ଛୋଟ ମନ୍ଦିରକୁ ଅବହେଳା

ପୁରୁଣା ଭୁବନେଶ୍ୱର,୨୦ା୨(ଡି.ଏନ.ଏ.): ମହାଶିବରାତ୍ରି ଉପଲକ୍ଷେ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ପ୍ରଶାସନ ପକ୍ଷରୁ କଙ୍କ୍ରିଟ୍‌ ଟାଇଲ୍‌ ବିଛାଯାଇ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ମଣ୍ଡପ ଓ ଟେଣ୍ଟ ବ୍ୟବସ୍ଥା କରାଯାଇଛି। ମାତ୍ର ମିଳିତ ଉଚ୍ଛେଦ ଟିମ୍‌ ପକ୍ଷରୁ ସୌନ୍ଦର୍ଯ୍ୟକରଣ ଓ ବିକାଶ ଆଳରେ ମନ୍ଦିର ଚତୁଃପାର୍ଶ୍ୱରେ ରହିଥିବା ବିଭିନ୍ନ ଛୋଟ ମନ୍ଦିର ପୁନରୁଦ୍ଧାର କରିବା ଦୂରେ ଥାଉ ଏଗୁଡିକ ନିକଟରେ ନିର୍ମାଣ ଓ ଖନନ କାର୍ଯ୍ୟ ଚାଲୁଛି। ହେଲେ ଏହି ସମୟରେ କୌଣସି ସରକାରୀ ଅଧିକାରୀ ଉପସ୍ଥିତ ନ ରହିବା ଶ୍ରଦ୍ଧାଳୁ ଓ ଏକାମ୍ରବାସୀଙ୍କୁ ଏହା ବ୍ୟଥିତ କରିଛି। ଦକ୍ଷିଣ ଦ୍ୱାର ନିକଟରେ ଶ୍ରୀଲିଙ୍ଗରାଜ ମନ୍ଦିର ସମସାମୟିକ ଗଡ଼ ଗଣେଶ ମନ୍ଦିର, ଯାହାକି ଭକ୍ତକବି ମଧୁସୂଦନ ଉଚ୍ଚ ବିଦ୍ୟାଳୟ ପରିସରରେ ରହିଥିଲା ଏବେ ବିଭାଗୀୟ ଅବହେଳା ଯୋଗୁ ଭୁଶୁଡି ପଡିବା ସ୍ଥିତିରେ। ଏହା ଦେଖି ବହୁ ସେବାୟତ ଓ ଶ୍ରଦ୍ଧାଳୁ ଏହି ଗଡ଼ ଗଣେଶ ସମେତ ହାଟସାହି ଅଞ୍ଚଳରେ ଏଭଳି ଅନୂ୍ୟନ ୧୦ଗୋଟିରୁ ଊର୍ଦ୍ଧ୍ୱ ମନ୍ଦିର ପୁନରୁଦ୍ଧାର କରିବାକୁ ଦାବି ହୋଇଛି। ଶହ ଶହ ବର୍ଷର ଐତିହ୍ୟ ନିକଟରେ ଶକ୍ତି ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ବସାଇ ଯାଇଛି। ଏକ ପାଖରେ ନାଳ ନିର୍ମାଣ ପରେ ସାଧାରଣ ଲୋକେ ଶୌଚ ନିମନ୍ତେ ଓ ଅଳିଆଗଦା ପରି ଏଗୁଡିକୁ ବ୍ୟବହାର କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri