ଅନିଶ୍ଚିତତାରେ ରୁକୁଣା ରଥଯାତ୍ରା

ଭୁବନେଶ୍ୱର,୮ା୪(ବ୍ୟୁରୋ): ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ରହିଲା ଆଉ ୧୨ଦିନ। ସେଥିପାଇଁ ମହାଖଳାରେ ଜୋରସୋରରେ ଚାଲିଛି ରଥ ଚକ ନିର୍ମାଣ। ଗୁରୁବାର ଚକ ସରିବାପରେ ଅଖ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ବିଶ୍ୱକର୍ମା ସେବାୟତମାନେ ପ୍ରଭୁଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଏକ ପ୍ରକାର ଧ୍ୟାନମଗ୍ନ ହୋଇଯାଇଛନ୍ତି। ଗତବର୍ଷ କରୋନା କଟକଣା ଯୋଗୁ ରଥଯାତ୍ରା ବନ୍ଦ ହୋଇଥିଲା। ଏଥର ମଧ୍ୟ କରୋନାର ଦ୍ୱିତୀୟ ଲହରିର ପ୍ରଭାବ ଥିବାରୁ ରଥଯାତ୍ରା ନେଇ ଅନିଶ୍ଚିତତା ଦେଖାଦେଇଛି। ବିଏମ୍‌ସିର ଅନୁମତି ମିଳିଲେ ରଥଯାତ୍ରା ହେବ ବୋଲି ଲିଙ୍ଗରାଜ ମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି।
ଅଶୋକାଷ୍ଟମୀରେ ହେବାକୁ ଥିବା ରୁକୁଣା ରଥଯାତ୍ରାପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ଫଗୁ ଦଶମୀ ଦିନ କାଠ ଅନୁକୂଳ ହୋଇଥିଲା। ହୋଲି ପରଠାରୁ ରଥର ୪ଚକ ନିର୍ମାଣ ଚାଲିଛି। ରଥ ନିର୍ମାଣରେ ପାଳିଆ ମହାରଣା ସେବାୟତ ୧୬ଜଣ, ଗାଁ ମହାରଣା ୩୫, ବେହେରା ଭୋଇ ୧୫ଜଣ ସେବାୟତ ପ୍ରତିଦିନ ପାଳିକରି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ପାଳିଆ ସେବାୟତମାନେ ରଥ ନିର୍ମାଣ କରିବାପରେ ବ୍ରାହ୍ମଣ ସେବାୟତ ଯଥାରୀତି ପୂଜା କରିବେ। ପରେ ବ୍ରାହ୍ମଣ ସେବାୟତଙ୍କ ସହମତିକ୍ରମେ ପ୍ରଶାସନର ଅନୁମତି ମିଳିଲେ ରଥଯାତ୍ରା ହେବ। ଭକ୍ତମାନେ ରଥ ଟାଣିବେ। ହେଲେ ଗତବର୍ଷ ପରି ଏବର୍ଷର ସ୍ଥିତି ପ୍ରାୟ ସମାନ। କରୋନା କଟକଣା ରହିଛି। ବିଏମ୍‌ସି ଅନୁମତି ମିଳିଲେ ରଥଯାତ୍ରା ହୋଇପାରିବ। ସେଥିରେ ପୁଣି କେତେ ଲୋକଙ୍କୁ ନେଇ ରଥ ଟଣା ହେବ, ତାହା ମଧ୍ୟ ସ୍ଥିର କରାଯିବ। ରଥ ନିର୍ମାଣ ଜାରି ରହିଛି। କରୋନାର ସ୍ଥିତି ଅନୁଧ୍ୟାନ ପରେ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ଲିଙ୍ଗରାଜ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ କହିଛନ୍ତି, ରୁକୁଣା ରଥଯାତ୍ରାପାଇଁ ଜୋରସୋରରେ ଚକକାମ ଚାଲିଛି। ଗୁରୁବାର ରଥ ଚକ କାମ ସରିବ। ଏହା ପରେ ଅଖ ଓ ରଥ ନିର୍ମାଣ ଚାଲିବ। ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଅନୁମତି ମିଳିଲେ ରଥଯାତ୍ରା ଅନୁଷ୍ଠିତ ହେବ।

କୋଇଲା ଅଭାବରୁ ଅଟକିଛି ରୁକୁଣା ରଥ ନିର୍ମାଣ
ଏକାମ୍ର ଆରାଧ୍ୟ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ହେଲେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ପ୍ରଶାସନ ପକ୍ଷରୁ କମାର ସେବାୟତଙ୍କୁ ଠିକ ସମୟରେ କୋଇଲା ଯୋଗାଇ ନ ପାରିବାରୁ କାର୍ଯ୍ୟ ଅଟକି ରହିଛି। ମେଶିନ ସହାୟତାରେ ନିର୍ମାଣ ନ କରି ସମ୍ପୂର୍ଣ୍ଣ ପାରମ୍ପରିକ ନୀତି ଓ କୌଶଳରେ ଏହି ରଥ ନିର୍ମାଣ ହେଉଥିବାରୁ ଆବହମାନ କାଳରୁ କମାର ସେବାୟତଙ୍କୁ ମନ୍ଦିର ଟ୍ରଷ୍ଟ ବୋର୍ଡ ଏବଂ ପ୍ରଶାସନ ତରଫରୁ ସହାୟତା ଯୋଗାଇ କୋଇଲା ଦିଆଯାଇଥାଏ। ମାତ୍ର ଏ ସମସ୍ତ ବିଷୟରେ ଅବଗତ ଥାଇ ମଧ୍ୟ ଏପରି ଅବ୍ୟବସ୍ଥା ଉପୁଜିବାରୁ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବୁଧବାର କୋଇଲା ନ ଆସିପାରିବାରୁ ଦିନତମାମ କମାର ସେବାୟତ କାର୍ଯ୍ୟ କରି ନ ପାରି ନିରାଶ ହୋଇ ବସିରହିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ ମଦବିକ୍ରି ଆଳରେ ୨.୪୦ଲକ୍ଷ ସାଇବର ଠକେଇ

ଭୁବନେଶ୍ୱର,୨୩ା୫ (ବ୍ୟୁରୋ): କରୋନା ମହାମାରୀ ମୁକାବିଲା ନେଇ ସମଗ୍ର ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଲକ୍‌ଡାଉନ୍‌ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ...

ନାକଚଣା ଦ୍ୱାରରେ ଦୁଇରଥ

ପୁରୀ ଅଫିସ, ୧୦ା୭: ହେରାପଞ୍ଚମୀରେ ଶ୍ରୀଦେବୀ (ଲକ୍ଷ୍ମୀ ଠାକୁରାଣୀ) ମହାପ୍ରଭୁଙ୍କୁ ଫେରାଇ ନେବାକୁ ଆସିଥିଲେ। ହେଲେ ଅଭିମାନ କରି ଚାଲିଯିବା ପରେ ଶ୍ରୀମନ୍ଦିରକୁ ଫେରିବା ଲାଗି...

ରାଜଧାନୀରେ କରୋନା କାୟା: ଆଜି ଚିହ୍ନଟ ହେଲେ ୧୩୭ ନୂଆ ଆକ୍ରାନ୍ତ, କେଉଁଠୁ କେତେ ଜାଣନ୍ତୁ..

ଭୁବନେଶ୍ୱର,୫।୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବୁଧବାର ୧୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩୫୪କୁ ବୃଦ୍ଧି...

ଭୁବନେଶ୍ୱରରେ ଖୋଲିବ ସପିଂ ମଲ

ଭୁବନେଶ୍ୱର,୧ା୮(ବ୍ୟୁରୋ)-ଭୁବନେଶ୍ୱରରେ ଖୋଲିବ ସପିଂ ମଲ। ଏ ନେଇ ଶନିବାର ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅନୁମତି ଦେଇଛି। ତେବେ ମଲ ଖୋଲିବା ନେଇ ବିଏମସି ପକ୍ଷରୁ...

ସରିଲା ଡଗ୍‌ ଶୋ’:‘ଜାମ୍ପି’କୁ ବେଷ୍ଟ ଇନ୍‌ ଶୋ’ ପୁରସ୍କାର

ଭୁବନେଶ୍ୱର, ୯ା୧୨(ବ୍ୟୁରୋ): କୁକୁର ହୋଇ ମଧ୍ୟ ମାଲିକ ପ୍ରତି ଥିବା ବିଶ୍ୱସନୀୟତା ପ୍ରତିପାଦିତ କରୁଥିଲେ। ମାଲିକଙ୍କ ଆଜ୍ଞାଧୀନ ହୋଇ ବିଚାରକଙ୍କ ସବୁ କଥାକୁ ମାନୁଥିଲେ ସେମାନେ।...

ନବନିର୍ମାଣ କୃଷକ ସଙ୍ଗଠନର ବୈଠକ: ରାଷ୍ଟ୍ରୀୟ ସମାବେଶରେ ଯୋଗଦେବାକୁ ଆହ୍ବାନ

ନୟାଗଡ଼ ଅଫିସ,୩।୧୧-ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ନୂଆଗାଁ ବ୍ଲକରେ ବ୍ଳକସ୍ତରୀୟ ବୈଠକ ମହିପୁର ରାମଚଣ୍ଡୀଙ୍କ ପୀଠଠାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୬ ତାରିଖରେ ଭୁବନେଶ୍ୱର ବରମୁଣ୍ଡା...

ସରକାରୀ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ):  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମ୍‌ ପିଲା ଥିବା ପ୍ରାୟ ୧୫ହଜାର ସରକାରୀ ସ୍କୁଲ ବନ୍ଦ ଓ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛି। ଏହାକୁ...

ଦାମ ପୁଣି ବିଜେଡିକୁ ଫେରିବା ପ୍ରସଙ୍ଗ: ପୁଅ ସମ୍ବିତ କହିଲେ ‘ବାପା ଭାଜପାକୁ ଯାଇ ଖୁସି ନ ଥିବା ଭଳି ଲାଗୁଛି’

ଭୁବନେଶ୍ୱର,୭।୬(ବ୍ୟୁରୋ): ଭାଜପାର ବରିଷ୍ଠ ନେତା ଡା. ଦାମୋଦର ରାଉତ ପୁଣି ଘର ବାହୁଡ଼ା କରିବା ନେଇ ଚର୍ଚ୍ଚା ଜୋର ଧରିଛି। ପୁଅ ତଥା ପାରାଦୀପ ବିଧାୟକ...

Advertisement
Archives

Model This Week