ମେଟ୍ରୋ

ସରକାରଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ: ଖୋଲା ଥିବା ସ୍କୁଲ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ, ଗଠନ ହେଲା ସ୍କ୍ବାଡ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଓଡ଼ିଶାରେ କରୋନା ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩୧ ମାର୍ଚ୍ଚ ଯାଏ ସମସ୍ତ ସରକାରୀ ତଥା ବେସରକାରୀ ସ୍କୁଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଦେଇଛନ୍ତି। ମାତ୍ର ରାଜ୍ୟର କିଛି ସ୍କୁଲ ଖୋଲାଥିବା ନେଇ ଅଭିଯୋଗ ହୋଇଛି।…

କରୋନା ପାଇଁ ରାଜଧାନୀ ହାଟ ଉପରେ କଟକଣା: ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଖୋଲିବ

ଭୁବନେଶ୍ୱର,୧୮।୩(ବ୍ୟୁରୋ): ଭିଡ଼ରୁ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ରାଜଧାନୀରେ ଚାଲୁଥିବା ସମସ୍ତ ହାଟ ପାଇଁ ବୁଧବାର କଟକଣା ଲଗାଯାଇଛି। ବିଶେଷକରି ସନ୍ଧ୍ୟା ସମୟରେ ହାଟରେ ଭିଡ଼ ପରିଲକ୍ଷିତ ହେଉଥିବାରୁ କଟକଣା…

ଅସୁସ୍ଥ ମାଈ ହାତୀର ଚିକିତ୍ସା ଆରମ୍ଭ

ଭୁବନେଶ୍ୱର/ଖୋର୍ଦ୍ଧା ଅଫିସ/: ୧୮।୩(ବ୍ୟୁରୋ): ଟାଙ୍ଗୀ ବନଖଣ୍ଡ ସରପାରି ପଞ୍ଚାୟତ ବାଁବରଡ଼ା ମୌଜାସ୍ଥିତ ଚାରିବାଟିଆ ଗହିର ଜମିର ମଲାଗୁଣୀ ନଦୀ ପଠାରେ ଏକ ମାଈ ହାତୀ ଅସୁସ୍ଥ ହୋଇ ପଡ଼ି ରହିଛି। ଦନ୍ତାଟି କାହାକୁ ପାଖ ମଡ଼ାଇ ଦେଉ ନ ଥିଲା। କିଛି…

ଯାତ୍ରୀ ହ୍ରାସ ଯୋଗୁ ବାତିଲ ହେଉଛି ଟ୍ରେନ୍‌

ଭୁବନେଶ୍ୱର, ୧୮।୩: ପୂର୍ବତଟ ରେଳପଥ ଯାତ୍ରୀ ପରିବହନ କ୍ଷେତ୍ରରେ ବୃହତ୍‌ ସଂଖ୍ୟାରେ ହ୍ରାସ ଘଟିଛି। ଲୋକମାନେ ବୁକିଂ କରିଥିବା ସେମାନଙ୍କ ଟିକେଟ ବାତିଲ କରି ଦେଉଛନ୍ତି। ଗତ ୬ ଦିନ ମଧ୍ୟରେ ପୂର୍ବତଟ ରେଳପଥର ୧ ଲକ୍ଷ ଟିକେଟ ବାତିଲ କରାଯାଇଛି।…

୩୧ ପର୍ଯ୍ୟନ୍ତ ବନ୍ଦ ରହିଲା ଡିଏଲ୍‌, ଏଲ୍‌ଏଲ୍‌ ଟେଷ୍ଟ

ଭୁବନେଶ୍ୱର, ୧୮।୩(ବ୍ୟୁରୋ): ଆର୍‌ଟିଓ କାର୍ଯ୍ୟାଳୟରେ ବୁଧବାରଠାରୁ ଡିଏଲ୍‌ ଏବଂ ଏଲ୍‌ଏଲ୍‌ ଟେଷ୍ଟ ବନ୍ଦ ରହିବ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଙ୍ଗଳବାର ଏହା ଘୋଷଣା କରାଯାଇଛି। ଏନେଇ ଏକ ପ୍ରସ୍ତାବକୁ…

ବିଦେଶ ଯାଇଥିବା କର୍ମଚାରୀଙ୍କୁ ଅଫିସ ମନା

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): ଇଟାଲୀରୁ ଫେରିଥିବା ଯୁବକ ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ବୋଲି ଚିହ୍ନଟ ପରେ ବିଦେଶୀ ଓ ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଥିବା ଆଇଟି ଫାର୍ମଗୁଡିକୁ ପୋଲିସ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି…

ମଲ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): କରୋନା ସଂକ୍ରମଣ ଏଡ଼ାଇବା ପାଇଁ ଶପିଂ ମଲ୍‌ଗୁଡିକୁ ବନ୍ଦ କରାଯାଇଛି। ହେଲେ ମଲ୍‌ ଭିତରେ ରହିଥିବା ଗ୍ରୋସରୀ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରଖିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ପୋଲିସ ସେବା…

ବସ୍‌ ଷ୍ଟାଣ୍ଡରେ ସ୍ଥାପନ ହେବ କ୍ୟାମ୍ପ ଅଫିସ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା(କୋଭିଡ-୧୯)ଭୂତାଣୁକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ। ପରିସ୍ଥିତି ଯେପରି ଅଣାୟତ୍ତ ନ ହେବ ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି। ବସ୍‌ରେ ଦୈନିକ ହଜାର ହଜାର ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଛନ୍ତି।…

ଆଇନ ଉଲ୍ଲଂଘନକାରୀଙ୍କୁ ଜଗୁଛି କ୍ୟାମେରା

କଟକ ଅଫିସ,୧୮ା୩: କଟକ ସହରର କୌଣସି ଛକରେ ଏବେ ଟ୍ରାଫିକ ପୋଲିସ ଗାଡି ଚାଳକଙ୍କୁ ଅଟକାଉନି। ଆଇନ ଉଲ୍ଲଂଘନକାରୀମାନେ ବେଧଡକ ଭାବେ ଗାଡି ଚାଳନା କରୁଛନ୍ତି। ତଥାପି ଦିନକୁ ୧ ହଜାରରୁ ଊର୍ଦ୍ଧ୍ୱ ଇ-ଚାଲାଣ କଟୁଛି। କରୋନା ଭୂତାଣୁ ସଂକ୍ରମଣର ଭୟ…

ଅକ୍ଷମଙ୍କ ପାଇଁ ଉଦାହରଣ: ଦୃଷ୍ଟିହୀନ ଆଶିଷ ଏବେ ଅଧ୍ୟାପକ

କଟକ ଅଫିସ,୧୮ା୩: ଜନ୍ମରୁ ଦୃଷ୍ଟିହୀନ। ତଥାପି ଅକ୍ଷମତା ତାଙ୍କୁ ସଫଳତା ପଥରୁ ଦୂରେଇ ରଖିପାରିନି। ଅଗାଧ ପରିଶ୍ରମ ଏବଂ ଦୃଢ ଇଚ୍ଛାଶକ୍ତି ବଳରେ ସେ ଏବେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ଅଧ୍ୟାପନା ଦାୟିତ୍ୱରେ ଅଛନ୍ତି। ଏହି ପ୍ରତିଭା ଜଣଙ୍କ ହେଲେ…

ସ୍କୁଲ୍‌ ଛୁଟି ବଢ଼ାଇଛି ଅଭିଭାବକଙ୍କ ଚିନ୍ତା

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଚାଇନାର ଉହାନରୁ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ଏବେ ଭାରତ ସମେତ ୧୬୩ ରାଷ୍ଟ୍ରକୁ ଗ୍ରାସ କରିସାରିଲାଣି। ଓଡ଼ିଶାରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। ଇତିମଧ୍ୟରେ ରାଜ୍ୟ ସରକାର ୩୧ ମାର୍ଚ୍ଚ ଯାଏ ସ୍କୁଲ ଛୁଟି କରିଦେଇଛନ୍ତି। ଘରୁ ବାହାରିବା…

ୟୁନିଟ୍‌ ମ୍ୟାନେଜରଙ୍କୁ କରୋନା ସମ୍ପର୍କରେ ସଚେତନ: ପାନ୍ଥନିବାସ ପାଇଁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରିକଲା ଓଟିଡିସି

ଭୁବନେଶ୍ୱର,୧୮ା୩(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଣ୍ଟା ଭିଡ଼ିଛି। ଓଟିଡିସି ଦ୍ୱାରା ପରିଚାଳିତ ହୋଟେଲଗୁଡ଼ିକ ଲାଗି ମଙ୍ଗଳବାର ସ୍ବତନ୍ତ୍ର ଆଡ୍‌ଭାଇଜରି ଜାରି କରାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ଓଟିଡିସିର ସମସ୍ତ ପାନ୍ଥନିବାସ, ଯାତ୍ରୀନିବାସ, ଅରଣ୍ୟ ନିବାସ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?