ବିଶ୍ୱ ହାଇଡ୍ରୋଜେନ୍‌ ମାନଚିତ୍ରରେ ଅଗ୍ରଣୀ ନେତୃତ୍ୱ ନେବ ଭାରତ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୯ା୨(ବ୍ୟୁରୋ):ଭାରତରେ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଅନ୍‌ ହାଇଡ୍ରୋଜେନ୍‌ ପ୍ରତିଷ୍ଠା ପାଇଁ ‘ଇଣ୍ଡିଆନ ଅଏଲ’ ଏବଂ ‘ଗ୍ରୀନ୍‌ସାଟ୍‌ ହାଇଡ୍ରୋଜେନ୍‌ ଇଣ୍ଡିଆ’ କମ୍ପାନୀ ମଧ୍ୟରେ ଗୁରୁବାର ନୂଆଦିଲ୍ଲୀରେ ଇଚ୍ଛାପତ୍ର ସ୍ବାକ୍ଷର (ଷ୍ଟେଟମେଣ୍ଟ ଅଫ୍‌ ଇଣ୍ଟେଣ୍ଟ) ସମାରୋହ ଅନୁଷ୍ଠିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ, ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଅନ୍‌ ହାଇଡ୍ରୋଜେନ୍‌ ସ୍ଥିର ମୂଲ୍ୟ ଓ ବୈଷୟିକ ସମାଧାନର ବିକାଶ, ହାଇଡ୍ରୋଜେନର ସଂରକ୍ଷଣ ଏବଂ ଉତ୍ପାଦନର ବ୍ୟବସାୟ ମଡେଲ ପ୍ରସ୍ତୁତ କରିବ। ଟେକ୍ନୋଲୋଜି ଶେୟାରିଂ, ଟ୍ରାନ୍ସଫର ମାଧ୍ୟମରେ ଫ୍ୟୁଏଲ ସେଲ୍‌ ଏବଂ ସିସିୟୁଏସ୍‌ ଟେକ୍ନୋଲୋଜିର ବିକାଶ କରାଯିବ। ହାଇଡ୍ରୋଜେନ୍‌ ଶକ୍ତି ଭାଲ୍ୟୁଚେନ୍‌ରେ ଘରୋଇ ଦକ୍ଷତା ବିକାଶ ଦିଗରେ ‘ଇଣ୍ଡିଆନ ଅଏଲ’ ଏବଂ ‘ଗ୍ରୀନ୍‌ସାଟ୍‌ ହାଇଡ୍ରୋଜେନ୍‌ ଇଣ୍ଡିଆ’ର ମିଳିତ ଉଦ୍ୟମରେ ଭାରତ ବିଶ୍ୱ ହାଇଡ୍ରୋଜେନ୍‌ ମାନଚିତ୍ରରେ ଅଗ୍ରଣୀ ନେତୃତ୍ୱ ନେବ ବୋଲି ସେ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହାଇଡ୍ରୋଜେନ ସମେତ ଭବିଷ୍ୟତର ଇନ୍ଧନ ପାଇଁ କାର୍ଯ୍ୟ ଜାରି ରହିଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ସବୁ ଦିନିଆ ଅଭିଯୋଗ ପ୍ରକୋଷ୍ଠ

ବାରିପଦା ଅଫିସ,୭।୮- ଆୟତନ ଦୃଷ୍ଟିରୁ ମୟୂରଭଞ୍ଜ ରାଜ୍ୟର ସର୍ବ ବୃହତ ଜିଲା। ଏହି ଜିଲାରେ ୨୬ଟି ବ୍ଲକ, ୨ଟି ମ୍ୟୁନିସିପାଲିଟି ଓ ୨ଟି ଏନଏସି ରହିଛି।...

ଗଣମାଧ୍ୟମ କର୍ମଚାରୀଙ୍କୁ ସଂକ୍ରମଣ ଭୟ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): କୋଭିଡ୍‌-୧୯ ମୁକାବିଲା କ୍ଷେତ୍ରରେ ସ୍ବାସ୍ଥ୍ୟ କର୍ମୀ, ପୋଲିସ ଏବଂ ସଫେଇ କର୍ମଚାରୀଙ୍କ ଭଳି ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ନିଜ ଜୀବନ ବିପନ୍ନ କରି ଜନସାଧାରଣଙ୍କ...

ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପକୁ ବିରୋଧ ପ୍ରସଙ୍ଗ: ତହସିଲ ସମ୍ମୁଖରେ ଧାରଣାକାରୀଙ୍କ ବିକ୍ଷୋଭ

ଏରସମା, ୧୫।୨ (ସ୍ବ.ପ୍ର.): ଏରସମା ଥାନା ଅଧୀନ ଜିରାଇଲୋ ପଞ୍ଚାୟତସ୍ଥିତ ଶରବା ଗ୍ରାମ ନିକଟରେ ପ୍ରସ୍ତାବିତ ଚିଙ୍ଗୁଡି ପ୍ରକ୍ରିୟାକରଣ ପ୍ରକଳ୍ପକୁ ବିରୋଧ କରି ଗତ ଜାନୁୟାରୀ...

ଶରଧାବାଲିରେ ପହଞ୍ଚିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ

ପୁରୀ ଅଫିସ, ୨୩।୬: ଶରଧାବାଲିରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ପହଞ୍ଚିବାର କିଛି ସମୟ ପରେ ଅର୍ଥାତ୍‌ ଅପରାହ୍ନ ୪ଟା ୧୦ରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ...

ସଲଙ୍ଗାବାହାଲ ବଜାର ରାସ୍ତା ମରାମତି: ବିଭାଗ କଲାନି, ପୋଲିସ କର୍ମଚାରୀ କରାଇଲେ

କୁଆଁରମୁଣ୍ଡା,୨୨।୮(ଡି.ଏନ.ଏ.)-ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର-ସଲଙ୍ଗାବାହାଲ ପୂର୍ତ୍ତ ବିଭାଗ ରାସ୍ତାର ସଲଙ୍ଗାବାହାଲ ବଜାର ନିକଟରେ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଗତ ପ୍ରାୟ ୨ ମାସରୁ ଊର୍ଦ୍ଧ୍ୱ ହେଲା...

‘ସମ୍ଭାବ୍ୟ ବନ୍ୟା ପାଇଁ ପ୍ରସ୍ତୁତ ରୁହ’

ଭୁବନେଶ୍ୱର,୨୪।୬(ବ୍ୟୁରୋ): ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ଆରମ୍ଭ ହୋଇଗଲାଣି । ଜୁନ୍‌ରୁ ଅକ୍ଟୋବର ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ସମୟରେ ବାତ୍ୟା, ବନ୍ୟା ଆଦି...

ନିଖୋଜ ପିଅନଙ୍କ ମୃତଦେହ ମିଳିଲା କୂଅରୁ

  କେନ୍ଦୁଝର,୪ା୧୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ପୋଲିସ ଶନିବାର ବଡ଼କମଣ୍ଡରା ଗ୍ରାମର ଏକ କୂଅରୁ ନିରଞ୍ଜନ ନାୟକ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି।...

୨୬ ଜିଲାରେ ସ୍ଥିତି ସଙ୍ଗିନ

ଭୁବନେଶ୍ୱର, ୩୦।୬(ବ୍ୟୁରୋ): ରାଜ୍ୟରେ ନିଅଣ୍ଟିଆ ବର୍ଷା ଏବଂ ଚାଷ ଖର୍ଚ୍ଚ ବୃଦ୍ଧିକୁ ନେଇ ମହାସଙ୍କଟରେ ପଡିଛନ୍ତି ଚାଷୀ। ଏପରି କି ଅନେକ ଚାଷୀ ଚାଷ କାର୍ଯ୍ୟରୁ...

Advertisement
Archives

Model This Week