ମେଟ୍ରୋ

ଆସିଲା ଜାନୁଆରୀ ଗାଇଡ୍‌ଲାଇନ୍‌: ଖୋଲିବ ସିନେମା ହଲ୍‌, ଥିଏଟର

ଭୁବନେଶ୍ୱର,୩୦।୧୨(ବ୍ୟୁରୋ)-କୋଭିଡ୍‌-୧୯ କଟକଣା ଜାରି ହେବା ପରଠାରୁ ଦୀର୍ଘ ୧୦ ମାସ ହେବ ସିନେମା ହଲ୍‌, ଥିଏଟର ଆଦି ବନ୍ଦ ରହିଥିଲା। ତେବେ ୨୦୨୧ ଜାନୁୟାରୀ ପହିଲାରୁ ଏସବୁ ଖୋଲିବାକୁ ଅନୁମତି ଦିଆଯାଇଛି। ବୁଧବାର ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସନ୍ତା…

ଭୁବନେଶ୍ୱରରୁ ୨୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୩୦ା୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୬ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୧୪ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

୬ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ୬ ଜଣ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଦୁର୍ନୀତି ଏବଂ ଅପାରଗତା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ସମ୍ପୃକ୍ତ କର୍ମଚାରୀଙ୍କ ମଧ୍ୟରେ ୪ ଜଣ ଇଞ୍ଜିନିୟ ଏବଂ ୨ ଅବକାରୀ…

୭୫ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍‌

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଆସନ୍ତା ଜାନୁଆରୀ ମାସରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ସବ-ଅର୍ଡିନେଟ ଅଫିସ ଚାଲିବା ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତଦନୁଯାୟୀ ଭୁବନେଶ୍ୱର ଓ ସମସ୍ତ ବିଭାଗୀୟ ଓ ଅଧସ୍ତନ କାର୍ଯ୍ୟାଳୟ କଟକରେ ୭୫ ପ୍ରତିଶତ କର୍ମଚାରୀରେ ସରକାରୀ…

ରାଜ୍ୟରେ ୩୦୫ କରୋନା ପଜିଟିଭ୍‌ ଚିହ୍ନଟ: ୩ ମୃତ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ରାଜ୍ୟରେ ବୁଧବାର ୩୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୩୧ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ…

ଶାନ୍ତନୁ ମହାପାତ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ବିଶିଷ୍ଟ ଓ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଶୋକ ପ୍ରକାଶ କରିଛନ୍ତିି। ସେ ଟୁଇଟ୍‌ ଯୋଗେ ଲେଖିଛନ୍ତି, ‘ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ…

ପ୍ରଶିକ୍ଷଣ, ଗବେଷଣା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ୬୨ତମ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀର ତୃତୀୟ ଦିନରେ ମଙ୍ଗଳବାର ଇଣ୍ଟରପୋଲ (ସିଙ୍ଗାପୁର)ର ନିର୍ବାହୀ ନିର୍ଦ୍ଦେଶକ ଏମ୍‌.ଏମ୍‌. ଓବରୋଇ ଯୋଗ ଦେଇଥିଲେ। ଭର୍ଚୁଆଲ ମାଧ୍ୟମରେ ଚାଲିଥିବା ଏହି ସମ୍ମିଳନୀରେ ଓବରୋଇ କମ୍ବାଟିଂ ସାଇବର କ୍ରାଇମ୍‌ ଏ ହୋଲିଷ୍ଟିକ ଆପ୍ରୋଚ ବିଷୟବସ୍ତୁ…

ସତ ଓକାଳିଲେ ସର୍ବେଶ୍ୱର

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରମୁଖ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ୨ଦିନିଆ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ ଜେରା କରିଛି। ଜେରାବେଳେ ସର୍ବେଶ୍ୱର ସତ ଓକାଳିଛନ୍ତି। ଟାଟା କମ୍ପାନୀରେ ନିଯୁକ୍ତି ନାଁରେ ଠକେଇ ସହ ପ୍ରଦୀପଙ୍କ ଆକାଉଣ୍ଟରେ ଟଙ୍କା କାରବାର…

ନୂଆ ରୂପ ପାଇବ ରାଜ୍ୟ ସଂଗ୍ରହାଳୟ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଭର୍ଚୁଆଲ୍‌ ସଂଗ୍ରହାଳୟ ମଙ୍ଗଳବାର ଉଦ୍‌ଘାଟିତ ହୋଇଛି। ସଂଗ୍ରହାଳୟର ୬୩ତମ ପ୍ରତିଷ୍ଠା ଦିବସରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରତ୍ନତତ୍ତ୍ୱ ବିଭାଗ ଗ୍ୟାଲେରିରୁ ଏହି ଭର୍ଚୁଆଲ୍‌ ସଂଗ୍ରହାଳୟର ଶୁଭାରମ୍ଭ କରିଛନ୍ତି। ପ୍ରତ୍ନତତ୍ତ୍ୱ ଗ୍ୟାଲେରୀର ୩ଟି…

‘ଖୁସି’ ସଫ୍ଟଓ୍ବେର ଉନ୍ମୋଚିତ

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା କିଶୋରୀମାନଙ୍କ ମାସିକ ଋତୁକାଳୀନ ସ୍ବଚ୍ଛତା ଓ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ସାନିଟାରି ନାପ୍‌କିନ୍‌ ବଣ୍ଟନ ପାଇଁ ସରକାର ‘ଖୁସି’ ଯୋଜନା ଆରମ୍ଭ କରିଥିଲେ। ୨୦୧୯ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ରାଜ୍ୟର…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗିରୀଶ ମୁର୍ମୁ

ଭୁବନେଶ୍ୱର,୩୦।୧୨ (ବ୍ୟୁରୋ): କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି) ଗିରୀଶ ଚନ୍ଦ୍ର ମୁର୍ମୁ ମଙ୍ଗଳବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ୍‌ କରିଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ୍‌କାର ଥିଲା। ନବୀନ ମୁର୍ମୁଙ୍କୁ ସ୍ବାଗତ କରିବା ସହ ଉଭୟଙ୍କ ମଧ୍ୟରେ…

ସିବିଆଇ ଜାଲରେ ଜିଏସ୍‌ଟି, ସେଣ୍ଟ୍ରାଲ ଏକ୍ସସାଇଜ୍‌ର ୩ ଅଧିକାରୀ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଏକ ଘରୋଇ ଶିକ୍ଷାନୁଷ୍ଠାନର ଜିଏସ୍‌ଟି ମାମଲା ସମାଧାନ ନିମନ୍ତେ ୧୦ଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଜିଏସ୍‌ଟି ଓ ସେଣ୍ଟ୍ରାଲ ଏକ୍ସସାଇଜ୍‌ର ୩ଜଣ ସୁପରିଣ୍ଟେଣ୍ଡେଣ୍ଟ ଓ ଉକ୍ତ ଶିକ୍ଷାନୁଷ୍ଠାନର ଜଣେ କର୍ମଚାରୀ ସିବିଆଇ ହାତରେ ଧରାପଡିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଏକ୍ସସାଇଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?