ପୋଲିସ କମିଶନରଙ୍କ ସମସ୍ତ କୋର୍ଟ ବନ୍ଦ
ଭୁବନେଶ୍ୱର,୧୯।୩ (ବ୍ୟୁରୋ): ମହାମାରୀ କରୋନାର ସଫଳ ମୁକାବିଲା ପାଇଁ ପରସ୍ପରଠାରୁ ଦୂରତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଏହି ପରିପ୍ରେକ୍ଷୀରେ ପୋଲିସ କମିଶନରଙ୍କ ସମସ୍ତ କୋର୍ଟ ବନ୍ଦ ରଖିବା ପାଇଁ ବୁଧବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। କରୋନା…
ପ୍ରେମ ନିବେଦନ କରି ବନ ବିଭାଗ କର୍ମଚାରୀ ଗିରଫ
ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଖଣ୍ଡଗିରି ଥାନା ଅନ୍ତର୍ଗତ ଘାଟିକିଆସ୍ଥିତ ବନ ବିଭାଗରେ ଟ୍ରେନିଂ ନେଉଥିବା ସହକର୍ମୀ ଯୁବତୀଙ୍କୁ ଏକତରଫା ପ୍ରେମ ନିବେଦନ କରି ହଇରାଣ କରୁଥିବା ଯୁବକଙ୍କୁ ପୋଲିସ ବୁଧବାର ଗିରଫ କରିଛି। ସେ ହେଲେ ସମ୍ବଲପୁର ସଦର ଥାନା ଅଞ୍ଚଳର ବିଶ୍ୱଜିତ୍…
ବାର୍ରେ ଚଢ଼ାଉ, ୧୦ ଯୁବତୀ ଉଦ୍ଧାର: ମାଲିକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୧୯।୩ (ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ବାପୁଜିନଗରସ୍ଥିତ ରଙ୍ଗିଲା ବାର୍ରେ ବୁଧବାର ବିଳମ୍ବିତ ରାତିରେ ପୋଲିସ ଚଢାଉ କରି ୧୦ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ କଟକଣା ସତ୍ତ୍ୱେ ଉକ୍ତ ବାର୍ରେ ଡାନ୍ସ ଚାଲିଥିଲା। ଏନେ…
କରୋନା ଗୀତକୁ ନେଇ କମେଣ୍ଟ, ପେଟ୍ରୋଲ ପମ୍ପରେ ମାରପିଟ୍
କଟକ ରୋଡ,୧୯।୩ (ଡି.ଏନ୍.ଏ.): କରୋନା ଗୀତକୁ କେନ୍ଦ୍ରକରି ମଙ୍ଗଳବାର ରାଜଧାନୀର ଏକ ପେଟ୍ରୋଲ ପମ୍ପରେ ଯୁବତୀ ଓ ଯୁବକମାନଙ୍କ ମଧ୍ୟରେ ମାରପିଟ୍ ହୋଇଛି। ଏହି ଘଟଣାରେ ବଡ଼ଗଡ଼ ପୋଲିସ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।…
ବଢ଼ୁନି ଏସ୍କାଲେଶନ ଫି’: ଅଡୁଆରେ ଠିକା ସଂସ୍ଥା
ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ୨୦୧୩-୧୪ରେ ସଫେଇ କର୍ମଚାରୀଙ୍କ ମଜୁରି ୧୫୦ ଟଙ୍କା ଧାର୍ଯ୍ୟ କରିଥିଲା। ଇତିମଧ୍ୟରେ ୬ବର୍ଷ ବିତିଥିଲେ ମଧ୍ୟ ତାହା ଏବେ ବି ବଳବତ୍ତର ରହିଛି। ବିଏମ୍ସି ଏସ୍କାଲେଶନ ଫି’ ବୃଦ୍ଧି କରୁ ନ ଥିବାରୁ…
କରୋନା ସଚେତନତା ନେଇ ଭିଡିଓ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୯।୩ (ବ୍ୟୁରୋ): କରୋନା ଭାଇରସ ପାଇଁ ସମଗ୍ର ବିଶ୍ୱ ଥରଥର। ଏହି ମାରାତ୍ମକ ରୋଗ ପାଇଁ କୌଣସି ଔଷଧ ନାହିଁ। ସଚେତନତା ହିଁ ଏକମାତ୍ର ପନ୍ଥା। ଏହି ରୋଗର ସଚେତନତା ପାଇଁ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି…
ଦଙ୍ଗା, ଦାବାବଟି ଓ ମରଣାନ୍ତକ ଆକ୍ରମଣ ଘଟଣା: ଏନ୍ଏସ୍ଏରେ ବୁକ୍ ହେଲେ ପ୍ରଭାତ
ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ମାରଣାସ୍ତ୍ର ଦେଖାଇ ୫ ଲକ୍ଷ ଦାଦାବଟି ମାଗି ବିଚାରବିଭାଗୀୟ ହାଜତକୁ ଯାଇଥିବା ପ୍ରଭାତ କୁମାର ସେଠୀଙ୍କୁ କମିଶନରେଟ ପୋଲିସ ଏନ୍ଏସ୍ଏ(ଜାତୀୟ ନିରାପତ୍ତା ଆଇନ)ରେ ବୁଧବାର ବୁକ୍ କରିଛି। ସର୍ବସାଧାରଣରେ ଦଙ୍ଗା କରିବା, ଜନଗହଳିପୂର୍ଣ୍ଣ ସ୍ଥାନରେ…
୧ମଣ୍ଡପ, ୫ ଗେଷ୍ଟ ହାଉସ୍ ସିଲ୍ କଲା ବିଏମ୍ସି
ଭୁବନେଶ୍ୱର, ୧୯।୩ (ବ୍ୟୁରୋ): କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ବିଏମ୍ସି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାସହ କଟକଣା ଲାଗୁକରିଛି। । ହୋଲ୍ଡିଂ ଟ୍ୟାକ୍ସ ନ ଦେବା ସହ ବିନା ଟ୍ରେଡ୍ ଲାଇସେନ୍ସ ଏବଂ ଏସ୍ଓପିକୁ ମାନି ନ ଥିବା ୧ମଣ୍ଡପ,…
ମଦ ଦୋକାନରେ ଭିଡ଼, କଟକଣାକୁ ବେଖାତିର
ପୁରୁଣା ଭୁବନେଶ୍ୱର, ୧୯।୩ (ଡି.ଏନ.ଏ.): କରୋନା ଭୂତାଣୁ କବଳରୁ ମୁକ୍ତ ନେଇ ନିଜକୁ ନିଜେ ସୁରକ୍ଷିତ ରଖିବାକୁ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ରାଜ୍ୟ ସରକାର ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜନଗହଳି ଉପରେ କଟକଣା…
ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ ବୈଠକ
ପୁରୁଣା ଭୁବନେଶ୍ୱର, ୧୯।୩ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ଏକ ପ୍ରଶାସନିକସ୍ତରୀୟ ବୈଠକ ନୂତନ କାର୍ଯ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା ଜିଲାପାଳ ସିତାଂଶୁ ରାଉତ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପ୍ରମୁଖ ନିଯୋଗଙ୍କ ସେବାୟତଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ…
ଭୁବନେଶ୍ୱରରେ ୩ ହୋଟେଲରେ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା
ଭୁବନେଶ୍ୱର, ୧୮ା୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ସବୁ ସ୍ତରରୁ ଉଦ୍ୟମ ଚାଲିଛି। ଏବେ ଭୁବନେଶ୍ୱରର ୩ ଘରୋଇ ହୋଟେଲରେ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା କରାଯାଇଛି। ସେଗୁଡ଼ିକ ହେଲା ଜୟଦେବବିହାରସ୍ଥିତ ଜିଞ୍ଜର ହୋଟେଲ, ଶହୀଦନଗରର ଏମ୍ପାୟାର୍ସ ହୋଟେଲ ଓ କଳ୍ପନାସ୍ଥିତ କଳିଙ୍ଗ ଅଶୋକ ହୋଟେଲ।…
ସିବିଏସ୍ଇ ବୋର୍ଡ ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ,୧୮ା୩ କରୋନା ସଂକ୍ରମଣ ରୋକିବା ଦିଗରେ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଭାରତ ସରକାରଙ୍କ ଉଚ୍ଚଶିକ୍ଷା/ ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବଙ୍କ ପରାମର୍ଶକ୍ରମେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) କର୍ତ୍ତୃପକ୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା…

