ମେଟ୍ରୋ

ସବୁ ସହରରେ ପଲିଥିନ ନିଷେଧ

ଭୁବନେଶ୍ୱର,୨-୯(ବ୍ୟୁରୋ):ରାଜ୍ୟର ସମସ୍ତ ସହରକୁ ପଲିଥିନ ମୁକ୍ତ କରାଯିବ। ୧୦୯ ସହରାଞ୍ଚଳକୁ ୫୦ ମାଇକ୍ରନରୁ କମ୍‌ ମୋଟେଇ ପଲିଥିନକୁ ବୁଧବାରଠାରୁ ସମ୍ପୂର୍ଣ୍ଣ ନିଷେଧ କରାଯିବ। ଅକ୍ଟୋବର ୨ ତାରିଖ ପରଠାରୁ କୌଣସି ସହରରେ ପଲିଥିନ ବ୍ୟବହାର କିମ୍ବା ବିକ୍ରି କରାଯାଇ ପାରିବ ନାହିଁ।…

ବୁଧବାରଠାରୁ ‘ମୋ ସରକାର’: ପ୍ରତିଦିନ ୧୦ ଲୋକଙ୍କଠାରୁ ସରକାରୀ ସେବାକୁ ନେଇ ମତାମତ ନେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଏକ ମାସର ପ୍ରସ୍ତୁତି ପରେ ବୁଧବାରଠାରୁ ରାଜ୍ୟରେ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ। ସରକାରୀ ସେବାକୁ ନେଇ ଜନତା ଦେବେ ମତ। ଭଲ ସେବା ଦେଲେ ମିଳିବ ପୁରସ୍କାର, ନଚେତ୍‌ ହେବେ ତିରସ୍କାର। ପ୍ରାଥମିକ ପର୍ଯ୍ୟାୟରେ ଥାନା ଓ…

ହସ୍ପିଟାଲ, ଆର୍‌ଟିଓରେ ଚଢ଼ାଉ: ପଞ୍ଚମ ଦିନରେ ୨୬ ଦଲାଲ ଗିରଫ

କଟକ ଅଫିସ/ ଭୁବନେଶ୍ୱର,୧।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ ଦଲାଲ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରିଛି। ସ୍ପେଶାଲ ଡ୍ରାଇଭ୍‌ର ୫ମ ଦିନ ସୋମବାରରେ ରାଜ୍ୟର ବିଭିନ୍ନ ହସ୍ପିଟାଲରୁ ୮ ଓ ଆର୍‌ଟିଓରୁ ୧୮ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି। ଭୁବନେଶ୍ୱର ଆର୍‌ଟିଓରୁ…

ତେଜିଲା ଅନୁଭବ, ମଞ୍ଜିତ ତିକ୍ତତା

ଭୁବନେଶ୍ୱର,୧।୧୦(ବ୍ୟୁରୋ): ପୁଣି ଚର୍ଚ୍ଚାରେ ଅଭିନେତା ତଥା କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତି। ପଡୋଶୀ ତଥା ଛାତ୍ର ବିଜେଡି ଉପସଭାପତି ମଞ୍ଜିତ ଦାସ ଓ ଅନୁଭବଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ପଦାକୁ ଆସିଛି। ସୋମବାର ଏହା ଆହୁରି ତେଜିଥିବାବେଳେ ମଝିରେ…

ତୋରଣରେ ଝଲସିବ ଉତ୍ତରାଖଣ୍ଡର ନାନ କାମଟା ଗୁରୁଦ୍ୱାର

ପୁରୁଣା ଭୁବନେଶ୍ୱର, ୧।୧୦(ଡି.ଏନ.ଏ.): କେଶୁରା ଦୁର୍ଗାପୂଜା ସମିତି ପକ୍ଷରୁ ୨୦୧୦ରୁ ଆରମ୍ଭ ହୋଇଥିବା ଦୁର୍ଗାପୂଜା ଚଳିତବର୍ଷ ୧୦ ବର୍ଷ ପୂରଣ କରୁଛି। ଏ ବର୍ଷ ଭିନ୍ନ ଧରଣର ତୋରଣ ସହ ଆଲୋକୀକରଣ ବ୍ୟବସ୍ଥା ସମିତି ପକ୍ଷରୁ କରାଯାଇଛି। ଉତ୍ତରାଖଣ୍ଡର ନାନାକାମଟା ଗୁରୁଦ୍ୱାର…

ଆତଙ୍କବାଦ ଆକ୍ରମଣ ମାମଲାର ତଦନ୍ତକୁ ନେଇ ହେବ କର୍ମଶାଳା: ୩ରେ ଓଡ଼ିଶା ଆସିବେ ଏନ୍‌ଆଇଏ ଡିଜି

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଆତଙ୍କବାଦ ମାମଲାର ତଦନ୍ତ କିଭଳି କରାଯିବ ତାହାକୁ ନେଇ ପାଠ ପଢିବେ ଓଡ଼ିଶା ପୋଲିସ। ପୋଲିସ ଭବନରେ ଅନୁଷ୍ଠିତ ହେବ ଦିନିକିଆ କର୍ମଶାଳା। ଏନେଇ ଆସନ୍ତା ୩ ତାରିଖରେ ଓଡିଶା ଆସିବେ ନ୍ୟାଶନାଲ ଇନ୍‌ଭେଷ୍ଟିକେଶନ ଏଜେନ୍ସି (ଏନ୍‌ଆଇଏ) ଡିଜି ଯୋଗେଶ…

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହ: ଦିନତମାମ ଗାନ୍ଧିଜୀଙ୍କୁ ନେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୂଚନା ଓ ଲୋକସମ୍ପର୍କ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସମାରୋହ ପାଇଁ ଚୂଡ଼ାନ୍ତ…

ରାଜ୍ୟରେ ଦୈନିକ ନିର୍ଯାତନାର ଶିକାର ହେଉଛନ୍ତି ୨୮% ବୟୋଜ୍ୟେଷ୍ଠ

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ବୟସ ବଢ଼ିଲେ ଅଲୋଡ଼ା ହୋଇପଡ଼ୁଛନ୍ତି ବୟୋଜ୍ୟେଷ୍ଠ। ନା ପିଲାମାନେ ପଚାରୁଛନ୍ତି, ନା ସମାଜ ସେମାନଙ୍କୁ ଆଦର୍ଶ ନାଗରିକଭାବେ ଗ୍ରହଣ କରୁଛି। ତେଣୁ ପ୍ରତି ୪ଜଣରେ ଜଣେ ବରିଷ୍ଠ ନାଗରିକ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି। ଜୀବନର…

୨ରୁ ୪ ଆଭ୍ୟନ୍ତରୀଣ, ୭ରୁ ଉପକୂଳରେ ବର୍ଷା

ଭୁବନେଶ୍ୱର,୧।୧୦(ବ୍ୟୁରୋ) : ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଗୁଜରାଟ ଉପରେ ଥିବା ଘୂର୍ଣ୍ଣିବଳୟ ଆସନ୍ତା ୨ ତାରିଖରେ ଓଡ଼ିଶା ଆଡକୁ ଆସିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨ରୁ ୪ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା…

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ: ପରିବର୍ତ୍ତନ ହେଲା ରାଷ୍ଟ୍ରାୟତ୍ତ ବ୍ୟାଙ୍କ କାର୍ଯ୍ୟ ସମୟ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ରାଜ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର କାର୍ଯ୍ୟ ସମୟରେ ପରିବର୍ତ୍ତନ ହୋଇଛି। ଅକ୍ଟୋବର ପହିଲାରୁ ବ୍ୟାଙ୍କଗୁଡିକ ୧୦ଟାରୁ ୪ ଯାଏ କାର୍ଯ୍ୟ କରିବେ ବୋଲି ୟୁକୋ ବ୍ୟାଙ୍କର ଏମ୍‌ଡି ତଥା ସିଇଓ ଅତୁଲ କୁମାର ଗୋୟଲ କହିଛନ୍ତି। ଏଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ…

ପ୍ରତ୍ୟେକ ସ୍କୁଲରେ ପାଳନ ହେବ ଆନ୍ତର୍ଜାତିକ ବୟସ୍କ ଦିବସ

ଭୁବନେଶ୍ୱର, ୧।୧୦(ବ୍ୟୁରୋ)- ଏଣିକି ପ୍ରତିବର୍ଷ ରାଜ୍ୟର ସବୁ ସ୍କୁଲରେ ପାଳନ ହେବ ଆନ୍ତର୍ଜାତିକ ବୟସ୍କ ଦିବସ। ଅକ୍ଟୋବର ୧କୁ ସାରା ଆନ୍ତର୍ଜାତିକ ବୟସ୍କ ଦିବସ ଭାବେ ପାଳନ କରାଯାଉଥିବାବେଳେ ସ୍କୁଲରେ ମଧ୍ୟ ଏହାକୁ ପାଳନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

ବୀମା ଯୋଜନା ଅର୍ଥ ପୈଠ କରୁନାହାନ୍ତି ସରକାର: ସେବା ନ ଯୋଗାଇବାକୁ ଘରୋଇ ହସ୍ପିଟାଲ ସଂଘର ଚେତାବନୀ

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ) ଏବଂ ଓଡ଼ିଶା ଷ୍ଟେଟ୍‌ ଟ୍ରିଟ୍‌ମେଣ୍ଟ୍‌ ଫଣ୍ଡ୍‌ ଆଦି ଯୋଜନା ଦ୍ୱାରା ଗରିବଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏହିସବୁ ଯୋଜନାରେ ରାଜ୍ୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?