ଆଇନ ଉଲ୍ଲଂଘନକାରୀଙ୍କୁ ଜଗୁଛି କ୍ୟାମେରା

କଟକ ଅଫିସ,୧୮ା୩: କଟକ ସହରର କୌଣସି ଛକରେ ଏବେ ଟ୍ରାଫିକ ପୋଲିସ ଗାଡି ଚାଳକଙ୍କୁ ଅଟକାଉନି। ଆଇନ ଉଲ୍ଲଂଘନକାରୀମାନେ ବେଧଡକ ଭାବେ ଗାଡି ଚାଳନା କରୁଛନ୍ତି। ତଥାପି ଦିନକୁ ୧ ହଜାରରୁ ଊର୍ଦ୍ଧ୍ୱ ଇ-ଚାଲାଣ କଟୁଛି। କରୋନା ଭୂତାଣୁ ସଂକ୍ରମଣର ଭୟ ଯୋଗୁ ଏଭଳି ବିକଳ୍ପ ବାଛିଚି କଟକ ଟ୍ରାଫିକ ଥାନା ପୋଲିସ। ଧରା ନ ପଡି ମଧ୍ୟ ଆଇନ ଉଲ୍ଲଂଘନକାରୀ ତଣ୍ଡ ଗଣୁଛନ୍ତି। ଟ୍ରାଫିକ ପୋଲିସ ପକ୍ଷରୁ ଲଗାଇଥିବା କ୍ୟାମେରାରେ କଏଦ ହେଉଛି ବାଇକ ଓ ବାଇକ୍‌ ଚାଳକଙ୍କ ଫଟୋ। ଏହାକୁ ଆଧାର କରି ଇ-ଚାଲାଣ କଟାଯାଉଛି ବୋଲି ଟ୍ରାଫିକ ଥାନାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସଂଶୋଧିତ ମୋଟରଯାନ ଆଇନ ମାର୍ଚ୍ଚ ପହିଲାରୁ ରାଜ୍ୟରେ କଡାକଡି ଭାବେ ଲାଗୁ କରାଯାଇଛି। ଏହି ପରିପ୍ରେକ୍ଷୀରେ କଟକରେ ମଧ୍ୟ ଟ୍ରାଫିକ ପୋଲିସ ପକ୍ଷରୁ ଧରପଗଡ ଜୋର୍‌ଦାର ହୋଇଥିଲା। ସହରର ପ୍ରମୁଖ ଛକଗୁଡ଼ିକରେ ସକାଳ ୯ଟାରୁ ଅପରାହ୍ନ ପ୍ରାୟ ୨ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଟ୍ରାଫିକ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଥିଲା। ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଥିଲା। ତେବେ କିଛିଦିନ କରୋନା ଭାଇରସ ସଂକ୍ରମଣ ଭୟ ବୃଦ୍ଧି ପାଇବାରୁ କଟକ ଟ୍ରାଫିକ ଥାନା ପୋଲିସ ଭିନ୍ନ ଉପାୟରେ ଆଇନ ଉଲ୍ଲଘଂନକାରୀଙ୍କ ଉପରେ ନଜର ରଖିଛି। ପ୍ରତ୍ୟେକ ଟ୍ରାଫିକ ଅଧିକାରୀ, କର୍ମଚାରୀଙ୍କୁ ଏ ନେଇ ସ୍ବତନ୍ତ୍ର ତାଲିମ ଦିଆଯାଇଛି। କୌଣସି ଛକରେ ଗାଡି ଚାଳକଙ୍କୁ ଅଟକାଇବାର ଆବଶ୍ୟକତା ନାହିଁ। ଏପରି କି ସେମାନଙ୍କ ସଂସ୍ପର୍ଶରେ ନ ଆସିବାକୁ ଟ୍ରାଫିକ ଥାନା ପକ୍ଷରୁ କଡା ନିର୍ଦ୍ଦେଶ ରହିଛି। କେବଳ ଗାଡି ଯାଞ୍ଚ ଦାୟିତ୍ୱରେ ଥିବା ଟ୍ରାଫିକ କର୍ମଚାରୀମାନଙ୍କ ପୋଷାକରେ କ୍ୟାମେରା ଖଞ୍ଜାଯାଇଛି। ମଧୁପାଟଣା, ବାଦାମବାଡ଼ି, ଖାନ୍‌ନଗର, ଶିଖରପୁର ଭଳି ପ୍ରମୁଖ ଟ୍ରାଫିକ ଛକରୁ ନିୟମିତ ଶହଶହ ଫଟୋ ଆସୁଛି। ଯେଉଁଥିରୁ ନିୟମ ଉଲ୍ଲଂଘନକାରୀମାନେ ଫସିଛନ୍ତି। ତେବେ ଟ୍ରାଫିକ ପୋଲିସ ଏଭଳି ବିକଳ୍ପ ବାଛିଥିଲେ ସୁଦ୍ଧା ଗାଡି ଚାଳକ ଏ ସମ୍ପର୍କରେ ସୁରାକ ପାଇନାହାନ୍ତି। ଏବେ ଟ୍ରାଫିକ ଯାଞ୍ଚ ହେଉନି ବୋଲି ସହରରେ ଗୁଜବ ହେଉଥିବାବେଳେ ନିୟମ ଉଲ୍ଲଂଘନକାରୀ କିନ୍ତୁ କ୍ୟାମେରା ଲେନ୍ସରୁ ଖସି ପାରୁନାହାନ୍ତି। ଏ ସମ୍ପର୍କରେ ଟ୍ରାଫିକ ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳିରେ ପୁଣି ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ‘ମୋହରା’, ଟକ୍କର ଦେବକି ରଣବୀର କପୁରଙ୍କ ‘ରାମାୟଣ’କୁ…

ମୁମ୍ବାଇ,୨୭।୧୦: ଏହି ଦୀପାବଳିରେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ର ପ୍ରଥମ ଭାଗ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ବିଶାଳ ବଜେଟ ବିଶିଷ୍ଟ ପ୍ରୋଜେକ୍ଟଟି…

ବୈଭବଙ୍କୁ ନେଇ ଗମ୍ଭୀରଙ୍କ ସ୍ପେଶାଲ୍ ପ୍ଲାନ୍! ସଞ୍ଜୁଙ୍କ ସହ ଓପନିଂ…..

ନୂଆଦିଲ୍ଲୀ,୨୭ା୧୦: ତୃତୀୟ ଟି-୨୦ ମ୍ୟାଚ୍‌ ପୂର୍ବରୁ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି । ଇଶାନ କିଶନ ଏବେ ମଧ୍ୟ ଫିଟ୍‌…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବର୍ଷା-ପବନ ଆରମ୍ଭ: ସତର୍କ ପ୍ରଶାସନ

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି ଚାଲିଥିବାବେଳେ ଏଥିପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଓ ମୁକାବିଲା ପାଇଁ ସମସ୍ତ…

ବଢୁଛି ବିପଦ ଆଶଙ୍କା: ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି

ଭଞ୍ଜନଗର,୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବ ଭଞ୍ଜନଗର ଅଞ୍ଚଳରେ ଧୀରେ ଧୀରେ ଅନୁଭୂତ ହେବାରେ ଲାଗିଛି। ମଙ୍ଗଳବାର ସକାଳୁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି।…

ଟେନସନ୍‌ରେ ଟିମ୍‌ ଇଣ୍ଡିଆ: ସିଧା ହୋଇ ଠିଆ ହେବା ଖେଳାଳିଙ୍କ ପାଇଁ ହୋଇପଡ଼ୁଛି କଷ୍ଟକର

ୱେଲିଂଟନ,୨୭।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ତେବେ ତୃତୀୟ ଟି-୨୦ ପୂର୍ବରୁ ଭାରତୀୟ ଦଳ ପାଇଁ ଚିନ୍ତା ବଢ଼ାଇଛି…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବଢ଼ିବ ଜଳସ୍ତର! ଘୋଡ଼ାହାଡ଼ ଡ୍ୟାମ୍‌ରୁ ନଦୀକୁ ଛଡ଼ାଗଲା ପାଣି, ନଦୀକୂଳିଆ ଗାଁକୁ ସତର୍କ ସୂଚନା

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ…

ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ବଡ଼ ବିବାଦ: କପିଲ ଦେବ-ସୁନୀଲ ଗାଭାସ୍କରଙ୍କ ମଧ୍ୟରେ ୨୫ ବର୍ଷ ଧରି ସମ୍ପର୍କ ଥିଲା ଏମିତି

ନୂଆଦିଲ୍ଲୀ,୨୭।୧୦: ଯୁକ୍ତରାଷ୍ଟ୍ର ଆମେରିକା (USA) ଏବଂ ସୋଭିଏତ ୟୁନିଅନ (USSR) ମଧ୍ୟରେ ହୋଇଥିବା ‘ଶୀତଳ ଯୁଦ୍ଧ’ (Cold War) ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଯଦିଓ ଏହି…

ଶାହରୁଖଙ୍କୁ ଝଟକା ଦେବାକୁ ପ୍ରସ୍ତୁତ ଗୁଜୁରାଟ! ଏହି ୩ ଖେଳାଳିଙ୍କୁ ଦଳରୁ ବାଦ ଦେଇପାରେ GT, ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲୀ,୨୭।୧୦: IPL 2027 ନିଲାମ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ ନିଜ ଦଳରେ ପରିବର୍ତ୍ତନ କରିପାରେ। ଆଗାମୀ ସିଜିନ ପାଇଁ ଦଳ ନିକଟରେ ଶକ୍ତିଶାଳୀ ଖେଳାଳି ଚୟନ କରିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?