ରାଜଧାନୀରେ ମାଡ଼ି ଚାଲିଛି କରୋନା: ଆଜି ଚିହ୍ନଟ ହେଲେ ଆଉ ୩୮
ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜଧାନୀରେ ଶନିବାର ଆଉ ୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୬ କ୍ୱାରାଣ୍ଟାଇନ୍ କେସ୍ ରହିଥିବା ବେଳେ ୧୨ ଲୋକାଲ କେସ୍ ରହିଛି। ସେହିଭଳି ୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଅପରାହ୍ନରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ…
ଜଗତ୍ସିଂହପୁରବାସୀଙ୍କୁ ଟୁଇନ୍ ସିଟି ମନା
ଭୁବନେଶ୍ୱର, ୧୧।୭(ବ୍ୟୁରୋ): କଟକ ଓ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥିତିରେ ଜଗତ୍ସିଂହପୁରବାସୀଙ୍କୁ ଟୁଇନ୍ସିଟି କଟକ, ଭୁବନେଶ୍ୱର ଯିବାକୁ ବାରଣ କରାଯାଇଛି। ଏ ନେଇ ଜଗତ୍ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶନିବାର ଜିଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି।…
ବୟାନ ରେକର୍ଡ, ଟ୍ରେନ୍ ତଥ୍ୟ ମାଗିଲା ଜିଆର୍ପି
ଭୁବନେଶ୍ୱର,୧୧।୭(ବ୍ୟୁରୋ): ଯୁବ ସାମାଜିକ କର୍ମୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା ଏବେବି ରହସ୍ୟ ହୋଇ ରହିଛି। ଭୁବନେଶ୍ୱର ଜିଆର୍ପି ଥାନା ପୋଲିସ ମାମଲାର ତଦନ୍ତ ଚଳାଇଥିଲେ ମଧ୍ୟ କିଛି ବି ନୂଆ ସୁରାକ ପାଇପାରିନି। ଆଦିତ୍ୟଙ୍କ ପିପୁଲ ଫର୍ ସେବାର ସଦସ୍ୟ…
ଦଶଦିନରେ ଦୁଇଗୁଣ ସଂକ୍ରମଣ: ଭୁବନେଶ୍ୱରରେ ୬୦୦ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା
ଭୁବନେଶ୍ୱର, ୧୧।୭ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ ମାଡ଼ି ଚାଲିଛି। ଜୁଲାଇ ଆରମ୍ଭରୁ କୋଭିଡ୍-୧୯ ଉଗ୍ର ହେବାରେ ଲାଗିଛି। ଶେଷ ୨୪ ଘଣ୍ଟାରେ ଆଉ ୪୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ୩୫ଜଣ କ୍ୱାରାଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦ଜଣ…
ମାନବ ଅଧିକାର କମିଶନଙ୍କୁ ଫେରାଦ ହେଲା ଭାଜପା
ଭୁବନେଶ୍ୱର, ୧୧।୭(ବ୍ୟୁରୋ): ଜଗତସିଂହପୁର ମୁଖ୍ୟ ହସ୍ପିଟାଲରେ ଏକ ଅମାନବୀୟ ଘଟଣା ଘଟିଛି। ଡାକ୍ତରଙ୍କ ଅବହେଳା ଯୋଗୁ ଜଗତସିଂହପୁର ଜିଲା ଏରସମା ବ୍ଲକ କଟିଜଙ୍ଗୀ ଗାଁର ଏକ ଦମ୍ପତିଙ୍କ ଜୀବନ ଚାଲିଯାଇଛି। ଗତ ଜୁନ୍ ୩୦ରୁ ନିର୍ଲିପ୍ତ ଭୋଳ ଏବଂ ତାଙ୍କ ସ୍ତ୍ରୀ…
ରାଜ୍ୟରେ କରୋନା ସଂକ୍ରମଣ ହାର ବୃଦ୍ଧି
ଭୁବନେଶ୍ୱର, ୧୧।୭(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହାରରେ ହଠାତ୍ ବୃଦ୍ଧି ଘଟିଛି। ଜୁନ୍ ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଏହି ସଂକ୍ରମଣ ହାର ବେଶ୍ ସନ୍ତୋଷଜନକ ଥିବାବେଳେ ଜୁଲାଇ ଆରମ୍ଭରୁ ସ୍ଥିତି ଅଧିକ ବିପଜ୍ଜନକ ହେବାରେ ଲାଗିଛି। ଏବେ ଦୈନିକ ସଂକ୍ରମଣ ବୃଦ୍ଧି…
୩ ଅଧିକାରୀଙ୍କୁ କୋଭିଡ ଦାୟିତ୍ୱ
ଭୁବନେଶ୍ୱର, ୧୦।୭(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ୩ଜଣ ବରିଷ୍ଠ ଅଧିକାରୀଙ୍କୁ ନୂଆ କୋଭିଡ ଦାୟିତ୍ୱ ପ୍ରଦାନ କରିଛନ୍ତି। ସାମାଜିକ କଲ୍ୟାଣ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ବାଲ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ଦ୍ଦେଶ ଲିଙ୍ଗରାଜ ପଣ୍ଡା…
କୁଚିଣ୍ଡା ବିଇଓଙ୍କୁ ବାଟରୁ ଉଠାଇ ନେଲା ଭିଜିଲାନ୍ସ
ସମ୍ବଲପୁର/କୁଚିଣ୍ଡା, ୧୦।୭ (ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକ୍ ଶିକ୍ଷା ଅଧିକାରୀ(ବିଇଓ) ପ୍ରଫୁଲ୍ଲ କୁମାର ନାୟକଙ୍କୁ ଶୁକ୍ରବାର ଭିଜିଲାନ୍ସ ଗିରଫ କରିଛି। ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ହେଲେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ…
ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର: ଜାଣନ୍ତୁ ଏଥର କେଉଁମାନେ ପୁରସ୍କୃତ ହେବେ….
ଭୁବନେଶ୍ୱର, ୧୦।୭(ବ୍ୟୁରୋ)- ଶେଷରେ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ୨୦୧୫ ଓ ୨୦୧୬ ବର୍ଷ ପାଇଁ ଶୁକ୍ରବାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଏଥିପାଇଁ ବିଭିନ୍ନ ବିଭାଗରେ ବହୁ ପ୍ରତିଷ୍ଠିତ ଲେଖକ ତଥା ନାଟ୍ୟକାର, ଔପନ୍ୟାସିକଙ୍କୁ ଏକାଡେମୀ ପକ୍ଷରୁ…
ପ୍ଲାଜମା ଥେରାପିର ହବ୍ ହେବ ଏସ୍ସିବି
ଭୁବନେଶ୍ୱର, ୧୦।୭(ବ୍ୟୁରୋ)- କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଖୁବ୍ଶୀଘ୍ର ପ୍ଲାଜମା ଥେରାପି ଆରମ୍ଭ ହେବ। ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, କିମ୍ସ, ଏସଏମ ହସ୍ପିଟାଲ ଏବଂ ଅଶ୍ୱିନୀ ହସ୍ପିଟାଲ ଆଦି ୪ଟି ହସ୍ପିଟାଲରେ ପ୍ଲାଜମା ଥେରାପିର ବ୍ୟବସ୍ଥା କରାଯିବ।…
ରାଜ୍ୟରେ ରେକର୍ଡ: ଆଜି ସର୍ବାଧିକ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର,୧୦।୭(ବ୍ୟୁରୋ)-ରାଜ୍ୟରେ ରେକର୍ଡ। ଶୁକ୍ରବାର ସର୍ବାଧିକ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୧୮୫ ଜଣ ଥିବାବେଳେ ରାୟଗଡାରୁ ୮୫, ବଲାଙ୍ଗୀରରୁ ୪୫, କଟକରୁ ୩୨, ମାଲକାନଗିରିରୁ ୩୦, ବରଗଡରୁ ୨୪, ସୁନ୍ଦରଗଡ଼ରୁ ୨୪,…
୪୮ ଘଣ୍ଟା ପାଇଁ ବନ୍ଦ ରହିବ ପୋଲିସ ସେବା ଭବନ
ଭୁବନେଶ୍ୱର,୧୦।୭(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭୂତାଣୁ। ସଂକ୍ରମଣକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର ପୋଲିସ ସେବା ଭବନ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଏ ନେଇ କମିଶନରେଟ ପୋଲିସ…

