ହସ୍ପିଟାଲ, ଆର୍‌ଟିଓରେ ଚଢ଼ାଉ: ପଞ୍ଚମ ଦିନରେ ୨୬ ଦଲାଲ ଗିରଫ

କଟକ ଅଫିସ/ ଭୁବନେଶ୍ୱର,୧।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ ଦଲାଲ ଧରପଗଡ଼ ଅଭିଯାନକୁ ଜୋର୍‌ଦାର କରିଛି। ସ୍ପେଶାଲ ଡ୍ରାଇଭ୍‌ର ୫ମ ଦିନ ସୋମବାରରେ ରାଜ୍ୟର ବିଭିନ୍ନ ହସ୍ପିଟାଲରୁ ୮ ଓ ଆର୍‌ଟିଓରୁ ୧୮ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି। ଭୁବନେଶ୍ୱର ଆର୍‌ଟିଓରୁ ସର୍ବାଧିକ ୮ଜଣ ଗିରଫ ହୋଇଥିବାବେଳେ ଯାଜପୁର ଆର୍‌ଟିଓରୁ ୧, କେନ୍ଦ୍ରାପଡାରୁ ୨, ପୁରୀରୁ ୨, ନୟାଗଡ଼ରୁ ୧, ଗଜପତି ଆର୍‌ଟିଓରୁ ୨, ରାଉରକେଲା ଓ ସୋନପୁର ଆର୍‌ଟିଓରୁ ଜଣେ ଲେଖାଏ ଦଲାଲ ଧରାପଡ଼ିଛନ୍ତି। ସେହିଭଳି କଟକ ବଡ଼ମେଡିକାଲରୁ ୨ଜଣ, ଗଜପତି ମେଡିକାଲରୁ ୧, ସୋନପୁର ହସ୍ପିଟାଲରୁ ୨ ଓ ଦେବଗଡ଼ରୁ ୩ ଗିରଫ ହୋଇଛନ୍ତି ବୋଲି ପୋଲିସ ଡିଜି ବି.କେ. ଶର୍ମା କହିଛନ୍ତି।
ଶହୀଦନଗର ଥାନା ଅଧିକାରୀ ବିରଞ୍ଚତ୍ ପତିଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଭୁବନେଶ୍ୱରସ୍ଥିତ ଆର୍‌ଟିଓ-୧ରେ ଚଢ଼ାଉ କରି ୮ଜଣ ଦଲାଲଙ୍କୁ ଗିରଫ କରିଥିଲେ। ସେମାନେ ହେଲେ ରସୁଲଗଡ ପଳାଶୁଣୀ ଅଞ୍ଚଳର ଲଲିତ ମୋହନ ମହାପାତ୍ର(୪୫), ଜଗତ୍‌ସିଂହପୁର ନାଉଗାଁ ଅଞ୍ଚଳର ଭାଗ୍ୟବନ୍ତ ପାଢ଼ୀ(୨୫) ଓ ରଶ୍ମୀରଞ୍ଜନ ସ୍ବାଇଁ(୩୬),ଶୈଳଶ୍ରୀବିହାର ଅଞ୍ଚଳର ପ୍ରତାପ କୁମାର ନାୟକ(୫୩), ଲକ୍ଷ୍ମୀସାଗର ଅଞ୍ଚଳର ପ୍ରଫୁଲ୍ଲ କୁମାର ସ୍ବାଇଁ(୪୨), ମଞ୍ଚେଶ୍ୱର ପାଣ୍ଡରା ଅଞ୍ଚଳର ରାଧାକୃଷ୍ଣ ମିଶ୍ର(୫୨), ନନ୍ଦନକାନନ ଗଣ୍ଡରପୁର ଅଞ୍ଚଳର ଦେବରାଜ ବେହେରା(୪୬)।
ସେହିଭଳି ଏସ୍‌ସିବି ମେଡିକାଲରୁ ୨ଜଣ ଦଲାଲଙ୍କୁ ମଙ୍ଗଳାବାଗ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ ଥାନା ଅନ୍ତର୍ଗତ ମହ୍ଲାସାହିର ଗିରିଶ କୁମାର ମହାନ୍ତି ଓ ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ବାରବାଟିଆର ସୁବଳ ଚରଣ ଦାସ। ଏ ନେଇ ଥାନାରେ ଏକ ମାମଲା(ନଂ. ୨୨୮/୧୯) ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ସୋମବାର ଦୁଇଜଣ ଦଲାଲ ଏସ୍‌ସିବି ମେଡିକାଲରେ ରୋଗୀ ଓ ତାଙ୍କ ପରିବାର ଲୋକଙ୍କୁ ଘରୋଇ କ୍ଲିନିକରେ ଚିକିତ୍ସା କରାଇବା ପାଇଁ ପ୍ରବର୍ତ୍ତାଉଥିଲେ। ଏକ ନିର୍ଦ୍ଦିଷ୍ଟ ଘରୋଇ କ୍ଲିନିକରେ କମ୍‌ ପଇସାରେ ଉନ୍ନତମାନର ଚିକିତ୍ସା କରାଯାଉଛି ବୋଲି ଦଲାଲ କହିଥିଲେ। ଏ ସମ୍ପର୍କରେ ସାଦା ପୋଷାକରେ ଥିବା ପୋଲିସ ଜାଣିବା ପରେ ଉଭୟଙ୍କୁ ମେଡିକାଲର ବ୍ଲଡବ୍ୟାଙ୍କ ନିକଟରୁ କାବୁ କରିଥିଲା। ରବିବାର ପୋଲିସ ଏସ୍‌ସିବି ମେଡିକାଲରେ ଚଢାଉ କରି ୫ ଜଣ ଦଲାଲଙ୍କୁ ଗିରଫ କରିଥିଲା।
ଅନ୍ୟପକ୍ଷେରେ କେଉଁ ମାପଦଣ୍ଡ ଆଧାରରେ ଦଲାଲଙ୍କୁ ଚିହ୍ନଟ କରାଯାଉଛି ତାହାକୁ ନେଇ ଏବେ ଆଇନଜୀବୀ ପ୍ରଶ୍ନ ଉଠାଇଛନ୍ତି। ଅନେକ ସମୟରେ ଯେଉଁମାନେ କାନ୍ଧରେ ବ୍ୟାଗ୍‌ ପକାଇ ହସ୍ପିଟାଲକୁ ଯାଉଛନ୍ତି ପୋଲିସ ସେମାନଙ୍କୁ ଗିରଫ କରି ନେଉଥିବା ଅଭିଯୋଗ ଆସୁଛି। ପ୍ରକୃତରେ ଯେଉଁମାନେ ଦଲାଲ ସେମାନଙ୍କର ହସ୍ପିଟାଲ ଫାଣ୍ଡି ପୋଲିସ ସହ ଲିଙ୍କ୍‌ ରହୁଛି। ପୋଲିସ ଚଢାଉ ପୂର୍ବରୁ ସେମାନେ ଦଲାଲମାନଙ୍କୁ ସୂଚନା ଦେଉଛନ୍ତି ଆଇନଜୀବୀ ଦୁର୍ଗାପ୍ରଦାସ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଏମିତି କାରନାମା କଲେ ଅଭିଷେକ ଶର୍ମା: କ୍ରିକେଟ୍‌ ଜଗତରେ ଖେଳିଗଲା…

ଇନ୍ଦୋର,୧୩।୧୦: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ୍‌ରେ ନିଜ ବିସ୍ଫୋରକ ବ୍ୟାଟିଂରେ ନୂଆ ରେକର୍ଡ କରିଛନ୍ତି ଭାରତୀୟ ଓପନର୍‌ ଅଭିଷେକ ଶର୍ମା। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବା…

ସରକାରଙ୍କ ବଡ଼ ଯୋଜନା! ଦୁର୍ଘଟଣାରେ କୃଷକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ, ୧୨।୧୦: ଚାଷୀ ଦିନରାତି ପରିଶ୍ରମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାନ୍ତି। କିନ୍ତୁ ବେଳେବେଳେ ଏକ ଦୁର୍ଘଟଣା ପୂରା ପରିବାରର ଜୀବନକୁ ବଦଳାଇ ଦେଇଥାଏ। ପରିବାରର…

ଗାଁକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ଜିଲାପାଳଙ୍କଠାରେ ପହଞ୍ଚିଲେ ଶତାଧିକ ମହିଳା

ବଲାଙ୍ଗୀର,୧୨ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ସମ୍ପୂର୍ଣ୍ଣ ମଦ ବିକ୍ରିକୁ ବନ୍ଦ କରିବା ନେଇ ସୋମବାର ଜିଲାପାଳ ଅଫିସରେ…

ଦୁଇଥର ଗଜକେଶରୀ ଯୋଗ: ଏହି ୪ ରାଶିଙ୍କ ଭାଗ୍ୟରେ ଲାଗିଲା ଲଟେରୀ, ଚାରିଆଡୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷ ଅନୁସାରେ ଗଜକେଶରୀ ଯୋଗକୁ ଏକ ଶୁଭ ଯୋଗ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଜନ୍ମକୁଣ୍ଡଳୀରେ ଏହି ଯୋଗ ସୃଷ୍ଟି ହେଲେ କ୍ୟାରିୟର,…

ଏଲିଟ ଫିଲ୍ଡିଂ କ୍ଲବରେ ସାମିଲ ହେଲେ ତିଲକ

ଇନ୍ଦୋର,୧୨।୧୦: ଭାରତୀୟ ଟି-୨୦ ଦଳର ଉପଅଧିନାୟକ ତିଳକ ବର୍ମା ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍‌ରେ ତିଳକ…

୧୩ରେ ଲଘୁଚାପ: ପାଣିପାଗ ବିଭାଗ କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?