ଗୃହରେ ଧାନ ଝଡ଼

ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟର ମଣ୍ଡିଗୁଡ଼ିକରେ ଶହ ଶହ କୁଇଣ୍ଟାଲ ଧାନ ପଡ଼ିରହିଛି। ଧାନର ଅଭାବୀ ବିକ୍ରି ହେଉଛି। କୁଇଣ୍ଟାଲ ପିଛା ୫ରୁ ୧୦ କିଲୋ କାଟି ନିଆଯାଉଛି। ସରକାର ଓ ମିଲରଙ୍କ ମଧ୍ୟରେ ଧାନ କିଣାକୁ ନେଇ ମଧୁଚନ୍ଦ୍ରିକା ଯୋଗୁ ଚାଷୀ ଶୋଷଣର ଶିକାର ହେଉଛି। ସମସ୍ତ ଆଲୋଚନା ବନ୍ଦ କରି ଚାଷୀମାନଙ୍କ ସମସ୍ୟା ନେଇ ଦିଆଯାଇଥିବା ମୋଶନ ଉପରେ ଆଲୋଚନା ହେଉ। ମଣ୍ଡିରୁ ସବୁ ଧାନ ନ ଉଠିବା ଯାଏ ବିଧାନସଭା ଚଳାଇ ଦେବୁ ନାହିଁ। ଏଭଳି ଚେତାବନୀ ଦେଇ ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ ବିଧାନସଭାକୁ ହୁଲ୍‌ସ୍ଥୂଲ କରିଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସଦସ୍ୟମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଏହାର ପ୍ରଭାବ ବିରୋଧୀଙ୍କ ଉପରେ ପଡ଼ି ନ ଥିଲା। ଏପରି କି ୨ଥର ଗୃହକୁ ମୁଲତବୀ ରଖିଥିଲେ ମଧ୍ୟ ସ୍ଥିତି ସ୍ବାଭାବିକ ନ ହେବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ପରେ ଧାନ ସଂଗ୍ରହ ନେଇ ଶନିବାର ସମବାୟ ମନ୍ତ୍ରୀ ଗୃହରେ ବିବୃତି ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି। ସେହିପରି ୭ଦିନ ପରେ ଧାନ ସଂଗ୍ରହ ଉପରେ ସବିଶେଷ ତଥ୍ୟ ରଖିବାକୁ ବାଚସ୍ପତି ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଶୁକ୍ରବାର ପୂର୍ବାହ୍ନ ୧୦ଟା ୩୦ରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ମାତ୍ରେ ବିରୋଧୀ ଦଳ ଭାଜପା ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି, ଭାଜପା ସଦସ୍ୟ ଜୟ ନାରାୟଣ ମିଶ୍ର, ବିଷ୍ଣୁ ଚରଣ ସେଠୀ, ମୁକେଶ ମହାଲିଙ୍ଗ, ନାଉରୀ ନାୟକ, ନିତ୍ୟାନନ୍ଦ ଗଣ୍ଡ, କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ, ଅଧିରାଜ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଜେନା, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଗୃହର ମଧ୍ୟଭାଗକୁ ଆସି ପାଟିତୁଣ୍ଡ କରିଥିଲେ। ବାଚସ୍ପତି ଅନ୍ୟ ଉପାୟ ନ ପାଇ ମାତ୍ର ୧ ମିନିଟ୍‌ ପରେ ଗୃହକୁ ପୂର୍ବାହ୍ନ ୧୧ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ। ୧୧ଟା ୩୦ରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ହୋ ହଲ୍ଲା କରଥିଲେ। ସ୍ଲୋଗାନ ଦେଉଥିବା ସଦସ୍ୟମାନଙ୍କୁ ଶାନ୍ତ କରି ବାଚସ୍ପତି ଅଧିବେଶନ କାର୍ଯ୍ୟସୂଚୀ ସମ୍ପର୍କରେ ଘୋଷଣା କରିଥିଲେ। ସେ କହିଥିଲେ ଯେ, ଚଳିତ ଅଧିବେଶନ ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ୩୦ ଯାଏ ଚାଲିବ। ପୁଣି ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ। ଗୁରୁତ୍ୱପୂର୍ଣ୍ଣ ଖର୍ଚ୍ଚଦାବି ଆଲୋଚନା ବେଳେ ସନ୍ଧ୍ୟା ୭ଟା ଯାଏ ଗୃହ ଚାଲିବ। ସୋମ, ବୁଧ, ଗୁରୁ ଓ ଶୁକ୍ରବାରରେ ମୁଖ୍ୟ ବିରୋଧୀ ଦଳ ଭାଜପାର ମୁଲତବୀ ପ୍ରସ୍ତାବ ଆଲୋଚନା ହେବ। ମଙ୍ଗଳ ଓ ଶନିବାର କଂଗ୍ରେସର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବ। କୌଣସି କାରଣରୁ ଯଦି ସେହିଦିନ ମୁଲତବୀ ଆଲୋଚନା ହୋଇ ନ ପାରିବ ତେବେ ସମ୍ପୃକ୍ତ ଦଳ ପାଇଁ ତାହା ଅକାମୀ ହେବ। ବାଚସ୍ପତିିଙ୍କ ଘୋଷଣା ପରେ ବିରୋଧୀ ସଦସ୍ୟମାନେ ପୁଣି ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ। ଗଣ୍ଡଗୋଳକୁ ଦେଖି ବାଚସ୍ପତି ଗୃହ କାର୍ଯ୍ୟକୁ ୧୧ଟା ୩୪ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରି ଦେଇଥିଲେ।
ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲେ ମଧ୍ୟ ବିରୋଧୀ ନରମ ପଡ଼ି ନ ଥିଲେ। ବାଚସ୍ପତି ଗୃହକୁ ସ୍ବାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ପରେ ଧାନ ସଂଗ୍ରହ ଉପରେ ସମବାୟ ମନ୍ତ୍ରୀ ଶନିବାର ବିବୃତି ଦେବେ ବୋଲି ବାଚସ୍ପତି ଗୃହରେ ଘୋଷଣା କରିଥିଲେ। ଏହା ସତ୍ତ୍ୱେ ବିରୋଧୀ ସଦସ୍ୟମାନେ ସନ୍ତୁଷ୍ଟ ହୋଇ ନ ଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ମୋହନ ମାଝି, ଜୟନାରାୟଣ ମିଶ୍ର ପ୍ରମୁଖ କହିଥିଲେ, ସରକାର ତୁରନ୍ତ ଧାନ ଉଠାନ୍ତୁ। ଯେଉଁମାନଙ୍କର ଟୋକନ ଅବଧି ଶେଷ ହୋଇଛି ସେଗୁଡିକ ପୁଣି ଥରେ ଦିଆଯାଉ ଏବଂ ସବୁ ଧାନ ସଂଗ୍ରହ କରନ୍ତୁ ବୋଲି ଦାବି କରିଥିଲେ। ସେହିପରି ସରକାର ଚାଷୀଙ୍କର ସମସ୍ତ ଧାନ ତୁରନ୍ତ କିଣନ୍ତୁ ନଚେତ ବିଧାନସଭା ଅଚଳ ରହିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା ପ୍ରମୁଖ ଚେତାବନୀ ଦେଇଥିଲେ। ବାଚସ୍ପତିଙ୍କ ରୁଲିଂ ସତ୍ତ୍ୱେ ବିରୋଧୀ ଦଳ ସଦସ୍ୟମାନେ ଶାନ୍ତ ହୋଇ ନ ଥିଲେ। ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ। ଏପରି କି ବାଚସ୍ପତିଙ୍କ ଉପରକୁ ବିରୋଧୀ ଫାଇବର ଗ୍ଲାସ୍‌ ଫିଙ୍ଗି ଦେଇଥିଲେ। ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଜାରି ରଖିଥିଲେ। କିନ୍ତୁ ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ସନ୍ଧ୍ୟା ୬ଟାରେ ଗୃହକୁ ଶନିବାର ପୂର୍ବାହ୍ନ ୧୦ଟା ୩୦ ଯାଏ ମୁଲତବୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?