ମେଟ୍ରୋ

ଆଜି ରାଜ୍ୟରୁ ୩୩୧୯ କରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ

ଭୁବନେଶ୍ୱର,୨୮।୬(ବ୍ୟୁରୋ): ସୋମବାର ରାଜ୍ୟରୁ ୩୩୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯,୦୩,୭୮୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୮୯୬ ଜଣ ଚିହ୍ନଟ…

୧ରୁ ବଢ଼ିବ ବର୍ଷା

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ଏବେ ଦୁର୍ବଳ ହେଉଛି ମୌସୁମୀ। ତେଣୁ ବର୍ଷାର ପରିମାଣ କମିଯାଇଛି। ବିଭିନ୍ନ ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି ହେଉଛି। ତେବେ ଜୁଲାଇ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନକୁ ଛାଡ଼ି ଦେଲେ ଅନ୍ୟଠି ପ୍ରବଳ ବର୍ଷା ହେବ…

ତାଲିକା ପ୍ରସ୍ତୁତକର୍ତ୍ତା, ତାଲିକା ବାହାରେ

ଭୁବନେଶ୍ୱର,୨୮।୬: ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ଶନିବାର ୩୦ ଜିଲା ପାଇଁ ପର୍ଯ୍ୟବେକ୍ଷକ ଓ ୬ଜଣ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛି। ସେଥିରେ ବିଧାୟକ, ମନ୍ତ୍ରୀ ଓ ବିରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ…

୫ ଜିଲାରେ ପ୍ରବଳ ବର୍ଷା: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ବର,୨୭।୬: ରାଜ୍ୟର କିଛି ଜିଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟର ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ସତର୍କ ସୂଚନା ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ନୂଆପଡ଼ା ଏହି ୫ ଜିଲାରେ…

ପଞ୍ଚାୟତ ଓ ପୌର ନିର୍ବାଚନ ଲାଗି ଅଣ୍ଟା ଭିଡ଼ୁଛି ଭାଜପା: ୩ ନୂଆ କମିଟି ଗଠନ

ଭୁବନେଶ୍ୱର ୨୭।୬(ବ୍ୟୁରୋ): ଦଳୀୟ ସଂଗଠନକୁ ଆହୁରି ଅଧିକ ସୁଦୃଢ଼ କରିବା ପାଇଁ ଭାଜପା ରଣନୀତି ପ୍ରସ୍ତୁତ କରିଛି। ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ଭାଜପା ସାଂଗଠନିକସ୍ତରରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ତେବେ ବିଜେଡି ସଂଗଠନକୁ କ୍ରିୟାଶୀଳ…

ବିଜେଡିର ମହିଳା ପଦାଧିକାରୀଙ୍କ ତାଲିକା ଘୋଷଣା: ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ ଜଣଙ୍କୁ ନିଯୁକ୍ତି

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସଂଗଠନ ସଜାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ବିଜେଡି ଗତକାଲି ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ପରେ ଆଜି ମହିଳା ପଦାଧିକାରୀଙ୍କ ତାଲିକା ଘୋଷଣା କରିଛି ଦଳ। ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ…

ରାଜ୍ୟରେ ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି କରୋନା: ଆଜି ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୭।୬ (ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ରାଜ୍ୟରେ କରୋନାରେ ଆଉ ୩୯ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୮୮୭କୁ ବୃଦ୍ଧି…

ରାଜ୍ୟରେ ୯ ଲକ୍ଷ ପାର ହେଲା କରୋନା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର, ୨୭।୬(ବ୍ୟୁରୋ): ରାଜ୍ୟରେ ରବିବାର ୩,୪୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୯୪୩ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୪୬୫ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା…

‘ପିଲାଙ୍କ ଉପରେ ନଜର ରଖ’

ଭୁବନେଶ୍ୱର, ୨୭।୬ (ବ୍ୟୁରୋ): ଇଣ୍ଟରନେଟ୍‌ ବ୍ୟବହାର ସମୟରେ ପିଲାଙ୍କୁ ସାଇବର ଅପରାଧୀଙ୍କଠାରୁ ଦୂରେଇ ରଖିବାରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ପିଲାମାନେ କେଉଁ ସାଇଟ୍‌କୁ ଯାଉଛନ୍ତି, କ’ଣ ଦେଖୁଛନ୍ତି ସେଥିପ୍ରତି ମାତାପିତାମାନେ ଦୃଷ୍ଟି ଦେବା ଆବଶ୍ୟକ। ସ୍ବେଚ୍ଛାସେବୀ ସଂଗଠନ ପିକକ ଓ ଫୋରାଲଡ୍ରାଲୋସା…

ପଟିଆ ଛକରୁ ଇନ୍‌ଫୋସିଟି ରାସ୍ତାର ନାଁ ‘ବିଜୟ ମାର୍ଗ’ କରାଯାଉ : ରାଜ୍ୟପାଳ

ଭୁବନେଶ୍ୱର, ୨୭।୬(ବ୍ୟୁରୋ): ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ପ୍ରତିଷ୍ଠାତା ବିଜୟ କୁମାର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପୁରାତନ ଛାତ୍ରୀଛାତ୍ରଙ୍କ ଦ୍ୱାରା ‘ଆମ ହୃଦୟରେ ଚିରଦିନ ପାଇଁ’ ଏକ ଭର୍ଚୁଆଲ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର…

ଅମାନିଆଙ୍କ ପାଇଁ ବିଗିଡିବ ସ୍ଥିତି: ଗଳାବାଟ ଦେଇ ଖସି ପଳାଉଛନ୍ତି

ଭୁବନେଶ୍ୱର,୨୭।୬(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ହାର କମିଥିଲେ ମଧ୍ୟ ସ୍ଥିତି ସୁଧୁରି ନ ଥିବାରୁ ଲକ୍‌ଡାଉନ ଓ ସପ୍ତାହାନ୍ତ ଶଟ୍‌ଡାଉନ୍‌ କଟକଣା ଜାରି ରହିଛି। କମିଶନରେଟ ପୋଲିସ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଚଢ଼ାଉ, ଯାଞ୍ଚ ସହ ପଦକ୍ଷେପ…

ପିଲା ଅଧିକ, ସିଟ୍‌ କମ୍‌

ଭୁବନେଶ୍ୱର, ୨୭।୬(ବ୍ୟୁରୋ): ଚଳିତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥର ରେକର୍ଡ ସଂଖ୍ୟକ ପାସ୍‌ ହାର ୯୭.୮୯% ରହିଛି। ଏଥରର ପାସ୍‌ ହାର ଖୁସି ଦେଇଥିଲେ ମଧ୍ୟ ଭଲ କଲେଜରେ ସିଟ୍‌ ମିଳିବା ନେଇ ଛାତ୍ରୀଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?