ରାଜ୍ୟରେ ରେକର୍ଡ: ଆଜି ସର୍ବାଧିକ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୦।୭(ବ୍ୟୁରୋ)-ରାଜ୍ୟରେ ରେକର୍ଡ। ଶୁକ୍ରବାର ସର୍ବାଧିକ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୧୮୫ ଜଣ ଥିବାବେଳେ ରାୟଗଡାରୁ ୮୫, ବଲାଙ୍ଗୀରରୁ ୪୫, କଟକରୁ ୩୨, ମାଲକାନଗିରିରୁ ୩୦, ବରଗଡରୁ ୨୪, ସୁନ୍ଦରଗଡ଼ରୁ ୨୪, ଅନୁଗୋଳରୁ ୨୩, ବାଲେଶ୍ୱରରୁ ୧୭, ଜଗତସିଂହପୁରରୁ ୧୭,ଖୋର୍ଦ୍ଧାରୁ ୧୫, ଯାଜପୁରରୁ ୧୩, କେନ୍ଦ୍ରାପଡ଼ାରୁ ୧୦ ରହିଛନ୍ତି। ସେହିପରି ଗଜପତି, ଝାରସୁଗୁଡା, ନବରଙ୍ଗପୁରରୁ ୮ ଜଣ ଲେଖାଏଁ ରହିଛନ୍ତି। ଠିକ ସେହିପରି ମୟୁରଭଞ୍ଜରୁ ୭ ଜଣ, ଭଦ୍ରକରୁ୪ ଜଣ, ପୁରୀରୁ ୩, ଢେଙ୍କାନାଳ, କେନ୍ଦୁଝରରୁ ୨ ଜଣ ଲେଖାଏଁ, ବୌଦ୍ଧ, କନ୍ଧମାଳ ଓ ସମ୍ବଲପୁର ଜିଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୭୯୭୨ରେ ପହଞ୍ଚିଛି। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀମାନେ ଓଡ଼ିଶାର ପରମ୍ପରାକୁ ନ ଭୁଲନ୍ତୁ: ଶ୍ୟାମାମଣୀ

କଟକ ଜିଲା ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ୧୯୩୮ ଡିସେମ୍ବର ୨୧ରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ଓଡ଼ିଶୀ କଣ୍ଠସଙ୍ଗୀତ ଶିଳ୍ପୀ ଡ. ଶ୍ୟାମାମଣୀ ଦେବୀ।...

ଭଦ୍ରକ ଜିଲାରୁ ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ

ଭଦ୍ରକ ଅଫିସ,୧୬।୭: ଭଦ୍ରକ ଜିଲାରେ ଗୁରୁବାର ପୁଣି ୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟଙ୍କ ମଧ୍ୟରୁ ୬ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରର ହୋଇଥିବା ବେଳେ...

ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର,୧୮।୪(ଡି.ଏନ.ଏ): ଭଞ୍ଜନଗର ଥାନା ଅନ୍ତର୍ଗତ ଅଗଝୋଳରେ ବୁଧବାର ବିଳମ୍ବିତ ରାତିରେ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଉକ୍ତ ଗଁ।ର ସଦାଶିବ ପ୍ରଧାନଙ୍କ (୨୪) ମୃତ୍ୟୁ...

ପାଣ୍ଡରାରୁ ଲିଙ୍ଗିପୁର ହେବ ଆଲୋକୀକରଣ

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଭୁବନେଶ୍ୱରରୁ ପୁରୀ ଯାଇଥିବା ଜାତୀୟ ରାଜପଥ ନଂ -୩୧୬ର ପାଣ୍ଡରାରୁ ଲିଙ୍ଗିପୁର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱ ଆଲୋକୀକରଣ ଏବଂ ଭୂତଳ କେବୁଲିଂ ହେବ। ଭାରତୀୟ...

ରଥର ରକ୍ଷକ ସାଜନ୍ତି ଦେବଦେବୀ

ପୁରୀ ଅଫିସ,୨।୭: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇପଡ଼ିିଛି ଶ୍ରୀକ୍ଷେତ୍ର। ମଙ୍ଗଳବାର ନବଯୌବନ ଦର୍ଶନ ଦେଇ ଗୁରୁବାର ରଥରେ ବସି ଜନ୍ମବେଦୀକୁ ଯିବେ...

‘ଚିଙ୍ଗାରି’ର ଓଡ଼ିଶା ଲିଙ୍କ୍‌

ଭୁବନେଶ୍ୱର,୧।୭(ବ୍ୟୁରୋ): ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ଦୃଷ୍ଟିରୁ କେନ୍ଦ୍ର ସରକାର ସୋମବାର ୫୯ଟି ଚାଇନିଜ୍‌ ଆପ୍‌କୁ ଭାରତରେ ନିଷିଦ୍ଧ ଘୋଷଣା କରିଛନ୍ତି। ଏହି ଆପ୍‌...

ପୁରୀ ସମୁଦ୍ରରେ ଭାସିଗଲେ ୭ ଜଣ

ପୁରୀ ଅଫିସ, ୨୯।୧: ଜଗା ଦର୍ଶନ କରିବାକୁ ପୁରୀ ଆସି ସମୁଦ୍ରରେ ଗାଧୋଇବା ବେଳେ ୭ ପର୍ଯ୍ୟଟକ ଭାସିଯାଇଛନ୍ତି। ତେବେ ସ୍ଥାନୀୟ ନୋଳିଆ ୬ଜଣଙ୍କୁ ଉଦ୍ଧାର...

ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ: ଯୁବକଙ୍କୁ ହତ୍ୟା ପରେ ଗଛରେ ଝୁଲାଇ ଦେଲେ ମୃତଦେହ

ଖୁଣ୍ଟୁଣୀ,୨୧ା୬(ଡି.ଏନ୍‌.ଏ.)-ଗୁରୁଡ଼ିଝାଟିଆ ଥାନା ଜେମାଦେଇପୁର ଗ୍ରାମରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରିବା ପରେ ଗଛରେ ଝୁଲାଇ ଦିଆଯାଇଥିବା ରବିବାର ଅଭିଯୋଗ ହୋଇଛି। ମୃତକ ହେଲେ ଗଙ୍ଗାଧର...

Advertisement
Archives

Model This Week