ରାଜ୍ୟରୁ ୬୧୧୬ କରୋନା ଆକ୍ରାନ୍ତ ଚିହ୍ନଟ, ଆଜି ବି ଖୋର୍ଦ୍ଧା ଆଗରେ
ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ରବିବାର ରାଜ୍ୟରୁ ୬,୧୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୭,୪୬୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ…
ରାଜ୍ୟରେ କରୋନା ନେଲା ଆଉ ୭ ମୁଣ୍ଡ: କେବଳ ଏହି ଜିଲାରୁ…
ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ରବିବାର ରାଜ୍ୟରେ କରୋନା ଆଉ ୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୯୮୮କୁ ବୃଦ୍ଧି ପାଇଛି। ଏହି ୭ ମୃତକଙ୍କ…
ଖାଲିଥିବା ଅକ୍ସିଜେନ୍ ସିଲିଣ୍ଡର ଭର୍ତ୍ତି କରିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୫।୪(ବ୍ୟୁରୋ): ଉତ୍ସର୍ଗୀକୃତ କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ର (ଡିସିଏଚ୍ସି), ଉତ୍ସର୍ଗୀକୃତ କୋଭିଡ୍ ହସ୍ପିଟାଲ (ଡିସିଏଚ୍) ଏବଂ କୋଭିଡ୍ କେୟାର ସେଣ୍ଟର(ସିସିସି)ଗୁଡ଼ିକରେ ଥିବା ଖାଲି ଅକ୍ସିଜେନ ସିଲିଣ୍ଡରକୁ ତୁରନ୍ତ ଭର୍ତ୍ତି କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଏ ନେଇ ଶନିବାର ସ୍ବାସ୍ଥ୍ୟ…
ପଶ୍ଚିମବଙ୍ଗରୁ ଫେରିଲେ ୧୪ ନୁହେଁ ୭ ଦିନ କ୍ୱାରାଣ୍ଟାଇନ
ଭୁବନେଶ୍ୱର,୨୫ା୪(ବ୍ୟୁରୋ): ପଶ୍ଚିମବଙ୍ଗରୁ ବିଭିନ୍ନ ଯାନବାହନ, ରେଳ ଏବଂ ବିମାନ ଯୋଗେ ଓଡ଼ିଶା ଆସୁଥିବା ଲୋକମାନଙ୍କ ପାଇଁ ରାଜ୍ୟ ସରକାର ୧୪ ଦିନିଆ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ ଘୋଷଣା କରିଛନ୍ତି। ତେବେ ଏହାକୁ ୭ ଦିନକୁ ହ୍ରାସ କରାଯାଇଛି। ଏ ନେଇ ଶନିବାର ସ୍ବତନ୍ତ୍ର…
ସ୍ତ୍ରୀଙ୍କୁ କଇଁଚିରେ ଆକ୍ରମଣ କଲା ସ୍ବାମୀ
ଚୌଦ୍ୱାର,୨୪ା୪(ଡି.ଏନ୍.ଏ.)- ଚୌଦ୍ୱାର ଥାନା ଅଧୀନ ଖର୍ଦ୍ଧାସାହି ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ମୁଣ୍ଡକୁ କଇଁଚିରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ଡାକ୍ତରଖାନା ପଠାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଖର୍ଦ୍ଧାସାହି ଅଞ୍ଚଳର ଫକୀର ସାହୁ ନାମକ ଜଣେ…
ଆଲର୍ଟରେ ରାଜ୍ୟର ୧୮ ମେରାଇନ ଥାନା
ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ପ୍ରବାସୀଙ୍କୁ ନେଇ ଚିନ୍ତା ବଢିଛି। ରାଜ୍ୟ ସରକାର ଆନ୍ତଃ ଜିଲା ଯାତାୟାତ ଉପରେ କଟକଣା ଲଗାଇବା ପରେ ବିଭିନ୍ନ ପ୍ରବେଶ ପଥକୁ ବନ୍ଦ କରାଯାଇ କଡ଼ାକଡ଼ି ଯାଞ୍ଚ ଚାଲିଛି। ତେଣୁ…
ବିଧାନସଭା ଡିଜିଟାଇଜେଶନ ଲାଗି ୩.୮ କୋଟି ବ୍ୟୟ ଅଟକଳ
ଭୁବନେଶ୍ୱର,୨୪।୪(ବ୍ୟୁରୋ): ବିଧାନସଭା ବୈଠକର ସମସ୍ତ ଆଲୋଚନାର ବିବରଣୀ ଏବଂ ବିଭିନ୍ନ କମିଶନର ରିପୋର୍ଟ ଡିଜିଟାଇଜେଶନ କରିବା ନିଷ୍ପତ୍ତି ପରିପ୍ରେକ୍ଷୀରେ ଏ ପର୍ଯ୍ୟନ୍ତ ହୋଇଥିବା କାର୍ଯ୍ୟକ୍ରମ ଉପରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସଂସଦୀୟ ବ୍ୟାପାର…
ହେମାନନ୍ଦ ବିଶ୍ବାଳଙ୍କ ଝିଅଙ୍କ ପରଲୋକ
ସୁନ୍ଦରଗଡ଼, ୨୪।୪ (ଡି.ଏନ୍.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ ସଦର ମହକୁମା ଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ୟା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ମଞ୍ଜୁଲତା ନାୟକ(୪୪)ଙ୍କ ଶୁକ୍ରବାର ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମଞ୍ଜୁଲତା…
ଆଜି ପୁଣି ୮ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୮୧କୁ ବୃଦ୍ଧି
ଭୁବନେଶ୍ୱର,୨୪।୪(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋନା ଆଜି ପୁଣି ୮ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର…
ଆଜି ରାଜ୍ୟରୁ ୬୬୪୭ କରୋନା ଆକ୍ରାନ୍ତ ଚିହ୍ନଟ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା
ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶନିବାର ରାଜ୍ୟରୁ ୬,୬୪୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୧,୩୪୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ…
ସହରାଞ୍ଚଳ ଆବାସ ଯୋଜନାରେ ୩୬,୦୬୨ ନୂଆ ଘର
ଭୁବନେଶ୍ୱର,୨୪।୪(ବ୍ୟୁରୋ): ସହରାଞ୍ଚଳ ବାସହୀନ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ଘୋଷଣା ହୋଇଥିବା ‘ଜାଗା ମିଶନ’ ସହିତ ସମସ୍ତଙ୍କ ପାଇଁ ଘର ଯୋଜନାର ସଫଳ ରୂପାୟନ ଲାଗି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଶେଷ ପଦକ୍ଷେପ ଗ୍ରହଣ କରିଛନ୍ତି।…
ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ
ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ଅଦଳବଳଦ କରିଛନ୍ତି। ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଭବାନୀପାଟଣା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗଙ୍କୁ କଳାହାଣ୍ଡି…
Archives


