‘ଜାତୀୟ ମୁଣ୍ଡ ପିଛା ଆୟ ସହ ସମକକ୍ଷ ହେବା ଓଡ଼ିଶାର ଲକ୍ଷ୍ୟ’

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ରାଜ୍ୟରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ୨୦୨୦-୨୧ ବଜେଟ ପ୍ରସ୍ତୁତ କରାଯାଇଛି। ଓଡ଼ିଶା ପର୍ଯ୍ୟଟନକୁ ଏକ ନୂଆସ୍ତରକୁ ନେବାକୁ ପର୍ଯ୍ୟଟନ କ୍ଷେତ୍ରରେ ଅର୍ଥ ବରାଦକୁ ଦୁଇଗୁଣା କରାଯାଇଛି। ସେହିଭଳି ଶିଳ୍ପକ୍ଷେତ୍ରରେ ବିକାଶ ନିମନ୍ତେ ବ୍ୟୟବରାଦକୁ ବୃଦ୍ଧି କରାଯାଇଛି। ପ୍ରତି ବିଭାଗରେ ହେବାକୁ ଥିବା ଖର୍ଚ୍ଚକୁ ବିସ୍ତୃତଭାବେ ବର୍ଣ୍ଣନା କରାଯାଇଛି। ଏହି ଷ୍ଟ୍ରାଟେଜିକ୍‌ ବଜେଟିଂ ଦ୍ୱାରା ବିଭାଗଗୁଡ଼ିକ କେଉଁ ଯୋଜନାରେ କେତେ ଅର୍ଥ ବ୍ୟୟ କରିବେ ତାହାର ସମ୍ପୂର୍ଣ୍ଣ ଚିତ୍ର ପାଇପାରିବେ ବୋଲି ଅର୍ଥ ବିଭାଗ ସଚିବ ଅଶୋକ ମୀନା କହିଛନ୍ତି। ବୁଧବାର ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଶା ଇକୋନୋମିକ୍ସ ଆସୋସିଏଶନ ଓ ବିଶ୍ୱବିଦ୍ୟାଳୟ ଆନାଲିଟିକାଲ ଏବଂ ଆପ୍ଲାଏଡ୍‌ ଇକୋନୋମିକ୍ସ ବିଭାଗ ପକ୍ଷରୁ ମିଳିତଭାବେ ଆୟୋଜିତ ‘ଓଡ଼ିଶା ବଜେଟ୍‌ ୨୦୨୦-୨୧’ ଶୀର୍ଷକ ଆଲୋଚନାଚକ୍ରରେ ସଚିବ ମୀନା ବଜେଟ୍‌ ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ରାଜ୍ୟ ସରକାର ଚଳିତ ବଜେଟ୍‌ରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପ୍ରାଥମିକତା ଦେଇଛନ୍ତି। କଟକ ଏସ୍‌ସିବି ମେଡିକାଲ କଲେଜକୁ ଏମ୍‌ସ ପ୍ଲସ୍‌ ଷ୍ଟାଟ୍‌ସକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଅଧିକ ଡାକ୍ତର, ନର୍ସ ଏବଂ ପାରାମେଡିକାଲ ଷ୍ଟାଫ୍‌ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରାଯାଇଛି। ରାଜ୍ୟରେ ଏବେ ଛାତ୍ର-ଶିକ୍ଷକ ଅନୁପାତ ଭଲ ଥିବାବେଳେ ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ବଜେଟରେ ଗୁରୁତ୍ୱ ଦିଆଯାଇଛି। କେନ୍ଦ୍ର ଅର୍ଥ କମିଶନ ଦେଇଥିବା ଟାର୍ଗେଟ୍‌ ଭିତରେ ରାଜ୍ୟର ଋଣ ପରିମାଣ ରହିଛି। ହେଲେ ଜାତୀୟ ମୁଣ୍ଡପିଛା ଆୟ ସହ ସମକକ୍ଷ ହେବାକୁ ଏବେ ରାଜ୍ୟ ଅଧିକ ଋଣର ଆବଶ୍ୟକତା କରୁଥିବା ମୀନା କହିଥିଲେ। ରାଜ୍ୟର ବ୍ୟୟ ତୁଳନାରେ ଆୟ ଅଧିକ ହେଉଥିବାରୁ ସେହି ଅଧିକ ଅର୍ଥକୁ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ କରିବାକୁ ଉପସ୍ଥିତ ବକ୍ତାମାନେ ପରାମର୍ଶ ଦେଇଥିଲେ। ବିଶେଷକରି ସ୍ବାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଖାଲି ପଡ଼ିଥିବା ପଦବୀ ପୂରଣ କରିବାକୁ ସେମାନେ କହିଥିଲେ। ସ୍ବାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ହେଉଥିବା ପ୍ରତି ୧୦୦ ଟଙ୍କାରୁ ୭୪ ଟଙ୍କା ସାଧାରଣ ଲୋକଙ୍କ ପକେଟରୁ ଯାଉଥିବାବେଳେ ମାତ୍ର ୨୬ ଟଙ୍କା ସରକାର ବହନ କରୁଛନ୍ତି। ଏଭଳିସ୍ଥଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ଠିକ୍‌ଭାବେ କାର୍ଯ୍ୟକାରୀ କରିବା ଲାଗି ଓଡ଼ିଶା ସ୍ବାସ୍ଥ୍ୟକ୍ଷେତ୍ରରେ ଅଧିକ ଅନୁଦାନ ଆବଶ୍ୟକତା କରୁଥିବା ଉପସ୍ଥିତ ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରିଥିଲେ।
ଅନ୍ୟପକ୍ଷରେ ବଜେଟ୍‌ର ଅଧିକାଂଶ ଅର୍ଥ ରାଜ୍ୟ ସରକାର ଖଣି ଶିଳ୍ପରୁ ଆଦାୟ କରିବାକୁ ଥିବାବେଳେ ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତାପ୍ରକଟ କରିଥିଲେ। ପରିବେଶ ଉପରେ ମଧ୍ୟ ଏହାର କୁପ୍ରଭାବ ରହିଛି। ଏହାସହ ତାହା ଅନିଶ୍ଚିତ ଶିଳ୍ପ ହୋଇଥିବାରୁ ଏଥିରୁ କେତେ ଅର୍ଥ ଆସିବ ତାହା କହିବା ସମ୍ଭବ ନୁହେଁ। ଏନେଇ ଉତ୍ତର ଦେଇ ଅର୍ଥ ସଚିବ ସରକାରଙ୍କର ଜରୁରିକାଳୀନ ପାଣ୍ଠିରେ ଯଥେଷ୍ଟ ଟଙ୍କା ରହିଥିବା କହିଥିଲେ। ଆବଶ୍ୟକସ୍ଥଳେ ଏହି ଅର୍ଥକୁ କାମରେ ଲଗାଯାଇପାରିବ ବୋଲି ସେ କହିଥିଲେ। ଓଡ଼ିଶା ଇକୋନୋମିକ୍ସ ଆସୋସିଏଶନର ସମ୍ପାଦକ ଡ. ଅମରେନ୍ଦ୍ର ଦାସ ପ୍ରାରମ୍ଭରେ ବଜେଟ୍‌ର ବିସ୍ତୃତ ବିବରଣୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଏନ୍‌ସିଡିଏସ୍‌ ନିର୍ଦ୍ଦେଶକ ପ୍ରଫେସର ଶ୍ରୀଜିତ୍‌ ମିଶ୍ର, ପ୍ରଫେସର ସତ୍ୟକାମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ମୁଖ୍ୟ ପ୍ରଫେସର ମିତାଲି ଚିନାରା ସ୍ବାଗତଭାଷଣ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri