ବୀମା ଯୋଜନା ଅର୍ଥ ପୈଠ କରୁନାହାନ୍ତି ସରକାର: ସେବା ନ ଯୋଗାଇବାକୁ ଘରୋଇ ହସ୍ପିଟାଲ ସଂଘର ଚେତାବନୀ

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେୱାଇ) ଏବଂ ଓଡ଼ିଶା ଷ୍ଟେଟ୍‌ ଟ୍ରିଟ୍‌ମେଣ୍ଟ୍‌ ଫଣ୍ଡ୍‌ ଆଦି ଯୋଜନା ଦ୍ୱାରା ଗରିବଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଦେବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏହିସବୁ ଯୋଜନାରେ ରାଜ୍ୟର ବିଭିନ୍ନ ଘରୋଇ ହସ୍ପିଟାଲରେ ଆର୍ଥିକ ଅନଗ୍ରସର ରୋଗୀ ଚିକିତ୍ସିତ ହେଉଥିବାବେଳେ ଏ ବାବଦ ଅର୍ଥ କିନ୍ତୁ ସରକାର ପୈଠ କରିବାରେ ବିଫଳ ହୋଇଛନ୍ତି। ଏ ପର୍ଯ୍ୟନ୍ତ ବାକି ପଡ଼ିଥିବା ୨୫କୋଟି ଟଙ୍କା ଘରୋଇ ହସ୍ପିଟାଲ୍‌କୁ ଦେଇନାହାନ୍ତି ରାଜ୍ୟ ସରକାର। ତେଣୁ ସରକାରଙ୍କ ପ୍ରଚଳିତ କୌଣସି ସ୍ବାସ୍ଥ୍ୟ ବୀମା ଯୋଜନାରେ ସହଭାଗିତା ଯୋଗାଇଦେବ ନାହିଁ ବୋଲି ଚେତାବନୀ ଦେଇଛି ଅଲ୍‌ ଓଡ଼ିଶା ପ୍ରାଇଭେଟ୍‌ ମେଡିକାଲ୍‌ ଏଷ୍ଟାବ୍ଲିଶ୍‌ମେଣ୍ଟ ଫୋରମ୍‌।
ଫୋରମ୍‌ ପକ୍ଷରୁ ସୋମବାର ଆଇଏମ୍‌ଏ ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇ ସ୍ବାସ୍ଥ୍ୟସେବା ସହ ଜଡ଼ିିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅନ୍ୟ ସମସ୍ୟା ମଧ୍ୟରେ ୨୦୧୪ରୁ ୭୫% ଘରୋଇ ଡାକ୍ତରଖାନାର ପଞ୍ଜୀକରଣ ଓ ନବୀକରଣ ଦରଖାସ୍ତ ପଡ଼ି ରହିଥିଲେ ବି ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ବୋଲି ଫୋରମ୍‌ ଅଭିଯୋଗ କରିଛି। ଅନ୍ୟ ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନା କ୍ଲିନିକାଲ୍‌ ଏଷ୍ଟାବ୍ଲିଶ୍‌ମେଣ୍ଟ ଆଇନ୍‌ରେ ପଞ୍ଜୀକୃତ ହେଉଥିବାବେଳେ ଓଡ଼ିଶାରେ କେବଳ ବେସରକାରୀ ଡାକ୍ତରଖାନାକୁ ଏହି ଆଇନ୍‌ ଅନ୍ତର୍ଭୁକ୍ତ କରାଯାଇଛି। ସରକାରୀ ଡାକ୍ତରଖାନାକୁ ଏହି ଆଇନ୍‌ର ଅଗ୍ନିଶମ ଓ ପ୍ରଦୂଷଣ ପରି ନିୟାମକରୁ ବାହାରେ କାହିଁକି ରଖାଯାଇଛି ବୋଲି ଫୋରମ୍‌ ସଭାପତି ଡା. ଅଜୟ କୁମାର ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ଡାକ୍ତରଙ୍କ ସୁରକ୍ଷା ପାଇଁ ରାଜ୍ୟରେ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାବେଳେ ଅନେକ ସମୟରେ ଡାକ୍ତରମାନେ ଆକ୍ରମଣର ଶିକାର ହେଉଛନ୍ତି। ଏନେଇ ଫୋରମ୍‌ ପକ୍ଷରୁ ବାରମ୍ବାର ସ୍ବାସ୍ଥ୍ୟମନ୍ତ୍ରୀ, ସଚିବଙ୍କୁ ଅଭିଯୋଗ କରାଗଲେ ମଧ୍ୟ କୌଣସି ସ୍ଥାୟୀ ପ୍ରତିକାର କରାଯାଇ ନ ଥିବା ସେ କହିଛନ୍ତି। ଡା. ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫୋରମ୍‌ର ସଦସ୍ୟଙ୍କ ସହ ରାଜ୍ୟ ଆଇଏମ୍‌ଏ ସଭାପତି ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ପାଦକ ଡା. ଜନ୍ମେଜୟ ମହାପାତ୍ର, ସହସମ୍ପାଦକ ଡା. ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?