ମହାଶିବରାତ୍ରି ପାଇଁ ଟ୍ରାଫିକ କଟକଣା

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗର ଯାତ୍ରା ବା ମହାଶିବରାତ୍ରି ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ। ଏହାକୁ ସୁରକ୍ଷିତ ତଥା ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବୁଧବାର ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ, ମାଉସୀ ମା’ ପାର୍ଶ୍ୱରୁ ଆସୁଥିବା ଚାରିଚକିଆ ଗାଡ଼ିଗୁଡିକୁ ରଥ ରୋଡ୍‌କୁ ଛଡାଯିବ ନାହିଁ। ଉକ୍ତ ଗାଡ଼ିଗୁଡ଼ିକ ବିବେକାନନ୍ଦ ମାର୍ଗରେ ସାନାଟୋରିୟମ ଛକଦେଇ କଚରାପିଣ୍ଡି ପର୍ଯ୍ୟନ୍ତ ଯାଇ କେଦାରଗୌରୀ ମନ୍ଦିର ରାସ୍ତାର ଉଭୟ ପାର୍ଶ୍ୱରେ ପାର୍କିଂ କରିବେ। ଭିଆଇପି ଗାଡ଼ିଗୁଡିକ ରଥ ରୋଡ୍‌ରେ ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ପର୍ଯ୍ୟନ୍ତ ଯାଇ ତିନିମୁଣ୍ଡିଆ ଓ ବଢେଇବାଙ୍କ ଠାରେ ପାର୍କିଂ କରିବେ। ସେହିପରି ରବିଟକିଜ୍‌ ପଟରୁ ଆସୁଥିବା ସମସ୍ତ ଗାଡି କଚରାପିଣ୍ଡି ପର୍ଯ୍ୟନ୍ତ ଯିବେ। ସେଠାରେ ଚାରିଚକିଆ ଯାନଗୁଡିକ କେଦାର ଗୌରୀ ମନ୍ଦିର ରାସ୍ତାର ଉଭୟ ପାର୍ଶ୍ୱରେ ଓ ଦୁଇ ଚକିଆ ଯାନଗୁଡିକ କଚରାପିଣ୍ଡିରୁ କୋଟିତୀର୍ଥ ଗଳିରୁ ବାମକୁ ଯାଇ ଅନନ୍ତ ବାସୁଦେବ ମନ୍ଦିରର ରାସ୍ତା ପାର୍ଶ୍ୱରେ ପାର୍କିଂ କରିବେ। ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟରୁ ଆସୁଥିବା ସମସ୍ତ ଗାଡ଼ି ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଦେଇ ବିଏମ୍‌ସି ମାର୍କେଟ କମ୍ପ୍ଲେକ୍ସ ପରିସରରେ ପାର୍କିଂ କରିବେ। କେଉଟ ସାହି ପଟରୁ ଆସୁଥିବା ଗାଡିଗୁଡିକ କେଦାର ଗଳି ତାରିଣୀ ରିସର୍ଟ ଓ ସବ୍‌ଷ୍ଟେଶନ ଦେଇ ମାର୍କେଟ କମ୍ପ୍ଲେକ୍ସକୁ ଯିବେ। ଦକ୍ଷିଣ କାଳୀ ମନ୍ଦିର ରାସ୍ତା ଓ ତାରା ସୁନ୍ଦରୀ ରାସ୍ତା ପଟରୁ ଆସୁଥିବା ସମସ୍ତ ଗାଡିଗୁଡିକୁ ଏସଏମ୍‌ ହାଇସ୍କୁଲ ଓ ବିଏମ୍‌ ହାଇସ୍କୁଲ ପଡିଆରେ ପାର୍କିଂ କରିବେ। ପୁନାମା ଗେଟ୍‌ ପଟରୁ ଆସୁଥିବା ସମସ୍ତ ଚାରି ଚକିଆଗାଡିକୁ ରାମେଶ୍ୱର ପାଟଣା ଛକରୁ ବଢେଇବାଙ୍କ ଆଡକୁ ଛଡା ନ ଯାଇ ଆର୍‌ଆଇ କାର୍ଯ୍ୟାଳୟ ପଡିଆ ପାର୍କିଂ ସ୍ଥଳକୁ ଛଡ଼ାଯିବ।
ଅନ୍ୟପକ୍ଷରେ ରଥ୍‌ ରୋଡକୁ ଆସୁଥିବା ସମସ୍ତ ଦୁଇ ଚକିଆ ଯାନ ବଢେଇବାଙ୍କ ଦେଇ ଏସ୍‌ଏମ୍‌ ହାଇସ୍କୁଲ ଓ ବିଏମ୍‌ ହାଇସ୍କୁଲ ପଡିଆରେ ପାର୍କିଂ କରିବେ। ସମସ୍ତ ବସ ଗ୍ୟାରେଜ୍‌ ଛକରୁ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ଛକଦେଇ ମାର୍କେଟ କମ୍ପ୍ଲେକ୍ସକୁ ଯାଇ ସେଠାରେ ପାର୍କିଂ କରିବେ। ତେବେ ବିନ୍ଦୁସାଗର ପଟରୁ ଭଜନ ମଣ୍ଡପ ଆଡକୁ କୌଣସି ଯାନ ଛଡାଯିବ ନାହିଁ। ହାଟ ସାହି ଛକରୁ ଭଜନ ମଣ୍ଡପ, ଭଜନ ମଣ୍ଡପଠାରୁ ବଢେଇବାଙ୍କ ଓ ସିଂହଦ୍ୱାରଠାରୁ ବିଦ୍ୟୁତ୍‌ ସବଷ୍ଟେଶନ ବ୍ଲକିଂ ସ୍ଥାନ ପର୍ଯ୍ୟନ୍ତ ରାସ୍ତାଗୁଡିକୁ ପଦଚାରୀ ଜୋନ୍‌ ହିସାବରେ ଘୋଷଣା କରାଯାଇଛି। କେବଳ ଭିଆଇପି ଗାଡିଗୁଡିକ ଉତ୍ତର ଦ୍ୱାର ସାମ୍ନାରେ ଥିବା ନିର୍ଦ୍ଧାରିତ ସ୍ଥାନରେ (ରଥ ଖଳା ଓ ବଢେଇବାଙ୍କ ମଧ୍ୟରେ) ପାର୍କିଂ କରିବେ। ଏହି ବିଜ୍ଞପ୍ତି ଆସନ୍ତା ୨୧ତାରିଖ ସକାଳ ୨ଟାରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ତଥା ଜନସମାଗମ ଅପସାରିତ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri