ଆଇନ ଉଲ୍ଲଂଘନକାରୀଙ୍କୁ ଜଗୁଛି କ୍ୟାମେରା

କଟକ ଅଫିସ,୧୮ା୩: କଟକ ସହରର କୌଣସି ଛକରେ ଏବେ ଟ୍ରାଫିକ ପୋଲିସ ଗାଡି ଚାଳକଙ୍କୁ ଅଟକାଉନି। ଆଇନ ଉଲ୍ଲଂଘନକାରୀମାନେ ବେଧଡକ ଭାବେ ଗାଡି ଚାଳନା କରୁଛନ୍ତି। ତଥାପି ଦିନକୁ ୧ ହଜାରରୁ ଊର୍ଦ୍ଧ୍ୱ ଇ-ଚାଲାଣ କଟୁଛି। କରୋନା ଭୂତାଣୁ ସଂକ୍ରମଣର ଭୟ ଯୋଗୁ ଏଭଳି ବିକଳ୍ପ ବାଛିଚି କଟକ ଟ୍ରାଫିକ ଥାନା ପୋଲିସ। ଧରା ନ ପଡି ମଧ୍ୟ ଆଇନ ଉଲ୍ଲଂଘନକାରୀ ତଣ୍ଡ ଗଣୁଛନ୍ତି। ଟ୍ରାଫିକ ପୋଲିସ ପକ୍ଷରୁ ଲଗାଇଥିବା କ୍ୟାମେରାରେ କଏଦ ହେଉଛି ବାଇକ ଓ ବାଇକ୍‌ ଚାଳକଙ୍କ ଫଟୋ। ଏହାକୁ ଆଧାର କରି ଇ-ଚାଲାଣ କଟାଯାଉଛି ବୋଲି ଟ୍ରାଫିକ ଥାନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସଂଶୋଧିତ ମୋଟରଯାନ ଆଇନ ମାର୍ଚ୍ଚ ପହିଲାରୁ ରାଜ୍ୟରେ କଡାକଡି ଭାବେ ଲାଗୁ କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକରେ ମଧ୍ୟ ଟ୍ରାଫିକ ପୋଲିସ ପକ୍ଷରୁ ଧରପଗଡ ଜୋର୍‌ଦାର ହୋଇଥିଲା। ସହରର ପ୍ରମୁଖ ଛକଗୁଡ଼ିକରେ ସକାଳ ୯ଟାରୁ ଅପରାହ୍ନ ପ୍ରାୟ ୨ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଥିଲା। ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଥିଲା। ତେବେ କିଛିଦିନ କରୋନା ଭାଇରସ ସଂକ୍ରମଣ ଭୟ ବୃଦ୍ଧି ପାଇବାରୁ କଟକ ଟ୍ରାଫିକ ଥାନା ପୋଲିସ ଭିନ୍ନ ଉପାୟରେ ଆଇନ ଉଲ୍ଲଘଂନକାରୀଙ୍କ ଉପରେ ନଜର ରଖିଛି। ପ୍ରତ୍ୟେକ ଟ୍ରାଫିକ ଅଧିକାରୀ, କର୍ମଚାରୀଙ୍କୁ ଏ ନେଇ ସ୍ବତନ୍ତ୍ର ତାଲିମ ଦିଆଯାଇଛି। କୌଣସି ଛକରେ ଗାଡି ଚାଳକଙ୍କୁ ଅଟକାଇବାର ଆବଶ୍ୟକତା ନାହିଁ। ଏପରି କି ସେମାନଙ୍କ ସଂସ୍ପର୍ଶରେ ନ ଆସିବାକୁ ଟ୍ରାଫିକ ଥାନା ପକ୍ଷରୁ କଡା ନିର୍ଦ୍ଦେଶ ରହିଛି। କେବଳ ଗାଡି ଯାଞ୍ଚ ଦାୟିତ୍ୱରେ ଥିବା ଟ୍ରାଫିକ କର୍ମଚାରୀମାନଙ୍କ ପୋଷାକରେ କ୍ୟାମେରା ଖଞ୍ଜାଯାଇଛି। ମଧୁପାଟଣା, ବାଦାମବାଡ଼ି, ଖାନ୍‌ନଗର, ଶିଖରପୁର ଭଳି ପ୍ରମୁଖ ଟ୍ରାଫିକ ଛକରୁ ନିୟମିତ ଶହଶହ ଫଟୋ ଆସୁଛି। ଯେଉଁଥିରୁ ନିୟମ ଉଲ୍ଲଂଘନକାରୀମାନେ ଫସିଛନ୍ତି। ତେବେ ଟ୍ରାଫିକ ପୋଲିସ ଏଭଳି ବିକଳ୍ପ ବାଛିଥିଲେ ସୁଦ୍ଧା ଗାଡି ଚାଳକ ଏ ସମ୍ପର୍କରେ ସୁରାକ ପାଇନାହାନ୍ତି। ଏବେ ଟ୍ରାଫିକ ଯାଞ୍ଚ ହେଉନି ବୋଲି ସହରରେ ଗୁଜବ ହେଉଥିବାବେଳେ ନିୟମ ଉଲ୍ଲଂଘନକାରୀ କିନ୍ତୁ କ୍ୟାମେରା ଲେନ୍ସରୁ ଖସି ପାରୁନାହାନ୍ତି। ଏ ସମ୍ପର୍କରେ ଟ୍ରାଫିକ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri