ମେଟ୍ରୋ

ଏସ୍‌ବିଆଇ ମେନ୍‌ ବ୍ରାଞ୍ଚ ସିଲ୍‌‌

ଭୁବନେଶ୍ୱର,୮।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଇଛି କରୋନା। କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଗୁରୁବାର ଭୁବନେଶ୍ୱର ୟୁନିଟ୍‌-୧ ସ୍ଥିତ ଏସ୍‌ବିଆଇର ମୁଖ୍ୟ କାର୍ଯ୍ୟାଳୟରେ ଆଉ ୨୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ…

ରୁଦ୍ରଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ଭଉଣୀ

ଭୁବନେଶ୍ୱର,୮।୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ପ୍ରଚାର ସେତିକି ଜମୁଛି। ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ନିଜ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ନିର୍ବାଚନ ମଇଦାନକୁ…

ସ୍ଥିତି ପରଖିଲେ, ସଚେତନ କଲେ ପୋଲିସ କମିଶନର

ଭୁବନେଶ୍ୱର,୮ା୪(ବ୍ୟୁରୋ): ଅମାନିଆଙ୍କ ପାଇଁ ସହରର ସଂକ୍ରମଣ ଭୟଙ୍କର ରୂପ ନେବାରେ ଲାଗିଛି। ଏପରିସ୍ଥିତିରେ କମିଶନରେଟ ପୋଲିସ କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ବୁଧବାର ନିଜେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସହର ବଜାର ବୁଲି ବାସ୍ତବ ସ୍ଥିତି ପରଖିଛନ୍ତି। ତାଙ୍କ ସହିତ…

ତଥାପି ଚେତୁନାହାନ୍ତି

ଭୁବନେଶ୍ୱର, ୮ା୪(ବ୍ୟୁରୋ): ସଂକ୍ରମଣ ପୂରା ରାଜଧାନୀକୁ ବ୍ୟାପିଯାଇଛି। ଚଢ଼ାଉ, ସିଲ୍‌, ଜରିମାନା ସତ୍ତ୍ୱେ ଚେତୁନାହାନ୍ତି ରାଜଧାନୀବାସୀ। ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ହୋଟେଲ ସମେତ ସରକାରୀ କାର୍ଯ୍ୟାଳୟରେ ବି ଖୁଲମ୍‌ଖୁଲା କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଛି। ଫଳରେ ପୁଣି ସହରରେ ପୂର୍ବର ସ୍ଥିତି…

ଅନିଶ୍ଚିତତାରେ ରୁକୁଣା ରଥଯାତ୍ରା

ଭୁବନେଶ୍ୱର,୮ା୪(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ରହିଲା ଆଉ ୧୨ଦିନ। ସେଥିପାଇଁ ମହାଖଳାରେ ଜୋରସୋରରେ ଚାଲିଛି ରଥ ଚକ ନିର୍ମାଣ। ଗୁରୁବାର ଚକ ସରିବାପରେ ଅଖ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ବିଶ୍ୱକର୍ମା ସେବାୟତମାନେ ପ୍ରଭୁଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ…

ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୮।୪(ବ୍ୟୁରୋ): ରାଜ୍ୟରେ ଲଗାତର ଭାବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ରାଜ୍ୟରେ ଗତ ୨୪ଘଣ୍ଟା ମଧ୍ୟରେ ୮୭୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୫୧୮ କ୍ୱାରାଣ୍ଟାଇନ୍‌ରୁ ଓ ୩୬୧ ଲୋକାଲ କେସ୍‌ ରହିଥିବା ଜଣାପଡ଼ିଛି। ଏନେଇ ସୂଚନା…

ଆଜିଠୁ ଅନ୍‌ଲାଇନ ପେନ୍‌ସନ ଅଦାଲତ

ଭୁବନେଶ୍ୱର,୮ା୪(ବ୍ୟୁରୋ): ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ପେନ୍‌ସନ ସମ୍ବନ୍ଧିତ ଅଭିଯୋଗର ତ୍ୱରିତ ବିଚାର ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପେନ୍‌ସନ ଅଦାଲତର ବ୍ୟବସ୍ଥା କରିଛନ୍ତି। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଅଦାଲତ ଅନ୍‌ଲାଇନ ଜରିଆରେ କରାଯିବ। ବୁଧବାର ସାଧାରଣ ପ୍ରଶାସନ…

୨୪ ଘଣ୍ଟାରେ ୨୫ଲକ୍ଷ ଜରିମାନା, ୨୭ ଗିରଫ

ଭୁବନେଶ୍ୱର,୮ା୪(ବ୍ୟୁରୋ): କରୋନା କଟକଣା ଓ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହେଉଥିବାରୁ ରାଜ୍ୟରେ ସଂକ୍ରମଣ ବଢ଼ୁଛି। ସ୍ଥିତି ବିଗିଡ଼ିବା ପରେ ଏବେ ରାଜ୍ୟ ପୋଲିସ କଟକଣାକୁ କଡାକଡି କରିବାକୁ ଅଣ୍ଟା ଭିଡିଛି। ଅମାନିଆଙ୍କୁ ସାବାଡ୍‌ କରିବା ପାଇଁ ଚଢ଼ାଉ, ଜରିମାନା ଓ ପଦକ୍ଷେପକୁ ଜୋର୍‌ଦାର…

ଭର୍ଚୁଆଲ୍‌ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର। ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲା ପରିଷଦ ଜୋନ୍‌ ଅନୁଯାୟୀ ପ୍ରଚାର କାର୍ଯ୍ୟକ୍ରମ ଚାଲିବ। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲରେ ଭୋଟ୍‌…

୭ ପାନ୍ଥିକା, ପାନ୍ଥ ନିବାସକୁ ଲିଜ୍‌ରେ ନେବ ଘରୋଇ ସଂସ୍ଥା

ଭୁବନେଶ୍ୱର,୮ା୪(ବ୍ୟୁରୋ): ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗର ୭ଟି ସ୍ଥାନରେ ଥିବା ପାନ୍ଥନିବାସ, ଯାତ୍ରୀ ନିବାସ ଗୁଡିକୁ ଘରୋଇ ସଂସ୍ଥାକୁ ଲିଜରେ ଦେବାକୁ ନିଷ୍ପତ୍ତି ନେଇଛି। ସେଗୁଡିକ ହେଲା ସାତପଡାରେ ଥିବା ଯାତ୍ରୀ ନିବାସ, ଝାସୁଗୁଡାର ଟିଆରସି, ପଞ୍ଚଲିଙ୍ଗେଶ୍ୱର ପାନ୍ଥନିବାସ, କୋଣାର୍କ ଯାତ୍ରୀ…

ଆଜି କୋର୍ଟରେ ହାଜର ହେବେ ବିଧାୟକ ପ୍ରଦୀପ, ପାଠକ ବାପ-ପୁଅ

ବ୍ରହ୍ମପୁର ଅଫିସ,୮ା୪: ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ଗୁରୁବାର ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯିବ। ଏମାନଙ୍କ ନାମରେ ବୈଦ୍ୟନାଥପୁର…

ଝଡ଼ବର୍ଷା ଆଶଙ୍କା

ଭୁବନେଶ୍ୱର,୮ା୪(ବ୍ୟୁରୋ): ରାଜ୍ୟର ଉପକୂଳ ଓଡ଼ିଶାରେ ତାତିର ପ୍ରକୋପ ହ୍ରାସପାଇଛି। ତେବେ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମର ପ୍ରକୋପ ଜାରିରହିଛି। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲ୍‌ସିୟସ ଉପରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଭାଗରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri