ମେଟ୍ରୋ

ପୋଲିସ ବ୍ୟକ୍ତିଗତ ଆକାଉଣ୍ଟକୁ ଯାଉଛି ଜରିମାନା ଟଙ୍କା

ଭୁବନେଶ୍ୱର,୩ା୮(ବ୍ୟୁରୋ): କରୋନା ସଂକଟବେଳେ ରାଜଧାନୀରେ ଲୁଟେରାଙ୍କ ସହ ଖାକି ଉତ୍ପାତ ବଢ଼ି ଚାଲିଛି। ପୋଲିସ କଡ଼ାକଡ଼ି ଯାଞ୍ଚ ଆଳରେ ଉଲ୍ଲଂଘନକାରୀଙ୍କଠାରୁ ଟଙ୍କା ଲୁଟୁଛି। ଜରିମାନା ଟଙ୍କା ରାଜକୋଷକୁ ନ ଯାଇ କିଛି କିଛି ପୋଲିସ କର୍ମଚାରୀଙ୍କ ପକେଟ ଓ ବ୍ୟକ୍ତିଗତ ବ୍ୟାଙ୍କ୍‌…

ଚାଷୀଙ୍କ ବୀମାଭୁକ୍ତ ଅବଧି ୫ ପର୍ଯ୍ୟନ୍ତ ବଢ଼ିଲା

ଭୁବନେଶ୍ୱର,୩।୮(ବ୍ୟୁରୋ): ଚଳିତ ଖରିଫ୍‌ରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ସମୟସୀମା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଯେଉଁ ଚାଷୀମାନେ ବୀମାଭୁକ୍ତ ହୋଇପାରି ନାହାନ୍ତି ସେମାନେ ତାଙ୍କ ଫସଲ ଲାଗି ଏହି ସମୟ ଭିତରେ…

ଲଘୁଚାପ ବର୍ଷା ଆଶ୍ୱସ୍ତି ଦେବ

ଭୁବନେଶ୍ୱର,୩।୮(ବ୍ୟୁରୋ): ଶ୍ରାବଣରେ ମୌସୁମୀ ଯେପରି ଉଭାନ ହୋଇଯାଇଛି। ଟାଇଁ ଟାଇଁ ଖରାରେ କ୍ଷେତ ଫାଟି ଆଁ କରିଛି। କେନାଲରେ ପାଣି ନ ଥିବାବେଳେ ଠିକ୍‌ ସମୟରେ ସରକାରଙ୍କ ଜଳସେଚନ ବ୍ୟବସ୍ଥା ଫେଲ୍‌ ମାରିଛି। ଫଳରେ ରାଜ୍ୟର ଲକ୍ଷଲକ୍ଷ ଚାଷୀ ଏବେ ମୁଣ୍ଡରେ…

ରାଜ୍ୟରେ ଆଉ ୬୮୧ କରୋନା ଆକ୍ରାନ୍ତ ସୁସ୍ଥ: କଟକରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୨ା୮(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୬୮୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥଙ୍କ ମଧ୍ୟରେ କଟକରୁ ସର୍ବାଧିକ ୯୧ ଜଣ ସୁସ୍ଥ ହୋଇଥିବା ବେଳେ ଗଜପତିରୁ ୮୮, କୋରାପୁଟରୁ ୬୬, ଖୋର୍ଦ୍ଧାରୁ ୬୧, ରାୟଗଡାରୁ ୫୭, ଗଂଜାମରୁ ୪୩, ସୁନ୍ଦରଗଡ଼ରୁ ୩୨, ନୟାଗଡ଼ରୁ…

ଖୁବ୍‌ଶୀଘ୍ର ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨।୮(ବ୍ୟୁରୋ)- ରାଜ୍ୟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇସାରିଛି। ତେଣୁ ଯୁକ୍ତ୨ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦିନେ ଦୁଇଦିନ ଭିତରେ ଯୁକ୍ତ୨ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ…

ଅମିତ ଶାହାଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୮(ବ୍ୟୁରୋ)-କରୋନାରେ ସଂକ୍ରମିତ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ହସ୍ପିଟାଲରେ ଭର୍ତ୍ତି ହେବା ଖବର ଜାଣି ଚିନ୍ତିତ। ତାଙ୍କ ଆଶୁ ଆରୋଗ୍ୟ କାମନା…

ଭୁବନେଶ୍ୱରରେ ଆଉ ୧୧୮ କରୋନା ପଜିଟିଭ

ଭୁବନେଶ୍ୱର,୨।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ରବିବାର ଆଉ ୧୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୬୯ ଏବଂ ୪୯ ଲୋକାଲ କଣ୍ଟାକ୍ଟ କେସ। ଏକ ଘରୋଇ ହସ୍ପିଟାଲରୁ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଇଗିଣିଆରୁ ୨, ଅଶୋକ ନଗରରୁ ଜଣେ, ଟଙ୍କପାଣି…

ଆଜି ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା: ମୋଟ ସଂଖ୍ୟା ୧୯୭କୁ ବୃଦ୍ଧି

ଭୁବନେଶ୍ୱର,୨।୮(ବ୍ୟୁରୋ): ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା। ସୁନ୍ଦରଗଡ଼ ଜିଲାର ୭୩ ବର୍ଷୀୟ ବ୍ୟକ୍ତି(ମଧୁମେହ ସହ ଅନ୍ୟାନ୍ୟ ରୋଗରେ ପୀଡ଼ିତ), ଖୋର୍ଦ୍ଧାର ୫୮ ବର୍ଷୀୟ ବ୍ୟକ୍ତି(ମଧୁମେହରେ ପୀଡ଼ିତ), ଗଞ୍ଜାମର ୫୭ ବର୍ଷୀୟ ବ୍ୟକ୍ତି, ଭୁବନେଶ୍ୱରର ୭୮ ବର୍ଷୀୟ ବୃଦ୍ଧା(ଅନ୍ୟାନ୍ୟ ରୋଗରେ…

ଅଗଷ୍ଟ ଆରମ୍ଭରୁ ଡରାଇଲାଣି କରୋନା: ଆଜି ୨୯ ଜିଲାରୁ ଚିହ୍ନଟ ହେଲେ ୧୪୩୪ ଆକ୍ରାନ୍ତ; ମୋଟ ସଂଖ୍ୟା ୩୪ ହଜାର ଟପିଲା

ଭୁବନେଶ୍ୱର,୨।୮(ବ୍ୟୁରୋ): ରାଜ୍ୟରେ ରବିବାର ୧୪୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮୮୯ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ ୫୪୫ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୯୧୩କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ…

ଆଦିତ୍ୟ ମୃତ୍ୟୁ ମାମଲା: ସେବାଶ୍ରମରେ କ୍ରାଇମ୍‌ବ୍ରାଞ୍ଚର ଖୋଳତାଡ଼

ଭୁବନେଶ୍ୱର,୨।୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଶନିବାର କ୍ରାଇମ୍‌ବ୍ରାଞ୍ଚର ୪ ଜଣିଆ ଟିମ୍‌ ସୁନ୍ଦରପଦାସ୍ଥିତ ପିପୁଲ ଫର୍‌ ସେବାଶ୍ରମକୁ ଯାଇ ଛାନଭିନ୍‌ କରିଛି। ସେବାଶ୍ରମରେ ଥିବା ଆଦିତ୍ୟଙ୍କ ଚାମ୍ବରରେ ଅଧିକାରୀମାନେ ଆବଶ୍ୟକ ଯାଞ୍ଚ ପରେ ସେ ବ୍ୟବହାର କରିଥିବା କିଛି…

ଶୋଷରେ ନୟାପଲ୍ଲୀବାସୀ

ଭୁବନେଶ୍ୱର,୨।୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧୀନ ଓ୍ବାର୍ଡ ନଂ.୩୭ର ନୟାପଲ୍ଲୀ ଅଞ୍ଚଳରେ ପିଇବା ପାଣିର ସମସ୍ୟା ଲାଗି ରହିଛି। ବିଶେଷକରି ନୟାପଲ୍ଲୀର ବେହେରାସାହି, ଆଖଣ୍ଡଳମଣି ମନ୍ଦିର ଅଞ୍ଚଳ, କଳିଙ୍ଗ ଷ୍ଟାଡିୟମ ପଛରେ ରହୁଥିବା ଲୋକେ ପିଇବା ପାଣି ପାଇଁ ବହୁ…

୬ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨।୮(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ଟି ଜିଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହି ଜିଲାଗୁଡ଼ିକ ହେଲା ମାଲକାନଗିରି, ସୁନ୍ଦରଗଡ଼, ରାୟଗଡ଼ା, ଗଜପତି, କୋରାପୁଟ ଓ କେନ୍ଦୁଝର। ତେବେ ଏହି ସମୟ ମଧ୍ୟରେ ମୟୂରଭଞ୍ଜ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?