ଶିଶୁପାଳଗଡ଼ର ରାମପାର୍ଟ ହୋଇଯିବ ନିଶ୍ଚିହ୍ନ : ଅନିଶ୍ଚିତତା ଭିତରେ ଖନନ, ଗବେଷଣା ଓ ଅଧ୍ୟୟନ

ପୁରୁଣା ଭୁବନେଶ୍ୱର,୧୩।୯(ଡି.ଏନ.ଏ.) : ସମ୍ପ୍ରତି ଐତିହ୍ୟ ସ୍ଥଳଗୁଡିକର ସୁରକ୍ଷା ବିପନ୍ନ। ଯେଉଁଥିପାଇଁ ଗବେଷକମାନଙ୍କର ଗବେଷଣା ଓ ଅଧ୍ୟୟନ ଅନିଶ୍ଚିତତା ଭିତରେ ରହିଛି। ଏଗୁଡିକର ସୁରକ୍ଷା ଏବଂ ପରିଚାଳନା ଦାୟିତ୍ୱରେ ରହିଥିବା ବିଭାଗୀୟ ଅଧିକାରୀମାନଙ୍କ ନିଷ୍କ୍ରିୟତା କୀର୍ତ୍ତିରାଜିଗୁଡିକୁ ସଙ୍କଟ ମୁହଁକୁ ଠେଲି ଦେଉଛି। ବିଶେଷକରି ମନ୍ଦିରମାଳିନୀ ଭୁବନେଶ୍ୱରରେ ରହିଥିବା ପ୍ରାୟ ୭୦୦ ମନ୍ଦିରରୁ ଏବେ ମାତ୍ର ହାତଗଣତି କେତୋଟି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସଂରକ୍ଷଣ ଅଧୀନରେ ରହିଛି। ଏହା ସତ୍ତ୍ୱେ ବିଭାଗୀୟ ଅଧିକାରୀମାନଙ୍କର ଅବହେଳା ନେଇ ସେଗୁଡ଼ିକ ମଧ୍ୟ ଏକ ପ୍ରକାର ଶ୍ରୀହୀନ ହେବାକୁ ଲାଗିଛି। ଏହି ପରିପ୍ରେକ୍ଷୀରେ ଐତିହ୍ୟ ଶିଶୁପାଳଗଡର ଇତିହାସକୁ ବିଚାର କଲେ ମୋଟ ଏ ୫୬୨.୬୮୨ ଡିସିମିଲ ପରିସୀମା ଥିବା ଐତିହ୍ୟସ୍ଥଳଟିର ସମ୍ପ୍ରତି ପରିସୀମା ମାତ୍ର ଏ୦. ୭୭୭ ଡିସିମିଲ ରହିଛି। ସୁତରାଂ ଐତିହ୍ୟ ରାମପାର୍ଟ (ସୁରକ୍ଷା ପ୍ରାଚୀର)କୁ କାଟିବା, ଖନନ କରିବା, ପୋତିବା କାର୍ଯ୍ୟ ଯୋଗୁ ଏବେ ଐତିହାସିକଙ୍କ ଗବେଷଣା ଓ ଅଧ୍ୟୟନ କାର୍ଯ୍ୟ ବନ୍ଦ ହେବାକୁ ବସିଛି। ଐତିହାସିକ ପ୍ରଫୁଲ୍ଲ ତ୍ରିପାଠୀଙ୍କ ମତରେ, ଶିଶୁପାଳଗଡ ଏକ ଐତିହାସିକ ସ୍ମାରକୀ। ଯାହାକୁ ୧୭୩୧ ମସିହାରେ ଶକ୍ତି ଖଁା ନଷ୍ଟ କରି ଦେଇଥିଲେ। ଯାହା ଅବଶେଷ ରହିଛି ତାକୁ ରାଜସ୍ବ ବିଭାଗ, ଅନ୍ୟ ବିଭାଗ ମିଳିମିଶି ସମ୍ପୂର୍ଣ୍ଣ ନଷ୍ଟ କରିସାରିଲେଣି। ଦିଲ୍ଲୀ ଭଳି ସହରରେ କବର ସୁରକ୍ଷା ନିମନ୍ତେ ସରକାର ଯତ୍ନବାନ ହେଉଛନ୍ତି। ମାତ୍ର ଶିଶୁପାଳଗଡ ଭଳି ଐତିହ୍ୟ ନିଶ୍ଚିହ୍ନ ପାଇଁ ଏହା ଏକ ଷଡଯନ୍ତ୍ର।
୨୦୧୨ରୁ କ୍ରମାଗତ ଭାବେ ଏଏସ୍‌ଆଇ କର୍ତ୍ତୃପକ୍ଷ ଶିଶୁପାଳଗଡ ଖନନ କାର୍ଯ୍ୟ, ଗବେଷଣା ଓ ଅଧ୍ୟୟନ ନିମନ୍ତେ ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ମାତ୍ର ୭୭୭ ଡିସିମିଲରୁ ଏଏସ୍‌ଆଇ କର୍ତ୍ତୃପକ୍ଷ ଗୋଟିଏ ପାଦ ଆଗେଇ ପାରୁନି। ବରଂ ବିଭାଗ ବିଭିନ୍ନ ସମୟରେ ଏହି ଅଞ୍ଚଳରେ ରୋଷର ଶିକାର ହୋଇଛି। ସେହିଭଳି ଏଏସ୍‌ଆଇ ନିର୍ଦ୍ଦେଶନାମା ଅନୁଯାୟୀ ଐତିହ୍ୟ ମନ୍ଦିରର ସର୍ବନିମ୍ନ ୧୦୦ ମିଟର ମଧ୍ୟରେ କୌଣସି ନିର୍ମାଣ, ଖନନ, ପୁନଃ ନିର୍ମାଣ ପାଇଁ ଗାଇଡ ଲାଇନ ନ ଥିବାବେଳେ ବିଭିନ୍ନ ମନ୍ଦିର ଚତୁଃପାର୍ଶ୍ୱରେ ସରକାରୀ ଓ ବେସରକାରୀ ନିର୍ମାଣକାର୍ଯ୍ୟ ଚାଲୁଛି। ତ୍ରୟୋଦଶ ଶତାବ୍ଦୀର ତନ୍ତ୍ର ପୀଠ ବୈତାଳ ମନ୍ଦିର, ସୂକ୍ଷ୍ମେଶ୍ୱର ମନ୍ଦିର, ବରୁଣେଶ୍ୱର ମନ୍ଦିର, ଶ୍ରୀଅନନ୍ତ ବାସୁଦେବ ମନ୍ଦିର ଏବଂ ବ୍ରହ୍ମେଶ୍ୱର ମନ୍ଦିର ଆଦି ପରିସରରେ ବେଆଇନ ନିର୍ମାଣ କରାଯାଉଛି। ଏ ନେଇ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକଙ୍କୁ ପଚାରିବାରେ ଜବରଦଖଲ ଓ ଶିଶୁପାଳଗଡ ପ୍ରାଚୀର କାଟି ନିର୍ମାଣ ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଦାୟୀ କରିଛନ୍ତି। ରାଜ୍ୟ ସରକାରଙ୍କ ଅସହଯୋଗ ସାଙ୍ଗକୁ ସ୍ଥାନୀୟ ଜନପ୍ରତିନିଧି ଓ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ କାରଣରୁ ରାମପାର୍ଟ ବା ପ୍ରାଚୀର ନିଶ୍ଚିହ୍ନ ହେବାକୁ ବସିଲାଣି। ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ବାରମ୍ବାର ବେଆଇନ ନିର୍ମାଣ ରୋକିବାକୁ ଚିଠି ମାଧ୍ୟମରେ ଓ ବସୁଥିବା ବୈଠକରେ ଅବଗତ କରାଇଛୁ। ହେଲେ କାର୍ଯ୍ୟାନୁଷ୍ଠାନ ଶୂନ। ତଥାପି ବେଆଇନ ନିର୍ମାଣ ସମ୍ପର୍କ ବିଡିଏକୁ ଅବଗତ କରାଇ ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଏହି ପରିପ୍ରେକ୍ଷୀରେ ଶ୍ରୀଅନନ୍ତବାସୁଦେବ ମନ୍ଦିରରେ ଏବଂ ବ୍ରହ୍ମେଶ୍ୱର ହେଉଥିବା ବେଆଇନ ନିର୍ମାଣକୁ ବନ୍ଦ କରିବା ନିମନ୍ତେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ। ବ୍ରହ୍ମେଶ୍ୱର ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମଳୟ ମହାପାତ୍ରଙ୍କୁ ପଚାରିବାରୁ ଏହି ନିର୍ମାଣ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ରହିଛି। ଟ୍ରଷ୍ଟ ବୋର୍ଡର ଅନୁମୋଦନକ୍ରମେ ଏବଂ ବିଭାଗୀୟ ଅଧିକାରୀଙ୍କୁ ଦରଖାସ୍ତ ପରେ ଜନସାଧାରଣଙ୍କ ସ୍ବାର୍ଥକୁ ଲକ୍ଷ୍ୟ ରଖି ଏହି ନିର୍ମାଣଟି ହୋଇଛି। ଏହା ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁମାନଙ୍କ କାର୍ଯ୍ୟରେ ଲାଗିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri