନ୍ଦ କରିବା ନିମନ୍ତେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ବ୍ରହ୍ମେଶ୍ୱର ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମଳୟ ମହାପାତ୍ରଙ୍କୁ ପଚାରିବାରୁ ଏହି ନିର୍ମାଣ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ରହିଛି। ଟ୍ରଷ୍ଟ ବୋର୍ଡର ଅନୁମୋଦନକ୍ରମେ ଏବଂ ବିଭାଗୀୟ ଅଧିକାରୀଙ୍କୁ ଦରଖାସ୍ତ ପରେ ଜନସାଧାରଣଙ୍କ ସ୍ବାର୍ଥକୁ ଲକ୍ଷ୍ୟ ରଖି ଏହି ନିର୍ମାଣଟି ହୋଇଛି। ଏହା ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁମାନଙ୍କ କାର୍ଯ୍ୟରେ ଲାଗିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର

ଭୁବନେଶ୍ୱର,୧୦।୯: ଓଡ଼ିଶାରୁ ବ୍ରିଟେନ୍‌ର ବ୍ୟବସାୟିକ ମଞ୍ଚରେ ଅରୁଣ କରଙ୍କ ଉଲ୍ଲେଖନୀୟ ସଫଳତା। ସେନା ଜୀବନରୁ ଉଦ୍ୟୋଗ ଜଗତକୁ ପ୍ରବେଶ କରି ସଫଳତା ହାସଲ କରିଥିବା ଅରୁଣଙ୍କୁ ଏଲ୍‌ଡିସି…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ବଙ୍ଗୋପସାଗରରେ ୧୩ ତାରିଖ ବେଳକୁ ଲଘୁଚାପ!

ଭୁବନେଶ୍ୱର,୧୦।୯ ବଙ୍ଗୋପସାଗରରେ ଆସନ୍ତା ୧୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?