ମେଟ୍ରୋ

ରାସ୍ତାରେ ଗୋରୁ, ଯାତ୍ରୀ ହନ୍ତସନ୍ତ

ନିମାପଡ଼ା, ୨।୧୦(ଡି.ଏନ୍‌.ଏ.): ନିମାପଡ଼ା ବଡ଼ବଜାର, ଥାନା ଛକ, ବ୍ଳକ, ତହସିଲ ଅଫିସ ଛକ, ଦୋଳବେଦୀ ଛକ, ଟାଉନ କ୍ଲବ ଛକ ଦୀର୍ଘଦିନ ଧରି ବୁଲା ଗୋରୁ, ଷଣ୍ଢଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟିଛି। ଏହି ଛକଗୁଡ଼ିକର ମୁଖ୍ୟରାସ୍ତାରେ ଗୋରୁ ଦିନତମାମ ଶୋଇ ରହୁଥିବାରୁ…

ୟୁଜିସି-ଏନ୍‌ଇଟି ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨।୧୦(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ୟୁଜିସି-ଏନ୍‌ଇଟି ଡିସେମ୍ବର-୨୦୨୦ ଓ ଜୁନ୍‌-୨୦୨୧ ସେସନ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହି ପରୀକ୍ଷା ଯଥାକ୍ରମେ ଅକ୍ଟୋବର ୬ରୁ ୮ ତାରିଖ ଏବଂ ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ହେବାର ଥିଲା।…

୪ରୁ ମିଳିବ ମାଟ୍ରିକ ସାର୍ଟିଫିକେଟ

କଟକ ଅଫିସ, ୨।୧୦: ଆସନ୍ତା ୪ ତାରିଖଠାରୁ ଛାତ୍ରୀଛାତ୍ରଙ୍କୁ ମିଳିବ ମାଟ୍ରିକ ସାର୍ଟିଫିକେଟ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ରାଜ୍ୟରେ ୩୦ଟି କେନ୍ଦ୍ର ଚିହ୍ନଟ କରାଯାଇଛି। ସ୍କୁଲଗୁଡିକ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରି ଛାତ୍ରୀଛାତ୍ରଙ୍କ ସାର୍ଟିଫିକେଟ ନେଇପାରିବେ। ତେବେ…

ପୂର୍ବତନ ବାଚସ୍ପତି ଶରତ କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ଭୁବନେଶ୍ୱର, ୨।୧୦(ବ୍ୟୁରୋ): ପୂର୍ବତନ ବାଚସ୍ପତି ତଥା ସାହିତି୍ୟକ ଶରତ କୁମାର କରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଶୁକ୍ରବାର ଶହୀଦନଗରସ୍ଥିତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଅମର ଶତପଥୀ,…

ଏସ୍‌ସିବିରେ ଏକ୍‌ମୋ ଚିକିତ୍ସା ବେଳେ ଗଲା ରୋଗୀଙ୍କ ଜୀବନ

କଟକ ଅଫିସ, ୧ା୧୦: ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଏକ୍‌ମୋ ୟୁନିଟ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ରୋଗୀଙ୍କ ଗୁରୁବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ସେ ହେଲେ ଏସ୍‌ସିବି ମେଡିକାଲ ନ୍ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଅଶୋକ ମଲ୍ଲିକଙ୍କ…

ପ୍ରେମିକାଙ୍କୁ ଏସିଡ୍‌ ମାଡ଼ କରିଥିବା ପ୍ରେମିକ ଧରାପଡ଼ିଲେ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଅଗଷ୍ଟ ୧୧ତାରିଖରେ ରାଜଧାନୀରେ ଜଣେ ଯୁବତୀଙ୍କୁ ଏସିଡ୍‌ ମାଡ଼ କରି ପ୍ରେମିକ ଫେରାର ହୋଇଯାଇଥିଲେ। ଏହି ଘଟଣାର ଦେଢମାସ ପରେ ଅଭିଯୁକ୍ତ ପ୍ରେମିକଙ୍କୁ ଧଉଳି ଥାନା ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେ ହେଲେ ପୁରୀ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ରାଜ୍ୟ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଶୁକ୍ରବାର ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଆ ଭାଷାରେ ଶିକ୍ଷାଦାନ ବାତିଲ ପ୍ରସଙ୍ଗରେ ସେ ଏହି ଚିଠି ଲେଖିଥିବା ଜଣାପଡ଼ିଛି। ସେ ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ରଖିବାକୁ…

ରାଜକିଶୋର ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ଓଡ଼ିଶା ରିଭ୍ୟୁର ପୂର୍ବତନ ସମ୍ପାଦକ ପ୍ରଫେସର ରାଜକିଶୋର ମିଶ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜକିଶୋର ମିଶ୍ରଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଓଡ଼ିଆ ସାହିତ୍ୟ ବିଶେଷକରି ଅନୁବାଦ ସାହିତ୍ୟ…

ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୦୨କୁ ବୃଦ୍ଧି

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ଆଉ ୪ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୨୦୨କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି…

ପରପାରିରେ ବିଶିଷ୍ଟ ସାହିତି୍ୟକ ରାଜକିଶୋର ମିଶ୍ର

ଭୁବନେଶ୍ୱର,୧ା୧୦(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଚିବ, ‘ଉତ୍କଳ ପ୍ରସଙ୍ଗ’ ଓ ’ଓଡ଼ିଶା ରିଭ୍ୟୁ’ର ପୂର୍ବତନ ସମ୍ପାଦକ, ପ୍ରଫେସର ରାଜକିଶୋର ମିଶ୍ରଙ୍କର ଶୁକ୍ରବାର ଦେହାନ୍ତ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା। ଭୁବନେଶ୍ବରସ୍ଥିତ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ…

ଆଜିଠୁ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଆଜିଠାରୁ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଆରମ୍ଭ ହୋଇଛି। ପରୀକ୍ଷା ଆସନ୍ତା ୧୧ ତାରିଖ ଯାଏ ଚାଲିବ। ଆସେସ୍‌ମେଣ୍ଟ ଆଧାରରେ ପ୍ରକାଶ ପାଇଥିବା ରେଜଲ୍ଟରେ ଅସନ୍ତୋଷ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟବସ୍ଥା ଗ୍ରହଣ…

ଆଜି ରାଜ୍ୟରୁ ୪୭୭ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୭୪ ଶିଶୁ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୨୮୦୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୬,୯୫୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୭୮ ଜଣ ଚିହ୍ନଟ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?