ମେଟ୍ରୋ

ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୭୯

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୩୭୯କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି…

ଅଭିଯୁକ୍ତଙ୍କ ଘରୁ ପୁଣି ମିଳିଲା ମାରଣାସ୍ତ୍ର

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ରାଜଧାନୀରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିଥିବା କେବିଏନ୍‌ ଗ୍ୟାଙ୍ଗ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରୁଛି କମିଶନରେଟ ପୋଲିସ। ଶନିବାରଠାରୁ ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ୨ ଦିନିଆ ରିମାଣ୍ଡରେ ଆଣି ପୋଲିସ ମାରଥନ୍‌ ଜେରା କରିଥିଲା। ଅଭିଯୁକ୍ତ ରାହୁଲ…

ରାଜନଗର ଡିଏଫ୍‌ଓ-ଜେଡ୍‌ଏସ୍‌ଆଇ ମୁହାଁମୁହିଁ

ଭୁବନେଶ୍ୱର, ୧୫।୧୧(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ପକ୍ଷରୁ ଗତ ଗୁରୁବାର ସ୍ଥାନୀୟ ଏକ ମାଛ ଗଦିରେ ଚଢ଼ାଉ କରାଯାଇ ଦୁଇଟି ଶାଙ୍କୁଚ ମାଛ ଜବତ କରାଯାଇଥିଲା। ଏଥିସହିତ ସମ୍ପୃକ୍ତ ମାଛଗଦି ମାଲିକ ଶଙ୍ଖାଳି ଚରଣ ମାଝୀ ଓ ପୁଅ ସୁଶାନ୍ତଙ୍କୁ…

କମିଲା ସଂକ୍ରମଣ: ଆଜି ରାଜ୍ୟରୁ ୧୮୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ସୋମବାର ରାଜ୍ୟରୁ ୧୮୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୫,୬୫୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୦୯ ଜଣ ଚିହ୍ନଟ ହୋଇଥିବା…

ଖର୍ଚ୍ଚ ହେଉଛି, ଦୁର୍ଘଟଣା କମୁନି

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ଲାଗି ବିଭିନ୍ନ ସମୟରେ ସରକାର ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ଦୁର୍ଘଟଣା ବଢ଼ୁଥିବାରୁ ସେଗୁଡ଼ିକ କିଛି କାମ ଦେଉନାହିଁ। ସରକାର ପ୍ରସ୍ତୁତ କରୁଥିବା ଯୋଜନାଗୁଡ଼ିକ କେବଳ କାଗଜ କଲମରେ ସୀମିତ ରହିଯାଉଛି।…

ଆଜିଠୁ ଖୋଲିବ ଷଷ୍ଠ, ସପ୍ତମ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ରାଜ୍ୟରେ ସୋମବାରଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ଏହି ଦୁଇ ଶ୍ରେଣୀର ପିଲାମାନେ ଏବେ ଶ୍ରେଣୀ ଗୃହରେ ବସି ପାଠ ପଢ଼ିବେ। ସକାଳ ସାଢ଼େ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କ୍ଲାସ୍‌ ହେବ। କିନ୍ତୁ…

ଏକାମ୍ର ହାଟରେ ଖୋଲିଲା ମୁକ୍ତ ପାଠାଗାର

ଭୁବନେଶ୍ୱର,୧୫।୧୧ (ବ୍ୟୁରୋ): ଶିଶୁ ଦିବସ ଅବସରରେ ରବିବାର ଏକାମ୍ର ହାଟଠାରେ ମୁକ୍ତ ପାଠାଗାର ଖୋଲିଛି। ବହି ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ବଢାଇବା ପାଇଁ ହସ୍ତଶିଳ୍ପ ବିଭାଗ ଅଧୀନ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ଏବଂ ବକୁଳ ଫାଉଣ୍ଡେଶନ…

ରୂପାନ୍ତରର ପ୍ରଥମ ପାହାଚ ଶିକ୍ଷା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫।୧୧(ବ୍ୟୁରୋ): ରାଜ୍ୟରେ ଏବେ ୫-ଟି କାର୍ଯ୍ୟକ୍ରମ ଅଧୀନରେ ସ୍କୁଲ ରୂପାନ୍ତରଣ ଚାଲିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ ଜିଲାରୁ ୧,୦୭୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ହେବ। ତେବେ ରବିବାର ଦ୍ୱିତୀୟ ଦିନ ଶିଶୁ ଦିବସରେ ବୌଦ୍ଧ, ସୋନପୁର, ଭଦ୍ରକ ଓ…

ଡିସେମ୍ବର ୧ରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ପହିଲାରୁ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍‌ ଗୃହରେ ଆଗତ ହେବ। ରବିବାର ଏନେଇ ବିଧାନସଭା ସଚିବାଳୟ…

ଏ ବର୍ଷ ବି ହେବନି ଭୁବନେଶ୍ୱର ବାଲିଯାତ୍ରା

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ଚଳିତ ବର୍ଷ ଭୁବନେଶ୍ବର ବାଲିଯାତ୍ରା ହେବନି । କଟକ ବାଲିଯାତ୍ରା ନ ହେବାନେଇ ବିଜ୍ଞପ୍ତି ଜାରି ହେବା ପରେ ବର୍ତ୍ତମାନ ଭୁବନେଶ୍ବର ମଧ୍ୟ ଚଳିତ ବର୍ଷ ବାଲିଯାତ୍ରା ହେବନାହିଁ ବୋଲି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। କୋଭିଡ…

ଘାତକ ହେଉଛି ସହରାଞ୍ଚଳ ପ୍ରଦୂଷଣ

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ବଡ଼ ବଡ ସହରରେ ନିଃଶ୍ୱାସପ୍ରଶ୍ୱାସ ନେବା ପ୍ରାଣଘାତକ ହେଲାଣି। ସହରାଞ୍ଚଳରେ ବିଶୁଦ୍ଧ ବାୟୁ ଟିକେ ପାଇବା କଷ୍ଟକର ହୋଇ ପଡ଼ିଲାଣି। ହୁ ହୁ ହୋଇ ମାଡ଼ି ଚାଲିଥିବା ମୋଟରଯାନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ସବୁଜ ବଳୟ ନଷ୍ଟ ହେବାରେ ଲାଗିଥିବାରୁ…

ପୁଣି ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୪।୧୧(ବ୍ୟୁରୋ): ଥାଇଲାଣ୍ଡ ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଶନିବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ୧୫ ତାରିଖ ସୁଦ୍ଧା ଏହା ଆଣ୍ଡାମାନ ଉପକୂଳରେ ପହଞ୍ଚତ୍ବ। ପରେ ଏହା ଅବପାତର ରୂପ ନେଇ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ୧୮ ତାରିଖ ସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?