ବିଜେଡିର ମହିଳା ପଦାଧିକାରୀଙ୍କ ତାଲିକା ଘୋଷଣା: ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ ଜଣଙ୍କୁ ନିଯୁକ୍ତି

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସଂଗଠନ ସଜାଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ବିଜେଡି ଗତକାଲି ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତି ପରେ ଆଜି ମହିଳା ପଦାଧିକାରୀଙ୍କ ତାଲିକା ଘୋଷଣା କରିଛି ଦଳ। ରାଜ୍ୟସ୍ତରୀୟ ପରାମର୍ଶଦାତା ଭାବେ ୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ହେଲେ ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀ।

ସେହିପରି ବିଜୁ ମହିଳା ଦଳର କାର୍ଯ୍ୟକାରୀ ସଭାପତି ଭାବରେ ସୁବାସିନୀ ଜେନା, ସୁଲତା ଦେଓ ଓ ନିବେଦିତା ମହାନ୍ତିଙ୍କୁ ନିଯୁକ୍ତି ମିଳିଛି । କସ୍ତୁରୀ ମହାପାତ୍ର ସେକ୍ରେଟେରୀ ଜେନେରାଲ ଭାବେ ନିଯୁକ୍ତି ପାଇଛନ୍ତି। ୭ ଜଣଙ୍କୁ ଜୋନ ସଭାପତି, ୯ ଜଣଙ୍କୁ ବରିଷ୍ଠ ଉପସଭାପତି, ୨୭ ଜଣଙ୍କୁ ଉପସଭାପତି ଭାବରେ ନିଯୁକ୍ତି ଦେଇଛି ଦଳ। ଅନ୍ୟପଟେ ୩୫ ଜଣଙ୍କୁ ବିଜୁ ମହିଳା ଜନତା ଦଳର ସାଧାରଣ ସମ୍ପାଦକ, ୩୬ ଜଣଙ୍କୁ ସମ୍ପାଦକ ଓ ୨୮ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବରେ ଦାୟିତ୍ୱ ଦିଆଯାଇଛି । ୩୩ ଜଣ ଜିଲା ସଭାପତିଙ୍କ ନାଁ ବି ଘୋଷଣା କରାଯାଇଛି। ତାଲିକାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋହର ମାରିବା ପରେ ଏହି ନିର୍ଦ୍ଦେଶନାମା ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩ରୁ ପୁରୀରେ ୧୪୪

ପୁରୀ ଅଫିସ,୨୧।୬: ସ୍ନାନଯାତ୍ରା ପାଇଁ ପୁରୀ ସହରରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନସମାଗମ ରୋକିବା ଉଦ୍ଦେଶ୍ୟରେ...

ଅସରାଏ ବର୍ଷାରେ କଟକ ବେହାଲ : ଡ୍ରେନ୍‌ରେ ପାଣି ନିଷ୍କାସନ ହୋଇ ନ ପାରି ରାସ୍ତାରେ ଜମିରହୁଛି

କଟକ ଅଫିସ,୧।୭ : ଅସରାଏ ବର୍ଷାରେ କଟକ ସହର ବେହାଲ ହୋଇପଡିଛି। ଗତ ଶନିବାର ହୋଇଥିବା ବର୍ଷାରେ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିଲା।...

ରଥଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ୩ ଦିନ ପିପିଲି ଟୋଲ୍‌ ଗେଟ୍‌ ଫ୍ରି, ସଜାଗ ରହିବ ଆମ୍ବୁଲାନ୍ସ

ପୁରୀ ଅଫିସ, ୨୮।୬: ଜୁଲାଇ ୪ରେ ରଥଯାତ୍ରା। ଏ ନେଇ ଜିଲାପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ନୀଳାଦ୍ରି ନିବାସ ସମ୍ମିଳନୀ କକ୍ଷରେ ଶେଷ...

ଜେଲକୁ କର୍ମଚାରୀ ନେଇପାରିବେନି ଫୋନ୍‌

ଭୁବନେଶ୍ୱର,୧।୮(ବ୍ୟୁରୋ): ଝାରପଡା ଜେଲ ଭିତରେ ଗ୍ୟାଙ୍ଗ୍‌ଷ୍ଟର ଟିଟୋ ଖଟି କରୁଥିବାର ଏକ ଭିଡିଓ ନିକଟରେ ଭାଇରାଲ ହୋଇଥିଲା। ଏହା ପୂର୍ବରୁ କଏଦୀମାନେ ମୋବାଇଲ୍‌ ଫୋନ୍‌ରେ କଥା...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ: ଇସ୍ତଫା ପ୍ରତ୍ୟାହାର କରିବେ ଜଗନ୍ନାଥ

ଭୁବନେଶ୍ୱର, ୩।୬(ବ୍ୟୁରୋ): ଇସ୍ତଫାପତ୍ର ପ୍ରତ୍ୟାହାର କରିବେ ଜଗନ୍ନାଥ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଜଗନ୍ନାଥ ନିଜର ଇସ୍ତଫା ନେଇ ନିଷ୍ପତ୍ତି ବଦଳାଇଥିବା ଜଣାପଡ଼ିଛି।...

କଳାବଜାର ଉପରେ କଡ଼ା ନଜର

ଭୁବନେଶ୍ୱର, ୬ା୫(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଦ୍ରୁତ ସଂକ୍ରାମକ ହୋଇଥିବାରୁ ରାଜ୍ୟ ସରକାର ବୁଧବାରଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଲକ୍‌ଡାଉନ ଘୋଷଣା କରିଛନ୍ତି।...

ତେଣ୍ଟା ନାଳରେ ମାଛମରାକୁ ନେଇ ତେଜୁଛି ବିବାଦ: ବେଆଇନ ଆଡ଼ିବନ୍ଧ ଯୋଗୁ ଚାଷଜମିକୁ ଯାଇପାରୁନି ପାଣି, ବଢ଼ୁଛି ଚାଷୀ ଅସନ୍ତୋଷ

ବିିଞ୍ଝାରପୁର,୧୧।୮(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବରପଦା ତେଣ୍ଟା ନାଳରେ ମାଛ ଧରିବାକୁ ସ୍ଲୁଇସ୍‌ ଗେଟ୍‌ ବନ୍ଦ କରିବା ସହିତ ଆଡିବନ୍ଧ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳର ଚାଷୀମାନଙ୍କ...

ଟନେଲ କାର୍ଯ୍ୟ ଚାଲିଥିବା ବେଳେ ଧସିଲା ମାଟି ଅତଡ଼ା: ୨ ଶ୍ରମିକଙ୍କ ଜୀବନ ଗଲା

କୋରାପୁଟ,୧୪ା୯(ସ୍ବ.ପ୍ର.): କୋରାପୁଟ- ରାୟଗଡ଼ା ରେଳପଥର ଦୋହରୀକରଣ ନେଇ ଟନେଲ କାର୍ଯ୍ୟ ଚାଲିଥିବାବେଳେ ମାଟି ଅତଡ଼ା ଧସି ଦୁଇ ଶ୍ରମିକଙ୍କ ଜୀବନ ଯାଇଛି। ଏହି ଘଟଣା ବୁଧବାର...

Advertisement
Archives

Model This Week