ମେଟ୍ରୋ

୯୦ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ

ଭୁବନେଶ୍ୱର, ୨୦ା୨(ବ୍ୟୁରୋ): ରାଜ୍ୟର ୯୦ଟି ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ନାହିଁ। ପିଲାମାନେ ବାହାରେ ବସି ପାଠ ପଢ଼ୁଛନ୍ତି। ୧୧୫ ବିଦ୍ୟାଳୟର ନିଜସ୍ବ ଗୃହ ନାହିଁ। ୩୧୫ ବିଦ୍ୟାଳୟରେ ସର୍ବନିମ୍ନ ସଂଖ୍ୟକ ୧୦ରୁ କମ୍‌ ପିଲା ପାଠ ପଢ଼ୁଛନ୍ତି ବୋଲି ବିଦ୍ୟାଳୟ…

୮ ଦଫା ଦାବି ନେଇ ରାଜ୍ୟ ସମବାୟ କର୍ମଚାରୀଙ୍କ ଧାରଣା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ରାଜ୍ୟ ସମବାୟ କର୍ମଚାରୀ ମହାସଂଘ ପକ୍ଷରୁ ବୁଧବାର ୮ ଦଫା ଦାବି ନେଇ ସ୍ଥାନୀୟ ଲୋୟର ପିଏମ୍‌ଜିରେ ଧାରଣା ଦିଆଯାଇଛି। ରାଜ୍ୟ ପ୍ରାଥମିକ ସମବାୟ ସମିତି ଓ ଲ୍ୟାମ୍ପସ୍‌ଗୁଡ଼ିକରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା, ୭ମ…

ମହାଶିବରାତ୍ରି ପାଇଁ ଟ୍ରାଫିକ କଟକଣା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗର ଯାତ୍ରା ବା ମହାଶିବରାତ୍ରି ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ। ଏହାକୁ ସୁରକ୍ଷିତ ତଥା ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବୁଧବାର ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ବିଜ୍ଞପ୍ତି…

ନାଗେଶ୍ୱର ଟାଙ୍ଗୀରୁ ହଟିଲାନି ଗଛ

ପୁରୁଣା ଭୁବନେଶ୍ୱର,୨୦ା୨(ଡି.ଏନ.ଏ.): ଫନୀ ବାତ୍ୟାକୁ ୧୦ ମାସ ବିତିଗଲାଣି। ହେଲେ ସ୍ମାର୍ଟସିଟିର ନାଗେଶ୍ୱର ଟାଙ୍ଗୀରେ ଅଦ୍ୟାବଧି ଏକ ପୁରୁଣା ବରଗଛ ନ କଟା ଯିବାରୁ ରାସ୍ତା ଅବରୋଧ ହୋଇରହିଛି। ପ୍ରତ୍ୟହ ଏହି ବାଟ ଦେଇ ନାଗେଶ୍ୱର ମନ୍ଦିରକୁ ସ୍ଥାନୀୟ ବାସିନ୍ଦାଙ୍କ ସମେତ…

ନନ୍ଦନକାନନ କାର୍ଯ୍ୟ ଅନୁଧ୍ୟାନ କଲେ କାମ୍ପା ପ୍ରତିନିଧି

ବାରଙ୍ଗ,୨୦ା୨(ଡି.ଏନ୍‌.ଏ.): ନନ୍ଦନକାନନରେ ହେଉଥିବା ବିଭିନ୍ନ ଟେଣ୍ଡର ଓ ନିର୍ମାଣ କାର୍ଯ୍ୟଗୁଡ଼ିକରେ ଅନିୟମିତତା ହେଉଥିବା ଅଭିଯୋଗ ହେବା ପରେ ଗତ ବୁଧବାର ଭିଜିଲାନ୍ସର ଦୁଇଜଣିଆ ଟିମ ଆସି ସମସ୍ତ କାର୍ଯ୍ୟ ବୁଲି ଦେଖିବା ସହ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ୭ଦିନ ପରେ…

ଛୋଟ ମନ୍ଦିରକୁ ଅବହେଳା

ପୁରୁଣା ଭୁବନେଶ୍ୱର,୨୦ା୨(ଡି.ଏନ.ଏ.): ମହାଶିବରାତ୍ରି ଉପଲକ୍ଷେ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ପ୍ରଶାସନ ପକ୍ଷରୁ କଙ୍କ୍ରିଟ୍‌ ଟାଇଲ୍‌ ବିଛାଯାଇ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ମଣ୍ଡପ ଓ ଟେଣ୍ଟ ବ୍ୟବସ୍ଥା କରାଯାଇଛି। ମାତ୍ର ମିଳିତ ଉଚ୍ଛେଦ ଟିମ୍‌ ପକ୍ଷରୁ ସୌନ୍ଦର୍ଯ୍ୟକରଣ ଓ ବିକାଶ…

‘ମୁଟ୍‌ କୋର୍ଟ’ ପ୍ରତିଯୋଗିତା ଜିତିଲେ ମିତାଲି ମଧୁସ୍ମିତା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଆଇନ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷ ଛାତ୍ରୀ ମିତାଲି ମଧୁସ୍ମିତା କଟକ ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ପକ୍ଷରୁ ଆୟୋଜିତ ବିବୁଧେନ୍ଦ୍ର ମିଶ୍ର ଜାତୀୟସ୍ତରୀୟ ‘ମୁଟ୍‌ କୋର୍ଟ’ ପ୍ରତିଯୋଗିତାରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ପୁରସ୍କାର ବାବଦକୁ ତାଙ୍କୁ ୨୫…

‘ଜାତୀୟ ମୁଣ୍ଡ ପିଛା ଆୟ ସହ ସମକକ୍ଷ ହେବା ଓଡ଼ିଶାର ଲକ୍ଷ୍ୟ’

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ରାଜ୍ୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ୨୦୨୦-୨୧ ବଜେଟ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ପର୍ଯ୍ୟଟନକୁ ଏକ ନୂଆସ୍ତରକୁ ନେବାକୁ ପର୍ଯ୍ୟଟନ କ୍ଷେତ୍ରରେ ଅର୍ଥ ବରାଦକୁ ଦୁଇଗୁଣା କରାଯାଇଛି। ସେହିଭଳି ଶିଳ୍ପକ୍ଷେତ୍ରରେ ବିକାଶ ନିମନ୍ତେ ବ୍ୟୟବରାଦକୁ ବୃଦ୍ଧି କରାଯାଇଛି। ପ୍ରତି…

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ନେଇ ଏବିଭିପିର ଏତଲା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ବୁଧବାର ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା। ହେଲେ ଭାଇରାଲ ପ୍ରଶ୍ନପତ୍ର ଅସଲି ନୁହେଁ ନକଲି ବୋଲି ବୋର୍ଡ କର୍ତ୍ତୃପକ୍ଷ ସ୍ପଷ୍ଟ…

ଓୟୁଏଟିର ହେବ ବିକାଶ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ବିକାଶ ହେବ। ଏଥିପାଇଁ ଗତ ୧୭ତାରିଖରେ କୃଷି ଭବନଠାରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ହଷ୍ଟେଲର ଭିତ୍ତିଭୂମି, ନୂତନ ହଷ୍ଟେଲ…

କ୍ୟାପିଟାଲ ହସ୍ପିଟାଲରେ ଜରାରୋଗୀ ୱାର୍ଡ ଉଦ୍‌ଘାଟିତ

ଭୁବନେଶ୍ୱର, ୨୦ା୨(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲର କାୟାକଳ୍ପରେ ବ୍ୟାପକ ସୁଧାର ଆସିଥିବାବେଳେ ବୁଧବାର ହସ୍ପିଟାଲ ପରିସରରେ ଜରାରୋଗୀ ୱାର୍ଡ ବା ଜେରିଆଟ୍ରିକ୍‌ ୱାର୍ଡ ଉଦ୍‌ଘାଟିତ ହୋଇଯାଇଛି। ବୃଦ୍ଧାବୃଦ୍ଧମାନଙ୍କ କ୍ଷେତ୍ରରେ ବୟସାଧିକ୍ୟ କାରଣରୁ ଦେଖା ଦେଉଥିବା ରୋଗର ଚିକିତ୍ସା ପାଇଁ ଏହି ଓ୍ବାର୍ଡ ଖୋଲାଯାଇଛି।…

ଠେଙ୍ଗା, ବାଡ଼ି ଧରି ତୀବ୍ର ବିରୋଧ, ହୋଇପାରିଲାନି ବସ୍ତି ଉଚ୍ଛେଦ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ସାମନ୍ତରାଳ ରାସ୍ତା ପାଇଁ ଉଚ୍ଛେଦବେଳେ ସାଲିଆସାହିରେ ବୁଧବାର ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି ପୋଲିସ ଓ ମିଳିତ ଉଚ୍ଛେଦକାରୀ ଟିମ୍‌। ୬ଶହ ବର୍ଗଫୁଟର ଜମି ପଟ୍ଟା ଓ ଜଙ୍ଗଲ ଜମିରୁ ବଳପୂର୍ବକ ଉଚ୍ଛେଦର ପ୍ରତିବାଦ କରି କିଛିଦିନ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?