ଠେଙ୍ଗା, ବାଡ଼ି ଧରି ତୀବ୍ର ବିରୋଧ, ହୋଇପାରିଲାନି ବସ୍ତି ଉଚ୍ଛେଦ

ଭୁବନେଶ୍ୱର, ୧୯।୨(ବ୍ୟୁରୋ): ସାମନ୍ତରାଳ ରାସ୍ତା ପାଇଁ ଉଚ୍ଛେଦବେଳେ ସାଲିଆସାହିରେ ବୁଧବାର ତୀବ୍ର ବିରୋଧର ସମ୍ମୁଖୀନ ହୋଇଛି ପୋଲିସ ଓ ମିଳିତ ଉଚ୍ଛେଦକାରୀ ଟିମ୍‌। ୬ଶହ ବର୍ଗଫୁଟର ଜମି ପଟ୍ଟା ଓ ଜଙ୍ଗଲ ଜମିରୁ ବଳପୂର୍ବକ ଉଚ୍ଛେଦର ପ୍ରତିବାଦ କରି କିଛିଦିନ ଧରି ଆନ୍ଦୋଳନକୁ ଓହ୍ଲାଇଥିବା ୪ ବସ୍ତିର ବାସିନ୍ଦା ହାତରେ ଠେଙ୍ଗା, ବାଡ଼ି ଧରି ବାଟ ଓଗାଳିଛି। ଘର ଭାଙ୍ଗିବାକୁ ଯାଇଥିବା ବୁଲ୍‌ ଡୋଜର ଆଗରେ ଶୋଇ ରହି ବିକ୍ଷୋଭ ପ୍ରଦର୍ଶନ ସହ ନାନା ନାରାବାଜି ଦେଇଥିଲେ। ଅଧିକାରୀମାନେ ବୁଝାଶୁଝା କରିଥିଲେ ମଧ୍ୟ ବସ୍ତି ବାସିନ୍ଦାମାନେ ନିଜ ଜିଦ୍‌ରେ ଅଟଳ ରହି ଦୀର୍ଘ ସମୟ ଧରି ମୁହାଁମୁହିଁ ହୋଇଥିଲେ। ଶେଷରେ ମୁଣ୍ଡ ନୁଆଁଇଥିଲା ଉଚ୍ଛେଦକାରୀ ଟିମ୍‌। ଏହାକୁ ନେଇ ସକାଳୁ ଅପରାହ୍ନ ଯାଏ ସାଲିଆସାହିରେ ଉତ୍ତେଜନା ଲାଗି ରହିଥିଲା।
ସୂଚନାଯୋଗ୍ୟ, ଜୟଦେବ ବିହାରରୁ ବାରଙ୍ଗ ରାସ୍ତାରେ ଟ୍ରାଫିକ ଜାମ୍‌ ସମସ୍ୟା ଦୂର କରିବା ପାଇଁ ରାସ୍ତାର ଦୁଇପାର୍ଶ୍ୱରେ ସାମନ୍ତରାଳ ଭାବେ ଦୁଇଟି ରାସ୍ତା ନିର୍ମାଣ ଚାଲିଛି। ସିଆର୍‌ପିଏଫ୍‌ ଛକରୁ ସାଲିଆସାହି ଓ ଇନଫୋସିସ୍‌ ଦେଇ ବାରଙ୍ଗ ବାମପାର୍ଶ୍ୱ ସାମନ୍ତରାଳ ରାସ୍ତା ସିଆର୍‌ପିଏଫ୍‌ ଛକରୁ ବାହାରି ସାଲିଆସାହି ଓ ଇନ୍‌ଫୋସିଟି ଦେଇ ବାରଙ୍ଗକୁ ଛୁଇଁବ। ଡାହାଣ ପାର୍ଶ୍ୱ ସାମନ୍ତରାଳ ରାସ୍ତା ଆଚାର୍ଯ୍ୟ ବିହାରରୁ ଭୁବନେଶ୍ୱର ନ୍ୟୁ ରେଲ୍‌ଓ୍ବେଷ୍ଟେଶନ ଦେଇ ବାରଙ୍ଗ ପର୍ଯ୍ୟନ୍ତ ଯିବ। ଏହି ୨ଶହ ଫୁଟିଆ ରାସ୍ତା ପାଇଁ ଏବେ ଜମି ଅଧିଗ୍ରହଣ ପ୍ରମୁଖ ସମସ୍ୟା ପାଲଟିଛି। ଇତିମଧ୍ୟରେ ବାମପାର୍ଶ୍ୱ ରାସ୍ତା ନିର୍ମାଣ ଅଧାରୁ ଅଧିକ ସରିଥିବାବେଳେ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ କେତେକ ସ୍ଥାନରେ ଅଟକି ରହିଛି। ଘରୋଇ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବାବେଳେ ସରକାରୀ ଜମିରୁ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ଏଥିପାଇଁ ସାଲିଆସାହିର ଗୌଡ଼ ବସ୍ତି, ବୀରବସ ବସ୍ତି, ଶ୍ରୀକ୍ରିଷ୍ଣାନଗର ବସ୍ତି ଓ ଲକ୍ଷ୍ମୀପୁର ବସ୍ତି ଉଚ୍ଛେଦ ହେବାର ଆବଶ୍ୟକତା ରହିଛି। ତେଣୁ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି), ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ କମିଶନରେଟ ପୋଲିସର ମିଳିତ ଉଚ୍ଛେଦକାରୀ ଟିମ୍‌ ସୁରକ୍ଷା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବୁଧବାର ପୂର୍ବାହ୍ନରେ ଉଚ୍ଛେଦ ପାଇଁ ନାଲ୍‌କୋ ଛକ ଆଡୁ ଘଟଣାସ୍ଥଳ ଅଭିମୁଖେ ଯାଉଥିଲେ। କଳିଙ୍ଗ ହସ୍ପିଟାଲ ଦେଇ ହୋଟେଲ ସୂର୍ଯ୍ୟାଂଶୁ ନିକଟରେ ଉଚ୍ଛେଦ ହେବାକୁ ଥିବା ସାଲିଆସାହିର ୪ ବସ୍ତିର ବାସିନ୍ଦା ସେମାନଙ୍କୁ ଘେରିଯାଇଥିଲେ। ପ୍ରଥମେ ୬ଶହ ବର୍ଗପୁଟର ଜମିର ପଟ୍ଟା ଦିଅ, ତା’ପରେ ଆମକୁ ଉଚ୍ଛେଦ କର ବୋଲି କହି ବୁଲ୍‌ଡୋଜର ଆଗରେ ୫ଶହ ମହିଳା ଓ ପୁରୁଷମାନେ ସେମାନଙ୍କ ପିଲାଛୁଆ ଧରି ବସି ଯାଇଥିଲେ। ସେମାନେ ହାତର ଠେଙ୍ଗାବାଡ଼ି ଓ ହୋର୍ଡିଂ ଧରି ବିରୋଧ କରିଥିଲେ। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ, ଡିସିପି ଅନୁପ ସାହୁ, ଟ୍ରାଫିକ ଡିସିପି ସାଗରିକା ନାଥ, ବିଡିଏ ଅତିରିକ୍ତ କମିଶନର ହରିଶଚନ୍ଦ୍ର ନାୟକ, ବିଏମ୍‌ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ ପ୍ରମୁଖ ବରିଷ୍ଠ ପଦାଧିକାରୀ ପହଞ୍ଚତ୍ ବସ୍ତିବାସିନ୍ଦାଙ୍କୁ ବୁଝାଶୁଝା କରିଥିଲେ। ହେଲେ ସେମାନେ ଉଚ୍ଛେଦ କରାଇ ଦେବେନି ବୋଲି ଜିଦ୍‌ ଧରି ଥିଲେ। ଏହାପରେ ସେଠାରେ ବୈଠକ ବସି ଆଲୋଚନା ହୋଇଥିଲା। ବର୍ତ୍ତମାନ ପିଲାଙ୍କର ମାଟ୍ରିକ ପରୀକ୍ଷା ଚାଲିଛି। ତେଣୁ ବର୍ତ୍ତମାନ କୌଣସି ଘର ଭଙ୍ଗା ହେବନି। କେବଳ ଖାଲି ସ୍ଥାନ ଓ ଦୋକାନ ବଜାର ଭାଙ୍ଗିବାକୁ ସେମାନେ ସହମତି ପ୍ରକାଶ କରିଥିଲେ। ମାଟ୍ରିକ୍‌ ପରୀକ୍ଷା ସରିଲେ ବସ୍ତିବାସିନ୍ଦାଙ୍କୁ ସାଲିଆ ସାହିର ଅନ୍ୟତ୍ର ଥଇଥାନ କରାଯିବା ପରେ ଉଚ୍ଛେଦ ହେବ ବୋଲି ସହମତି ପ୍ରକାଶ ପାଇଥିଲା। ବିଏମ୍‌ସି କମିଶନର ଚୌଧାରୀ କହିଥିଲେ, ବିଏମ୍‌ସି ଦ୍ୱାରା କ୍ଷତିପୂରଣ ବାବଦକୁ ପରିବାର ପିଛା ୨୫ ହଜାର ଟଙ୍କା ଓ ୭ ଦିନର ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ୨୦/୩୦ ବର୍ଗପୁଟ ନୁହେଁ, ୨୨୩ ପରିବାରକୁ ୨୫/୧୨ ବର୍ଗଫୁଟ ଲେଖାଏ ଜମି ଦିଆଯିବ। ସଫଳ ଆଲୋଚନା ପରେ ବସ୍ତିବାସିନ୍ଦା ପ୍ରତିବାଦସ୍ଥଳରୁ ଉଠିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?