Advertisement

୭୫ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍‌

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଆସନ୍ତା ଜାନୁଆରୀ ମାସରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ସବ-ଅର୍ଡିନେଟ ଅଫିସ ଚାଲିବା ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତଦନୁଯାୟୀ ଭୁବନେଶ୍ୱର ଓ ସମସ୍ତ ବିଭାଗୀୟ ଓ ଅଧସ୍ତନ କାର୍ଯ୍ୟାଳୟ କଟକରେ ୭୫ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ। ଏଡାଛଡ଼ା ରାଜ୍ୟର ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଶନିବାର ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଜରୁରୀ କାର୍ଯ୍ୟରେ ନିୟୋଜିତ ଅଫିସର ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ। ଅତ୍ୟାବଶ୍ୟକ ସେବା ଯେପରିକି ଏସ୍‌ଆରସି ଏବଂ ଓଏସଡିଏମ୍‌ଏ କାର୍ଯ୍ୟାଳୟ, ପୋଲିସ, ଅଗ୍ନି ସେବା, ସ୍ବାସ୍ଥ୍ୟ ସେବା, ମ୍ୟୁନିସିପାଲିଟି ସେବା ଇତ୍ୟାଦି ସମ୍ପୂର୍ଣ୍ଣ ସାଧାରଣ ଭାବେ କାର୍ଯ୍ୟ କରିବ। ଏହାପୂର୍ବରୁ ସରକାରୀ ଅଫିସରେ ନୂଆବର୍ଷ କଟକଣା ଜାରି କରାଯାଇଛି। ସାମାଜିକ ଦୂରତା ସହ ଭର୍ଚୁଆଲ ମାଧ୍ୟମରେ ଅଭିନନ୍ଦନ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ମଚାରୀ ପରସ୍ପରକୁ ଭେଟି ଅଭିନନ୍ଦନ ନଜଣାଇବାକୁ ନିର୍ଦ୍ଦେଶ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଉତ୍ସବ: ଶାନ୍ତି, ମୈତ୍ରୀ ଏକତାର ସୂତ୍ରରେ ବାନ୍ଧିହେବା

ନୂଆପଡା ଅଫିସ,୨୭ା୮ ଆମ ଦେଶ ଏକଦା ରାମ ରାଜ୍ୟ ଭାବେ ଅଭିହିତ ହୋଇ ରହିଥିଲା । ପରବର୍ତ୍ତି ସମୟରେ ବୈଦେଶିକ ଶତ୍ରୁ ଆକ୍ରମଣର ଶିକାର ହୋଇ...

ମତଦାନ,ଗଣତି ଦିନ ମଦ ବିକ୍ରି ଉପରେ କଟକଣା

ଭୁବନେଶ୍ୱର, ୭।୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ ଏବଂ ଗଣତି ଦିନ ମଦ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ଏ ନେଇ ଅବକାରୀ କମିଶନ...

ରାଜ୍ୟରୁ ପୁଣି ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯,୧୧୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ବନ୍ଦ ହେଲା କୁଲଡ଼ିହା ଅଭୟାରଣ୍ୟ

ସଜନାଗଡ଼, ୪।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଅବସ୍ଥିତ ପ୍ରକୃତିର ଗନ୍ତାଘର କୁଲଡ଼ିହା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ...

ସ୍ମୃତିରେ …୨୦୨୧

ପାଣି ପାଇଁ ଲଢ଼େଇ- ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦ ଅଗଷ୍ଟ ୧୨ରେ ଉଗ୍ରରୂପ ନେଇଥିଲା। ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ନେତୃତ୍ୱରେ...

ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା, ଭୋର୍‌ ୪ଟାରୁ ୬ଟା ମଧ୍ୟରେ ପହଣ୍ଡି

ପୁରୀ ଅଫିସ,୧୩।୬: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା। ଗତ ୨ ବର୍ଷ ପରେ ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବା ପାଇଁ...

CORONAVIRUS UPDATE: ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୦୦ ଛୁଇଁଲା

ଭୁବନେଶ୍ୱର,୨୫।୪: (ବ୍ୟୁରୋ)- ରାଜ୍ୟରେ ପୁଣି ୬କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ଏବଂ...

ଦୀର୍ଘବର୍ଷ ହେଲା ହୋଇନି ବାବୁମାନଙ୍କ ବଦଳି

ଅନୁଗୋଳ ଅଫିସ, ୧୧।୬ ଗୋଟିଏ ଚୌକିରେ ସରକାରଙ୍କ କୌଣସି କର୍ମଚାରୀ ଅଧିକ ବର୍ଷ ରହିପାରିବେ ନାହିଁ। ଏହା ହେଲେ ସ୍ବଚ୍ଛତାରେ ବାଧା ଉପୁଜିବ। ତେଣୁ ଦୀର୍ଘବର୍ଷ...

Advertisement
Archives

Model This Week