୭ ପାନ୍ଥିକା, ପାନ୍ଥ ନିବାସକୁ ଲିଜ୍‌ରେ ନେବ ଘରୋଇ ସଂସ୍ଥା

ଭୁବନେଶ୍ୱର,୮ା୪(ବ୍ୟୁରୋ): ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗର ୭ଟି ସ୍ଥାନରେ ଥିବା ପାନ୍ଥନିବାସ, ଯାତ୍ରୀ ନିବାସ ଗୁଡିକୁ ଘରୋଇ ସଂସ୍ଥାକୁ ଲିଜରେ ଦେବାକୁ ନିଷ୍ପତ୍ତି ନେଇଛି। ସେଗୁଡିକ ହେଲା ସାତପଡାରେ ଥିବା ଯାତ୍ରୀ ନିବାସ, ଝାସୁଗୁଡାର ଟିଆରସି, ପଞ୍ଚଲିଙ୍ଗେଶ୍ୱର ପାନ୍ଥନିବାସ, କୋଣାର୍କ ଯାତ୍ରୀ ନିବାସ, ଦାରିଙ୍ଗିବାଡି ଟୁରିଷ୍ଟ କମ୍ପ୍ଲେକ୍ସ, ପାରଳାଖେମୁଣ୍ଡିର ବିଏନ କମ୍ପ୍ଲେକ୍ସ ଏବଂ ଧଉଳି ପାନ୍ଥିକା। ଏସବୁ ପର୍ଯ୍ୟଟନ ବିଭାଗ ସମ୍ପତ୍ତିର ରକ୍ଷଣାବେକ୍ଷଣ, ପରିଚାଳନା ଓ ବିକାଶ ପାଇଁ ସରକାରୀ ଘରୋଇ ଭାଗିଦାଦୀ(ପିପିପି) ମୋଡରେ ପ୍ରଦାନ କରାଯିବ। ପର୍ଯ୍ୟଟନ ବିଭାଗ ପକ୍ଷରୁ ନିକଟରେ ଏ ନେଇ ଏକ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ପାଇଥିବା ସଂସ୍ଥାକୁ ଏସବୁକୁ ୩୦ ବର୍ଷ ଲାଗି ଲିଜ୍‌ ପ୍ରଦାନ କରାଯିବ। ପାନ୍ଥିକା ଓ ପାନ୍ଥନିବାସଗୁଡିକୁ ଲିଜ ଦେବା ପରେ ସେଗୁଡିକର ପୁନଃ ନବୀକରଣ, ପରିଚାଳନା, ରକ୍ଷଣାବେକ୍ଷଣ ଆଦି ଲିଜ ନେଇଥିବା ସଂସ୍ଥା କରିବେ। ପ୍ରଥମ ବର୍ଷ ସମ୍ପୃକ୍ତ ସଂସ୍ଥା ଚୁକ୍ତି କରିବା ବେଳେ ଭଡ଼ା ଦେବେ। ପରବର୍ତ୍ତୀ ବର୍ଷ ଆରମ୍ଭର ୭ଦିନ ମଧ୍ୟରେ ବାର୍ଷିକ ଅର୍ଥ ପ୍ରଦାନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଦଳର ରାଜ୍ୟ ନେତା ମୂକ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଜାତୀୟ ଦଳର ରାଜ୍ୟ ନେତା ମୂକ ପାଲଟିଛନ୍ତି। ରାଜ୍ୟ ସ୍ବାର୍ଥକୁ ଅଣଦେଖା କରି ଶୀର୍ଷ ନେତାଙ୍କୁ ଖୁସି କରି ମନ୍ତ୍ରୀ କିମ୍ବା କିଛି ବଡ଼...

ପୁରୀ ନାବାଳିକା ବଳାତ୍କାର ମାମଲା: ରାୟଗଡ଼ାରୁ ଚତୁର୍ଥ ଅଭିଯୁକ୍ତ ବୁଲୁ ଗିରଫ

ପୁରୀ ଅଫିସ,୮।୧୨: ପୁରୀ ପୋଲିସ କ୍ୱାର୍ଟର୍ସରେ ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ଚତୁର୍ଥ ଅଭିଯୁକ୍ତଙ୍କୁ ରାୟଗଡ଼ା ଓ ପୁରୀ ପୋଲିସ ମିଳିତ ଉଦ୍ୟମରେ ଗିରଫ କରାଯାଇଛି। ରାୟଗଡ଼ା...

ସାରା ରାଜ୍ୟରେ ଲାଗୁ ହେଲା କଟକଣା: ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୨୦୦ ଜରିମାନା

ଭୁବନେଶ୍ୱର,୧୭।୪(ବ୍ୟୁରୋ): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ କଟକଣା ଲଗାଯାଉଛି। ଏହି କ୍ରମରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା କରାଯିବ।...

୧୧ଜଣଙ୍କୁ ଗୁରୁ ଦେବପ୍ରସାଦ ନୃତ୍ୟ ରତ୍ନ ସମ୍ମାନ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ତ୍ରିଧାରା ପକ୍ଷରୁ ୩୪ତମ ଶ୍ରଦ୍ଧାଞ୍ଜଳି ସମାରୋହ ମଙ୍ଗଳବାର ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟକୁ ବିଧାୟକ ଦେବୀପ୍ରସାଦ ମିଶ୍ର...

ସମ୍ବଲପୁରରେ ଶିଶୁ ବିକ୍ରି:ମାସକର ଝିଅକୁ ଉଦ୍ଧାର କଲା ଶିଶୁ କଲ୍ୟାଣ ସମିତି

ସମ୍ବଲପୁର/ରେଢ଼ାଖୋଲ,୨୯ା୧୦(ବ୍ୟୁରୋ/ଡି.ଏନ୍‌.ଏ.):ସମ୍ବଲପୁର ଜିଲା ରେଢାଖୋଲ ଉପଖଣ୍ଡ ଚାରମାଲ ଥାନା ଅଞ୍ଚଳରେ ଏକ ମାସର ଶିଶୁକନ୍ୟାକୁ ୧୫ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ହେଲେ ବିକ୍ରି ନୁହେଁ,...

ରାଜ୍ୟରେ ଆଉ ୧୨୩୬ କରୋନା ଆକ୍ରାନ୍ତ ସୁସ୍ଥ: ଜାଣନ୍ତୁ କେଉଁ ଜିଲାରୁ କେତେ…

ଭୁବନେଶ୍ୱର,୧୦।୮(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୧୨୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୬୧ ଜଣ...

ଭୁବନେଶ୍ୱରରୁ ପୁଣେ ସିଧାସଳଖ ଉଡ଼ିଲା ବିମାନ

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଭୁବନେଶ୍ୱରରୁ ପୁଣେକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ରବିବାର ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଭୁବନେଶ୍ୱର...

ଦୁର୍ଦ୍ଦିନରେ ନିର୍ମାଣ ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ: ସହାୟତାକୁ ଚାହିଁ ରହିଛନ୍ତି ୧.୩୭ ଲକ୍ଷ ନିର୍ମାଣ ଶ୍ରମିକ

ଯାଜପୁର ଅଫିସ, ୬ା୪: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ବଢ଼ି ଚାଲିଥିବାବେଳେ ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ କଟକଣା ଯୋଗୁ ଅନେକଙ୍କୁ ଖାଦ୍ୟ ଚିନ୍ତା ଘାରିଛି। ବହୁ...

Advertisement


Archives

Model This Week

Why Dharitri