ପ୍ରେମିକାଙ୍କୁ ଏସିଡ୍‌ ମାଡ଼ କରିଥିବା ପ୍ରେମିକ ଧରାପଡ଼ିଲେ

ଭୁବନେଶ୍ୱର,୧।୧୦(ବ୍ୟୁରୋ): ଅଗଷ୍ଟ ୧୧ତାରିଖରେ ରାଜଧାନୀରେ ଜଣେ ଯୁବତୀଙ୍କୁ ଏସିଡ୍‌ ମାଡ଼ କରି ପ୍ରେମିକ ଫେରାର ହୋଇଯାଇଥିଲେ। ଏହି ଘଟଣାର ଦେଢମାସ ପରେ ଅଭିଯୁକ୍ତ ପ୍ରେମିକଙ୍କୁ ଧଉଳି ଥାନା ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ସେ ହେଲେ ପୁରୀ ଜିଲା ନିମାପଡ଼ା ଥାନା ଚଅଁରାପଡ଼ା ଗ୍ରାମର ପାପୁନି ରାଉତ(୨୨)। ଜାମିନ୍‌ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି।

ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ପାପୁନି ପିପିଲି ଅଞ୍ଚଳର ଜଣେ ଯୁବତୀଙ୍କୁ ୨୦୧୯ରେ ନୋଟାରୀଙ୍କ ନିକଟରେ ବିବାହ କରିଥିଲେ। ବିବାହ ପରେ ଦୁହେଁ ଏକତ୍ର ନ ରହି ନିଜ ନିଜ ଘରେ ରହୁଥିଲେ। ହେଲେ ଯୁବତୀ ଜଣକ ପପୁଙ୍କ ସାଙ୍ଗରେ ରହିବାକୁ ଜିଦ୍‌ ଧରିଥିଲେ। ପପୁ କିଛି ନା କିଛି ବାହାନା କରି ଦିନ ଗଡାଇ ଚାଲିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟୁତୁଣ୍ଡ ହେଉଥିଲା। ତେଣୁ ପାପୁନି ଯୁବତୀଙ୍କୁ ଏସିଡ୍‌ ପକାଇବାକୁ ଯୋଜନା କରିଥିଲେ।

ଯୋଜନା ମୁତାବକ, ଅଗଷ୍ଟ ୧୧ରେ ବିବାହ ବିଷୟରେ ଆଲୋଚନା କରିବାକୁ ପାପୁନି ଯୁବତୀଙ୍କୁ ଧଉଳୀ ପାହାଡକୁ ଡକାଇଥିଲେ। ଯୁବତୀ ଜଣକ ତାଙ୍କର ଜଣେ ସାଙ୍ଗଙ୍କ ସହ ଧଉଳିରେ ପହଞ୍ଚିଥିଲେ। ସେମାନେ ବିବାହ ସଂକ୍ରାନ୍ତରେ ଆଲୋଚନା କରୁଥିବା ବେଳେ, ଯୁବତୀ ଜଣକ ଅଲଗା ଜାତିର ହୋଇଥିବାରୁ ପାପୁନି ତାଙ୍କୁ ଘରକୁ ନେବା ପାଇଁ ମନା କରିଦେଇଥିଲେ। ଏନେଇ ତାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ପାପୁନି ପାଖରେ ରଖିଥିବା ଏସିଡ୍‌କୁ ଯୁବତୀଙ୍କୁ ମୁହଁକୁ ଛାଟିଦେଇ ଫେରାର ହୋଇଯାଇଥିଲେ। ଏସିଡ୍‌ ମାଡରେ ଯୁବତୀଙ୍କ ମୁହଁର ବାମପଟ ସାମାନ୍ୟ ଜଳିଯାଇଥିଲା। ଉପସ୍ଥିତ ଥିବା ସାଙ୍ଗ ତାଙ୍କୁ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରିଥିଲେ। ପରେ ସେ ଥାନାରେ ଏକ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୧୨୧/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶତାଧିକ ଅଦିବାସୀଙ୍କ ନାମରେ ବ୍ୟାଙ୍କରୁ ଋଣ ଠକେଇ

ମାଲକାନଗିରି,୩ା୩ (ଡି.ଏନ.ଏ.) ମାଲକାନଗିରି ଜିଲାରେ ଦିନକୁ ଦିନ ଠକ ଏବଂ ଦଲାଲଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ସେମାନେ ଜିଲାର ଆଦିବାସୀଙ୍କୁ ଟର୍ଗେଟ୍‌ କରୁଛନ୍ତି। ନିରୀହ ସରଳ...

ପୁଣି ଅନୁଭବଙ୍କ ନାଁରେ ଏତଲା ଦେଲେ ବର୍ଷା

କଟକ ଅଫିସ,୨୦ା୧୨ କେନ୍ଦ୍ରାପଡ଼ା ଏମ୍‌ପି ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ପୁଣି ଥରେ ଥାନାରେ ମାମଲା ରୁଜୁ ହୋଇଛି। ଏମ୍‌ପିଙ୍କ ଅଭିନେତ୍ରୀ ସ୍ତ୍ରୀ...

ନୟାଗଡ଼ର ୨ ପୋଲିସ କର୍ମଚାରୀ ନିଲମ୍ବିତ

ନୟାଗଡ଼ ଅଫିସ,୧୮।୧୦: ୫ ଟି ଅଭିଯୋଗ ଏବଂ ଏକ ମାମଲାରେ ଗୋଟିଏ ଗାଡ଼ି ପରିବର୍ତ୍ତେ ଅନ୍ୟ ଏକ ଗାଡ଼ି ନାମରେ ମାମଲା ରୁଜୁ କରିବା ଅଭିଯୋଗରେ...

ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ ଜେରା, ଚନ୍ଦନ ମୁହଁରେ ଅର୍ଚ୍ଚନା ଚରିତ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାର ଓ କଳା ସାମ୍ରାଜ୍ୟର ଗୋପନ ପେଡ଼ି ଖୋଲୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ୧୫ଜଣଙ୍କ...

‘ପରୀକ୍ଷା ପେ ଚର୍ଚ୍ଚା’ରେ ଓଡ଼ିଶାରୁ ୨୮ ପିଲା

ଭୁବନେଶ୍ୱର,୧୯।୧(ବ୍ୟୁରୋ)-ନୂଆଦିଲ୍ଲୀଠାରେ ଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ୨୨୦୦ଜଣ ଛାତ୍ରୀଛାତ୍ର, ଅଭିଭାବକ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମା’ ମୃତ, ଝିଅ-ଜ୍ୱାଇଁ ଗୁରୁତର

ବାଲେଶ୍ୱର ଅଫିସ,୮ା୪: ବାଲେଶ୍ୱର ସଦର ଥାନା ଅଧୀନସ୍ଥ ନହରପାଟଣା-ଫୁଲାଡ଼ି ଜାତୀୟ ରାଜପଥରେ ଶୁକ୍ରବାର ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ  ଟ୍ରକ , ୪୦୭ ଏବଂ...

ବିଜେଡି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ:୧ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର,୨୮-୮(ବ୍ୟୁରୋ) :ବିଜେଡି ପକ୍ଷରୁ ଆସନ୍ତା ୨ ତାରିଖରେ ସଦସ୍ୟତା ଅଭିଯାନ ଆରମ୍ଭ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି।...

୩କୋଟିରୁ ଊର୍ଦ୍ଧ୍ୱ ଠକେଇ, ଓରିସନ୍‌ ଏମ୍‌ଡି ଗିରଫ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜଧାନୀରେ ଜମି ଯୋଗାଇଦେବାକୁ କହି ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇ ଲୁଚି ବୁଲୁଥିବା ଜଣେ ବିଲ୍ଡରଙ୍କୁ ଶହୀଦନଗର ଥାନା ପୋଲିସ ଗିରଫ କରିଛି।...

Advertisement
Archives

Model This Week