ଉପକୂଳରେ ସବୁଜିମା ସୃଷ୍ଟିକୁ ଗୁରୁତ୍ୱ

ଭୁବନେଶ୍ୱର, ୨ା୧୧(ବ୍ୟୁରୋ): ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବଡ ସମସ୍ୟା ଭାବେ ଦେଖାଦେଲାଣି। ତାପମାତ୍ରା ବୃଦ୍ଧି ଯୋଗୁ ସମୁଦ୍ର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ୨୦୫୦ ସୁଦ୍ଧା ଅଧିକାଂଶ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହୋଇଯିବ। ଭାରତର ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଓଡ଼ିଶା, ଗୁଜରାଟ ଭଳି ରାଜ୍ୟ ଏହା ଦ୍ୱାରା ଗୁରୁତର ପ୍ରଭାବିତ ହେବେ ବୋଲି ନିକଟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ।
ଜଳବାୟୁ ପରିବର୍ତ୍ତନ ଓଡିଶା ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଇଣ୍ଡିଆନ ନ୍ୟାଶନାଲ ସେଣ୍ଟର ଫର ଓସନ ଇନ୍‌ଫରମେଶନ ସର୍ଭିସେସ(ଆଇଏନ୍‌ସିଓଆଇଏସ) ଦ୍ୱାରା ଓଡିଶାର କୋଷ୍ଟାଲ ଭଲ୍‌ନେରେବିଲିଟି ଇଣ୍ଡେକ୍ସ (ସିଭିଆଇ) ପ୍ରସ୍ତୁୂତ କରାଯାଇଛି। ସମୁଦ୍ର ନିକଟରୁ ୧ କିଲୋମିଟର ବ୍ୟାପୀ ଅଞ୍ଚଳକୁ ନେଇ ପ୍ରସ୍ତୁତ ସିଭିଆଇ ନିମ୍ନ, ମଧ୍ୟମ ଓ ଅତି ଉଚ୍ଚ କ୍ଷତିଗ୍ରସ୍ତ ଅଞ୍ଚଳ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ସେହି ଅନୁଯାୟୀ ଓଡିଶା ଉପକୂଳର ୬ ଜିଲା ଗଞ୍ଜାମ, କେନ୍ଦ୍ରାପଡା, ପୁରୀ, ଜଗତ୍‌ସିଂହପୁର, ଭଦ୍ରକ ଏବଂ ବାଲେଶ୍ୱରକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି । ସମୁଦ୍ର ଉପକୂଳକୁ ଲାଗି ରହିଥିବା ଗଞ୍ଜାମ ଜିଲାର କିଛି ଅଞ୍ଚଳ, ଚିଲିକା, ପୁରୀର ଦକ୍ଷିଣ ଭାଗ ଏବଂ କେନ୍ଦ୍ରାପଡା ଜିଲାର ୭୬ କିଲୋମିଟର ଅଞ୍ଚଳକୁ କମ୍‌, ସେହି ଜିଲାଗୁଡିକର ୨୦୯ କିଲୋମିଟର ବ୍ୟାପ୍ତ ଅଞ୍ଚଳକୁ ମଧ୍ୟମ ଓ ୧୦୭ କିଲୋମିଟର ଅଞ୍ଚଳକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ପୁରୀ ଜିଲାର ଉତ୍ତର ଭାଗ, ଜଗତ୍‌ସିଂହପୁର ଜିଲାର କେତେକ ଅଞ୍ଚଳ, କେନ୍ଦ୍ରାପଡା, ଭଦ୍ରକ ଜିଲାର ଉତ୍ତର ଓ ଦକ୍ଷିଣ ଭାଗ ଏବଂ ଦକ୍ଷିଣ ବାଲେଶ୍ୱର ଅତ୍ୟନ୍ତ ବିପଦପୂର୍ଣ୍ଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ତେବେ ସଦ୍ୟତମ ଅଧ୍ୟୟନ ଅନୁଯାୟୀ ଉପକୂଳବର୍ତ୍ତୀ ସମସ୍ତ ଜିଲା ଜଳବାୟୁ ପରିବର୍ତ୍ତନର କରାଳ ମୁହଁରେ ପଡି ଭୟଙ୍କର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଦେଶର ତଟୀୟ ଅଞ୍ଚଳଗୁଡିକ ପ୍ରତି ବିପଦ ମାଡି ଆସୁଥିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଉପକୂଳବର୍ତ୍ତୀ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ନ୍ୟାଶନାଲ ଡିରମାଇନ କଣ୍ଟ୍ରିବ୍ୟୁଶନ(ଏନଡିସି) ଯୋଜନାରେ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ଏଥିପାଇଁ ସ୍ବତନ୍ତ୍ର ବ୍ୟୟବରାଦ କରିବା ସହ ଏକ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଛି। ଜଳବାୟୁ ପରିବର୍ତ୍ତନର ମହାବିପଦରୁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ଏକ ସଂଶୋଧିତ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ ପ୍ରସ୍ତୁୂତ କରିବାକୁ ଅଣ୍ଟା ଭିଡିଛନ୍ତି। ଏଥିରେ ୧୦ଟି ବିଭାଗକୁ ସାମିଲ କରାଯିବ। ସେହି ବିଭାଗଗୁଡିକ ହେଲା ଜଙ୍ଗଲ ଓ ପରିବେଶ, କୃଷି, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଳସମ୍ପଦ, ଶକ୍ତି, ମତ୍ସ୍ୟ ଓ ପଶୁ ସମ୍ପଦ, ଶିଳ୍ପ, ଖଣି ଓ ଇସ୍ପାତ, ବାଣିଜ୍ୟ ଓ ପରିବହନ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସାମିଲ କରାଯିବ। ବିଭାଗଗୁଡିକ ଜଳବାୟୁ ପରିବର୍ତ୍ତନକୁ ଦେଖି ଯୋଜନା ପ୍ରସ୍ତୁତ କରିବେ। ଉପକୂଳ ଅଞ୍ଚଳଗୁଡିକରେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ବାଷ୍ପର ହାର କମାଇବା ପାଇଁ ବ୍ୟାପକ ବୃକ୍ଷରୋପଣ କରାଯିବ। ଏଥିସହିତ ସମୁଦ୍ରର ଗତିବିଧି ଉପରେ ବରାବର ଅଧ୍ୟୟନ କରାଯିବ। ଉପକୂଳ ଅଞ୍ଚଳରେ ଜୈବ ବିବିଧତା ବଜାୟ ରଖିବାକୁ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯିବ। ସଂଶୋଧିତ ଆକ୍ସନ ପ୍ଲାନ ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ ବୋଲି ପରିବେଶ ନିର୍ଦ୍ଦେଶକ କେ. ମୁରୁଗେସେନ କହିଛନ୍ତି। ଓଡିଶା ପ୍ରଥମ ରାଜ୍ୟ ଭାବେ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ଏକ ୫ବର୍ଷିଆ ରାଜ୍ୟ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଥିଲା। ତେବେ ଏଥିରେ ଆବଶ୍ୟକ ପରିବର୍ତ୍ତନ କରିବା ଲାଗି ଏକ ନୂତନ ସଂଶୋଧିତ ଆକ୍ସନ ପ୍ଲାନ-୨୦୧୯ ପ୍ରସ୍ତୁତ କରାଯିବ । ଏଥିପାଇଁ ପ୍ରତ୍ୟେକ ବର୍ଷ ସ୍ବତନ୍ତ୍ର ବଜେଟ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଆର୍‌ଏସ୍‌ ନେଲେ ଆଇପିଏସ୍‌ ସଞ୍ଜୟ ସିଂ

ଭୁବନେଶ୍ୱର,୧୮।୪: ଓଡ଼ିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂ ଭିଆରଏସ୍‌ ଘୋଷଣା କରିଛନ୍ତି। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜୟ ସିଂଙ୍କୁ ଭିଆରଏସ୍‌ ଆବେଦନକୁ ରାଜ୍ୟ ଗୃହ ବିଭାଗ...

ନାହିଁ ମୌଳିକ ସୁବିଧା, ଭୋଟ ବର୍ଜନ କରିବେ ୬୦ ପରିବାର

ବାଲିଗୁଡା ,୧୮/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ ): ନିର୍ବାଚନ ସମୟରେ ରାଜନୈତିକ ଦଳମାନେ ଲୋକଙ୍କ ନିକଟରେ କିଭଳି ମୌଳିକ ସୁବିଧା ହାତ ପାହନ୍ତାରେ ଉପଲବ୍ଧ ହେବ ସେଥି...

ଓଡ଼ିଶାବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ୍‌, କଲେ ଏଭଳି ଅପିଲ୍‌

ଭୁବନେଶ୍ୱର୧୮।୪: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଜେଡିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବ। ଏହା ର୍ପୂବରୁ ଲୋକଙ୍କ ମତାମତ ଲୋଡିଛି ବିଜେଡି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ...

ଓଡ଼ିଶାରେ ୩୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ଏଏପି, ଜାଣନ୍ତୁ କେଉଁଠୁ କିଏ ପାଇଲେ…

ଭୁବନେଶ୍ୱର,୧୮।୪: ଓଡ଼ିଶାରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ ରାଜ୍ୟର ୩୭ ବିଧାନସଭା ଆସନ ଲାଗି ପ୍ରାର୍ଥୀ...

ସମ୍ବଲପୁରରେ ସରଗରମ ହେଉଛି ରାଜନୀତି, ଧର୍ମେନ୍ଦ୍ରଙ୍କୁ ସିଧା ଟାର୍ଗେଟ କଲେ ବବି ଦାସ

ସମ୍ବଲପୁର,୧୮।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ଏହାରି ଭିତରେ ରାଜ୍ୟର ହେଭିଓ୍ବେଟ ଲଢେଇ ହେବାକୁ ଯାଉଥିବା ସମ୍ବଊପୁରରେ ଏବେ...

ବିଜେଡିରେ ବର୍ଷା-ଭାଜପାରେ ଅନୁଭବ; ରୋଚକ ହେଉଛି ଓଡ଼ିଶାର ରାଜନୀତି

ଭୁବନେଶ୍ୱର,୧୮।୪: ବିଧାନସଭା ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ଦୈନଦିନ ଅନେକ ରୋଚକ ଘଟଣା ସବୁ ଦେଖିବାକୁ ମିଳୁଛି। ଏହି କ୍ରମରେ ଗୁରୁବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ...

ପରପାରିରେ ବିଶିଷ୍ଠ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri