ଅକ୍ଷମଙ୍କ ପାଇଁ ଉଦାହରଣ: ଦୃଷ୍ଟିହୀନ ଆଶିଷ ଏବେ ଅଧ୍ୟାପକ

କଟକ ଅଫିସ,୧୮ା୩: ଜନ୍ମରୁ ଦୃଷ୍ଟିହୀନ। ତଥାପି ଅକ୍ଷମତା ତାଙ୍କୁ ସଫଳତା ପଥରୁ ଦୂରେଇ ରଖିପାରିନି। ଅଗାଧ ପରିଶ୍ରମ ଏବଂ ଦୃଢ ଇଚ୍ଛାଶକ୍ତି ବଳରେ ସେ ଏବେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗର ଅଧ୍ୟାପନା ଦାୟିତ୍ୱରେ ଅଛନ୍ତି। ଏହି ପ୍ରତିଭା ଜଣଙ୍କ ହେଲେ ଅଧ୍ୟାପକ ଡ. ଆଶିଷ କୁମାର ସାହୁ। ତାଙ୍କର ଏହି ସଫଳତା ପଛର ସଂଘର୍ଷମୟ କାହାଣୀ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।
ଆଶିଷଙ୍କ ଘର ବରଗଡ ଜିଲା କଟାପାଲି ଅଞ୍ଚଳରେ। ବାପା, ମା, ତିନି ଭାଇ ଏବଂ ଗୋଟିଏ ଭଉଣୀଙ୍କୁ ନେଇ ତାଙ୍କ ପରିବାର। ପରିବାର ବୋଝ ଆଶିଷଙ୍କ ବାପା ଗୋପୀନାଥ ସାହୁଙ୍କ ମୁଣ୍ଡ ଉପରେ ଥାଏ। ଗୋପୀନାଥ ଏକ ସରକାରୀ ସ୍କୁଲ ଶିକ୍ଷକ ହୋଇଥିବାରୁ ଦୁଃଖକଷ୍ଟରେ ପରିବାର ଚଳିଯାଏ। ଆଶିଷ ଦେଖି ପାରୁ ନ ଥିଲେ ମଧ୍ୟ ବାପାଙ୍କ କଷ୍ଟକୁ ଅନୁଭବ କରିପାରୁଥିଲେ। ଅନ୍ୟପକ୍ଷରେ ପିଲାଦିନରୁ ଆଶିଷଙ୍କର ପାଠପଢାରେ ବହୁତ ଆଗ୍ରହ ଥିଲା। ନିଜେ ପାଠପଢା ପ୍ରତି ବିଶେଷ ଧ୍ୟାନ ଦେବା ସହିତ ସାଙ୍ଗସାଥୀଙ୍କୁ ଭଲ ପଢିବା ପାଇଁ ସବୁବେଳେ ଉପଦେଶ ଦେଉଥିଲେ। ଜ୍ଞାନ ହିଁ ପରମ ଧନ ବୋଲି ଆଶିଷଙ୍କର ବିଶ୍ୱାସ ରହିଛି। ଇତିମଧ୍ୟରେ ବୁର୍ଲା ଦୃଷ୍ଟିହୀନ ବିଦ୍ୟାଳୟରୁ ସେ ମାଟ୍ରିକ୍‌ ପାସ୍‌ କରିବା ପରେ ବୁର୍ଲା ଏନ୍‌ଏସି କଲେଜରେ ଯୁକ୍ତଦୁଇ ପଢିଥିଲେ। ପରେ ସ୍ନାତକ ପଢିବା ପାଇଁ କଟକ ଆସିଥିଲେ। ରେଭେନ୍‌ଶା କଲେଜରେ ଓଡ଼ିଆ ସମ୍ମାନରେ ସ୍ନାତକ ପାସ୍‌ କରି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଲାଭ କରିଥିଲେ। ସେଠାରେ ଆଶିଷଙ୍କୁ କିଛି ସାଙ୍ଗ ବହୁତ ହଇରାଣ କରନ୍ତି। ବହିଠାରୁ ଆରମ୍ଭ କରି ନୋଟ୍‌ ପର୍ଯ୍ୟନ୍ତ କିଛି ସାହାଯ୍ୟ କରନ୍ତିନାହିଁ। ସେଠାରେ ଜଣେ ସାର୍‌ ଆଶିଷଙ୍କ ସହିତ ବେଶ୍‌ ଜଡିତ ଥିଲେ। ସେ ସବୁ ସମୟରେ ତାଙ୍କୁ ସହଯୋଗ କରୁଥିଲେ। ଯାହାକିଛି କ୍ଲାସରେ ଅଧ୍ୟାପକ ପଢାନ୍ତି ତାହାକୁ ରେକର୍ଡର ମାଧ୍ୟମରେ ରେକର୍ଡ କରି ବାରମ୍ବାର ଶୁଣନ୍ତି। ସେଥିରୁ ଯାହା ମନେରହେ ପରୀକ୍ଷାରେ ଲେଖନ୍ତି। ପିଜି ପାସ୍‌ କରିବା ସମୟରେ ରେଭେନ୍‌ଶାରେ ଅଧ୍ୟାପକ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆଶିଷ ଏହି ପଦବୀ ପାଇଁ ଆବେଦନ କରିଥିଲେ। ୨୦୧୩ରେ ଅଧ୍ୟାପକ ଭାବେ ରେଭେନ୍‌ଶାରେ ଯୋଗଦେଇଥିଲେ। ଚଳିତବର୍ଷ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରୁ ସେ ପିଏଚ୍‌ଡିରେ ଡକ୍ଟରେଟ ପାଇଛନ୍ତି। ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଜଣେ ଦକ୍ଷ ଅଧ୍ୟାପକ ଭାବେ ଯେମିତି ତାଙ୍କର ନଁା ରହିଛି ସେମିତି ଭଲ ମଣିଷ ଭାବେ ମଧ୍ୟ ଖ୍ୟାତି ଅଛି। ଅନେକ ଦୃଷ୍ଟିହୀନ ଛାତ୍ରୀଛାତ୍ର ଇଚ୍ଛାଶକ୍ତି ଅଭାବରୁ ନିଜର କ୍ୟାରିୟର ଗଠନ କରୁପାରୁନାହାନ୍ତି। ଆଗାମୀ ଦିନରେ ଦୃଷ୍ଟିହୀନ ଛାତ୍ରୀଛାତ୍ରମାନଙ୍କୁ ଉତ୍ତମ ଭବିଷ୍ୟତ ଗଠନ ଦିଗରେ ସହଯୋଗ କରିବାକୁ ଲକ୍ଷ୍ୟ ରଖିଥିବା ଆଶିଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ଘରେ କରୁଥିଲେ କାମ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

କୁଆଁରମୁଣ୍ଡା,୮।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଚୁଟିଆଟୋଲି ଗ୍ରାମ ରୀତା ତିର୍କୀଙ୍କ ଘର ସେଣ୍ଟ୍ରିଂ କାମ କରୁଥିବା ବେଳେ ମଙ୍ଗଳବାର…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନରେ ୩ ରାଶି ହେବେ ଭାଗ୍ୟଶାଳୀ; କ୍ୟାରିୟରରେ ବଡ଼ ଅଫର୍‌, ଘରକୁ ଆସିବ ଟଙ୍କା!

ବୈଦିକ ଜ୍ୟୋତିଷରେ ବୁଧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଗ୍ରହ, ଯିଏକି ପ୍ରତ୍ୟକ୍ଷ ଭାବରେ ଜୀବନକୁ ଗଭୀର ଭାବେ ପ୍ରଭାବିତ କରନ୍ତି। ଜ୍ୟୋତିଷଙ୍କ ଅନୁଯାୟୀ, ବୁଧ ଗ୍ରହ ମାନସିକ…

କମ୍‌ ବୟସରେ ଧନୀ ହୁଅନ୍ତି ଏହି ୩ ରାଶିର ଲୋକ: ମା’ ଲକ୍ଷ୍ମୀଙ୍କ ରହିଥାଏ ବିଶେଷ କୃପା, କେବେ ରହେନି ଅଭାବ!

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ଓ ୨୭ଟି ନକ୍ଷତ୍ରର ବର୍ଣ୍ଣନା ରହିଛି। ପ୍ରତ୍ୟେକ ରାଶି ଉପରେ କୌଣସି ନା କୌଣସି ଗ୍ରହଙ୍କ ଆଧିପତ୍ୟ ରହିଥାଏ। ତେଣୁ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

ବର୍ଷକୁ ବ୍ୟାଙ୍କରେ କେତେ କ୍ୟାଶ୍‌ ଜମା କରିପାରିବେ? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୮।୯: ସଞ୍ଚୟ ଖାତାରେ (Savings Account) ନଗଦ ଟଙ୍କା ଜମା କରିବା ଏକ ସାଧାରଣ ପ୍ରକ୍ରିୟା, କିନ୍ତୁ ଆପଣ ଜାଣନ୍ତି କି ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri