ହାତୀ ଆକ୍ରମଣ: ୩ବର୍ଷରେ ୧,୫୭୮ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ହାତୀ ଆକ୍ରମଣରେ ଗତ ତିନିବର୍ଷରେ ଦେଶରେ ୧,୫୭୮ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ଓଡ଼ିଶାରେ ସର୍ବାଧିକ ୩୨୨ଜଣଙ୍କ ଜୀବନ ଯାଇଥିବା କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ସୂଚନା ଦେଇଛନ୍ତି। ମଙ୍ଗଳବାର ଲୋକସଭାରେ ମନ୍ତ୍ରୀ ଏହି ତଥ୍ୟ ରଖିବା ସହ କହିଛନ୍ତି, ହାତୀ ଆକ୍ରମଣରେ ୨୦୧୯-୨୦ରେ ୫୮୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୨୦-୨୧ରେ ୪୬୧ ଓ ୨୦୨୧-୨୨ରେ ୫୩୨ଜଣଙ୍କ ଜୀବନ ଯାଇଛି। ତେବେ ଓଡ଼ିଶାରେ ସର୍ବାଧିକ ୩୨୨ଜଣ ମୃତକଙ୍କ ମଧ୍ୟରେ ୨୦୧୯ରେ ୧୧୭, ୨୦୨୦ରେ ୯୩ ଏବଂ ୨୦୨୧ରେ ୧୧୨ଜଣଙ୍କ ମୃତ୍ୟୁ ହୋଇଛି। ଓଡ଼ିଶା ପରେ ଝାଡ଼ଖଣ୍ଡ ରହିଛି। ଏଠାରେ ୨୯୧ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପଶ୍ଚିମବଙ୍ଗରେ ୨୪୦, ଆସାମରେ ୨୨୯, ଛତିଶଗଡ଼ରେ ୧୮୩, ତାମିଲନାଡ଼ୁରେ ୧୩୨, କର୍ନାଟକରେ ୬୯, କେରଳ ୫୭, ମେଘାଳୟ ୧୨ ଓ ଆନ୍ଧ୍ରପ୍ରଦେଶରେ ୧୦ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ, ବନ୍ୟପ୍ରାଣୀ ପରିଚାଳନା ଏବଂ ହାତୀ-ମଣିଷ ଲଢ଼େଇରେ ରୋକ ଲଗାଇବା ପ୍ରତ୍ୟେକ ରାଜ୍ୟ ସରକାରଙ୍କ ଦାୟିତ୍ୱ। ହାତୀ ଆକ୍ରମଣରେ ମୃତ୍ୟୁ ସହ ହାତୀ ଶିକାର ରୋକିବା ପାଇଁ ରାଜ୍ୟଗୁଡ଼ିକ ପଦକ୍ଷେପ ନେବା ଉଚିତ। ହାତୀ ଆକ୍ରମଣରେ ଯେଉଁ ଲୋକଙ୍କର ମୃତ୍ୟୁ ଘଟୁଛି ଓ ଯେଉଁମାନଙ୍କର ଫସଲ କିମ୍ବା ଅନ୍ୟାନ୍ୟ ସମ୍ପତ୍ତି ନଷ୍ଟ ହେଉଛି, ଉକ୍ତ ଧନଜୀବନର କ୍ଷୟକ୍ଷତି ନିମନ୍ତେ ଅନୁକମ୍ପା ରାଶି ପ୍ରଦାନ କରାଯାଉଛି। ସେହିପରି ୨୦୧୭ରେ କେନ୍ଦ୍ର ସରକାର ହାତୀ-ମଣିଷ ଲଢ଼େଇ ପରିଚାଳନା ପାଇଁ ଏକ ଗାଇଡ୍‌ଲାଇନ ପ୍ରସ୍ତୁତ କରିଥିଲେ। ଗତ ଏପ୍ରିଲ ମାସରେ ସମ୍ମୁଖ କର୍ମଚାରୀଙ୍କ ପାଇଁ ଫିଲ୍ଡ ମାନୁଆଲ ଲାଗୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri