ମେଟ୍ରୋ

ଅଟକିଲା ଆନନ୍ଦ ବିହାର ସୁବିଧା ସ୍ପେଶାଲ ଟ୍ରେନ ସେବା: ପୁରୀ-ଆନନ୍ଦ ବିହାର ନୀଳାଚଳ ଏକ୍ସପ୍ରେସ ବାତିଲ

ଭୁବନେଶ୍ୱର,୨୦।୧୦ (ବ୍ୟୁରୋ): ରବିବାରଠାରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀକୁ ଆରମ୍ଭ ହେବାକୁ ଥିବା ସୁବିଧା ସ୍ପେଶାଲ ଟ୍ରେନକୁ ବାତିଲ୍‌ କରାଯାଇଛି। ଉତ୍ତର ରେଳପଥର କେତେକ ସମସ୍ୟା ଯୋଗୁ ଏହି ସେବାକୁ ଅସ୍ଥାୟୀ ଭାବେ ଅଟକାଯାଇଛି। ପୂଜା ଋତୁ ଓ ବିଭିନ୍ନ ନିଯୁକ୍ତି ପ୍ରକ୍ରିୟା ଚାଲୁଥିବାରୁ…

ବିଜେପୁର ପ୍ରଚାର ଶେଷ: ୨୧ରେ ଭୋଟ; ମତଦାତାଙ୍କ ପାଇଁ ସବୈତନିକ ଛୁଟି ଘୋଷଣା

ଭୁବନେଶ୍ୱର, ୨୦ା୧୦(ବ୍ୟୁରୋ): ଆସନ୍ତା ୨୧ ତାରିଖରେ ବିଜେପୁର ବିଧାନସଭା ଆସନ ପାଇଁ ଉପନିବର୍ର୍ାଚନ ଅନୁଷ୍ଠିତ ହେବ। ଏଥିପାଇଁ ଶନିବାର ଅପରାହ୍ନ ୫ଟାରେ ହାଇଭୋଲଟେଜ୍‌ ପ୍ରଚାର ଶେଷ ହୋଇଛି। ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ହେବ କଡା…

ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମବାଣୀ: ୩ ଦିନ ମଧ୍ୟରେ କ୍ୱାର୍ଟର୍ସ ଛାଡ଼

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଗତ ନିର୍ବାଚନରେ ହାରିବା ସତ୍ତ୍ୱେ ଅନେକ ପୂର୍ବତନ ବିଧାୟକ ସରକାରୀ କ୍ୱାର୍ଟର୍ସ ଛାଡୁ ନାହାନ୍ତି। ବାରମ୍ବାର ନୋଟିସ ଦେବା ପରେ ମଧ୍ୟ କୌଣସି ଫରକ ପଡୁନାହିଁ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଆସନ୍ତା ୩ଦିନ ମଧ୍ୟରେ ସରକାରୀ କ୍ୱାର୍ଟର୍ସ ଛାଡିବାକୁ ପୂର୍ବତନ…

ବେଆଇନ ବାଣ କାରଖାନାରେ ଚଢ଼ାଉ : ୧୨ ଗିରଫ

କଟକ ଅଫିସ, ୧୯ା୧୦: ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର, ହାତୀଖାନା ଓ ତ୍ରିଲୋଚନପୁର ଗଁାରେ ଥିବା ୮ଟି ବେଆଇନ ବାଣ କାରଖାନା ଉପରେ ଶନିବାର ଭୋରରେ କମିଶନରେଟ୍‌ ପୋଲିସ ଚଢାଉ କରିଥିଲା। ସେଠାରୁ ବାଣ ତିଆରିରେ ବ୍ୟବହୃତ ବିସ୍ଫୋରକ ରାସାୟନିକ ଦ୍ରବ୍ୟ…

ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା: ତଦନ୍ତ ନ ସରୁଣୁ ରାଜନୈତିକ ବୟାନବାଜି ଠିକ୍‌ ନୁହେଁ କହିଲେ ସସ୍ମିତ୍‌

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାକୁ ନେଇ ଭାଜପା ଏବଂ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରୁଥିବା ଦେଖିବାକୁ ମିଳୁଛି। ଅପରପକ୍ଷେ ଏହି ମାମଲା ଏକ ସ୍ପର୍ଶକାତର ଏବଂ ସମ୍ବେଦନଶୀଳ ଘଟଣା। ପୋଲିସ ଏହାର ତଦନ୍ତ ଜାରି ରଖୁଛି। ବର୍ତ୍ତମାନସୁଦ୍ଧା…

ସ୍ମିତାରାଣୀଙ୍କୁ ମାରି ଟାଙ୍ଗି ଦିଆଯାଇଛି: ସୁର

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ସ୍ମିତାରାଣୀଙ୍କୁ ଦିନ ଦ୍ୱିପ୍ରହରରେ ମାରି ଟାଙ୍ଗି ଦିଆଯାଇଛି। ଘଟଣାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ସତ ସମ୍ମୁଖକୁ ଆସିବ। ହତ୍ୟାକାରୀଙ୍କୁ ତୁରନ୍ତ ଧରି ଦଣ୍ଡ ଦିଆଯାଉ। ଏହି ସରକାରଙ୍କ ଅମଳରେ ମହିଳା ଏବଂ ନାବାଳିକା ସୁରକ୍ଷିତ ନାହାନ୍ତି। ଯାଜପୁର ଜିଲା…

ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: କଂଗ୍ରେସ ପରେ ସିବିଆଇ ତଦନ୍ତ ଦାବି କଲା ଭାଜପା

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପ୍ରଥମେ କଂଗ୍ରେସ ସିବିଆଇ ତଦନ୍ତ ଦାବି କରିଥିଲା। ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ନେତା ପ୍ରକାଶ ମିଶ୍ର ମଧ୍ୟ ଘଟଣାର…

ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବିକଲା କଂଗ୍ରେସ

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁରର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ କଂଗ୍ରେସ ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି। କଂଗ୍ରେସ ଭବନଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ…

‘୨୦୩୦ ସୁଦ୍ଧା ବାଲ୍ୟ ବିବାହ ପ୍ରଥା ବନ୍ଦ ପାଇଁ ଖସଡ଼ା’

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ରାଜ୍ୟରୁ ବାଲ୍ୟ ବିବାହ ପ୍ରଥାକୁ ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବାକୁ ଖସଡା ପ୍ରସ୍ତୁତ କରାଯାଇଛି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଏଥିପାଇଁ ଗାଇଡ୍‌ଲାଇନ୍ସ ପ୍ରସ୍ତୁତ ହୋଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ(ଏନ୍‌ଏଫ୍‌ଏଚ୍‌ଏସ୍‌-୪) ୨୦୧୪-୧୫ ଅନୁଯାୟୀ, ରାଜ୍ୟରେ…

ମପାଯିବ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା

ଭୁବନେଶ୍ୱର, ୧୯ା୧୦ (ବ୍ୟୁରୋ): ମୋ ସରକାର ଏବଂ ୫-ଟି କାର୍ଯ୍ୟକାରୀ କ୍ଷେତ୍ରରେ ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ମପାଯିବ। ଏ ନେଇ କର୍ମଚାରୀମାନଙ୍କର ବାର୍ଷିକ କାର୍ଯ୍ୟଦକ୍ଷତା ରିପୋର୍ଟ ବା ଆନୁଆଲ ପରଫର୍ମାନ୍ସ ଆପ୍ରେଜାଲ ରିପୋର୍ଟ (ପିଏଆର) ପ୍ରସ୍ତୁତ କରାଯିବ। ଶୁକ୍ରବାର…

ନ୍ୟାୟ ହିନ୍ଦୁ ସମାଜ ସପକ୍ଷରେ ଯିବ ବୋଲି ଆଶା କରୁଛୁ: ଭୈୟାଜୀ

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ସାରା ଦେଶରେ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆରସି) ଲାଗୁ ହେବା ଉଚିତ। ଦେଶରେ ଅନୁପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଏକ ରାଷ୍ଟ୍ରୀୟ ନୀତି ନିର୍ମାଣ ପୂର୍ବକ ତାଙ୍କ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ସମ୍ପୂର୍ଣ୍ଣ ଦେଶରେ…

ଓଡ଼ିଶା ଟ୍ରାଭେଲ ବଜାର: ୫୩ ଷ୍ଟଲ୍‌ରେ ଓଡ଼ିଶା ପର୍ଯ୍ୟଟନ ଉତ୍ପାଦ

ଭୁବନେଶ୍ୱର,୧୯ା୧୦(ବ୍ୟୁରୋ): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗରେ ଭୁବନେଶ୍ୱରରେ ୩ୟ ଥର ପାଇଁ ଚାଲିଥିବା ଓଡ଼ିଶା ଟ୍ରାଭେଲ ବଜାର ଆନୁକୂଲ୍ୟରେ ୫୩ଟି ଷ୍ଟଲ ଖୋଲା ଯାଇଛି। ଶୁକ୍ରବାର ଏହି ଷ୍ଟଲ୍‌ଗୁଡ଼ିକୁ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri