ମେଟ୍ରୋ

ବାରବାଟୀ ଲଢେଇ: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା

କଟକ ଅଫିସ୍‌,୧୨।୬: ଭାରତ ଏବଂ ଦକ୍ଷିଣ ଆଫିକା ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ…

ବାରବାଟୀ ଷ୍ଟାଡିୟମରେ ପହଞ୍ଚିଲେ ୨ ଦଳର ଖେଳାଳି

କଟକ ଅଫିସ୍‌,୧୨।୫: କଟକର ବାରବାଟୀ ଷ୍ଟାଡିୟମରେ ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଉଭୟ ଦଳର ଖେଳାଳି ମେ’ ଫେୟାର ହୋଟେଲୁ ବାହାରି ଷ୍ଟାଡିୟମରେ ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ଉଭୟ ଦଳର…

ହୋଟେଲ୍‌ରୁ ବାରବାଟୀ ଷ୍ଟାଡିୟମ ଅଭିମୁଖେ ଖେଳାଳି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଦୀର୍ଘ ଅଢେଇ ବର୍ଷ ବ୍ୟବଧାନ ପରେ ପୁଣି ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ। ଏହି ମ୍ୟାଚ୍‌କୁ ନେଇ ଲୋକଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।…

ଭୁବନେଶ୍ୱରରେ ପହଞ୍ଚିଲେ ସୌରଭ ଗାଙ୍ଗୁଲି

ଭୁବନେଶ୍ୱର,୧୨।୫(ବ୍ୟୁରୋ): ବିସିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବାରବାଟୀ ମ୍ୟାଚ୍‌ ଦେଖିବା ପାଇଁ ଭୁବନେଶ୍ୱରରେ ପହଞ୍ଚିି ସାରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରୁ କଡା ସୁରକ୍ଷା ବଳୟ ମଧ୍ୟରେ ସୌରଭ ଗାଙ୍ଗୁଲିଙ୍କୁ ହୋଟେଲ ନିଆଯାଇଛି। ସେଠାରୁ ସେ ବାଟବାଟୀ ଷ୍ଟାଡିୟମକୁ ଯିବେ।…

ବିଏମ୍‌ସି କେଶରୀ ମଲ୍‌ରେ ଲାଗିଛି ନିଆଁ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜଧାନୀର ମାର୍କେଟ ବିଲ୍ଡିଂରେ ଥିବା ବିଏମସି କେଶରୀ ମଲ୍‌ରେ ଅଗ୍ନିକାଣ୍ଡ ଘଟିଛି । ରବିବାର କେଶରୀ ମଲ୍‌ର ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଛି । ତେଣୁ ଲୋକମାନଙ୍କୁ ମଲ ଭିତରକୁ ପ୍ରବେଶ କରାଇ ଦିଆଯାଉ ନ ଥିବା…

ରାଜ୍ୟରେ ୧୯ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧ ଜଣ କ୍ୱାରେଣ୍ଟାଇନ୍‌ରୁ ଥିବା ବେଳେ ୮ ଲୋକାଲ୍‌ କେସ୍‌ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ…

ବିଶ୍ୱବିଦ୍ୟାଳୟ ନିଯୁକ୍ତିରେ ସଂରକ୍ଷଣ ନିୟମ ଉଲ୍ଲଂଘନ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଆଇନର ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ହାଇକୋର୍ଟରେ ଏକ ରିଟ୍‌ ପିଟିଶନ ଦାଖଲ ହୋଇଛି। ହାଇକୋର୍ଟ ଏହାକୁ ଗ୍ରହଣ କରିବା ସହ ଜୁଲାଇ ୧୪କୁ…

୩ କମ୍ପାନୀର ୨ ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର, ୧୨।୬(ବ୍ୟୁରୋ):  ଗ୍ରାହକଙ୍କୁ ଆପ୍‌ ଦ୍ୱାରା ଲୋନ୍‌ ଦେଇ ପରବର୍ତ୍ତୀ ସମୟରେ ମାନସିକ ନିର୍ଯାତନା ଦେବା ସହ ଅଧିକ ଟଙ୍କା ଆଦାୟ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଶୁକ୍ରବାର ଆଉ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ…

‘ସବୁ ବର୍ଗର କଲ୍ୟାଣ ହିଁ ପ୍ରକୃତ ବିକାଶ’

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ଶାନ୍ତି ଓ ଭାଇଚାରା ପାଇଁ ଓଡ଼ିଶା ପ୍ରସିଦ୍ଧ। ବିଭିନ୍ନ କମ୍ୟୁନିଟି ମଧ୍ୟରେ ସଦ୍‌ଭାବ ପାଇଁ ଓଡ଼ିଶା ସାରା ଦେଶରେ ଆଦର୍ଶ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶନିବାର ସୂଚନା ଭବନଠାରେ ଚଳିତବର୍ଷର ହଜ୍‌ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର…

ରଜରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର, ୧୨।୬(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ। ଏଥିପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ମଙ୍ଗଳବାରଠାରୁ ରଜ ପର୍ବ ଆରମ୍ଭ…

ପ୍ରଚଣ୍ଡ ତାତି, ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ପ୍ରଚଣ୍ଡ ଗ୍ରୀଷ୍ମ ସହ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ରାଜ୍ୟର ୧୫ ଜିଲାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଥିବା ବେଳେ ୫ଟି ସ୍ଥାନରେ ୪୩ ଡିଗ୍ରୀ ସେଲସିୟସ…

୧ରୁ ବସ୍‌ ଧର୍ମଘଟ ଚେତାବନୀ

ଭୁବନେଶ୍ୱର,୧୨।୬(ବ୍ୟୁରୋ): ଆସନ୍ତା ଜୁଲାଇ ୧ ତାରିଖରୁ ସମଗ୍ର ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ। ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ଏଭଳି ଚେତାବନୀ ଦେଇଛି। ଶନିବାର ଘରୋଇ ବସ୍‌ ମାଲିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri