ବିଧାନସଭାରେ ଚୁଡ଼ା, ମୁଢ଼ି ଝଡ଼

ଭୁବନେଶ୍ୱର,୧୯ା୭(ବ୍ୟୁରୋ):ଧନୀ, ଗରିବ ସମସ୍ତ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଚୁଡ଼ା, ମୁଢ଼ି ଓ ଖଇ। ଏହା ଏବେ ମହଙ୍ଗା ହୋଇଯାଇଛି। କେନ୍ଦ୍ର ସରକାର ଏହି ଖାଦ୍ୟ ସାମଗ୍ରୀ ଉପରେ ୫% ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଲଗାଇଛନ୍ତି। କେବଳ ଏହି ୩ଟି ଖାଦ୍ୟ ସାମଗ୍ରୀ ନୁହେଁ, ପ୍ୟାକେଟ୍‌ ଦହି, ଲସି, ପନିର, ଗହମ, ଚାଉଳ, ବାର୍ଲି, ଓଟ୍ସ ଉପରେ ମଧ୍ୟ ୫ ପ୍ରତିଶତ ଜିଏସ୍‌ଟି ଲାଗିବ। ଫଳରେ ଖାଉଟିଙ୍କୁ ମୋଟା ଅଙ୍କର ଟିକସ ଗଣିବାକୁ ପଡ଼ିବ। ଏହାକୁ ନେଇ ସୋମବାର ବିଧାନସଭାରେ ଝଡ଼ ସୃଷ୍ଟି ହୋଇଛି। ଗରିବଙ୍କ ଖାଦ୍ୟ ଉପରୁ ତୁରନ୍ତ ଜିଏସ୍‌ଟି ପ୍ରତ୍ୟାହାର କରିବା ଦାବିରେ କଂଗ୍ରେସ ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ହଟ୍ଟଗୋଳ ଯୋଗୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ।
ଶୂନ୍ୟକାଳରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି କହିଲେ, କେନ୍ଦ୍ର ସରକାର ଚୁଡ଼ା, ମୁଢ଼ି, ଦହି, କ୍ଷୀର ଭଳି ଗରିବଙ୍କ ଖାଦ୍ୟ ଉପରେ ଜିଏସ୍‌ଟି ଲଗାଇଛନ୍ତି। ଆମ ସମସ୍ତଙ୍କର ଏହା ପ୍ରିୟ ଖାଦ୍ୟ। କେନ୍ଦ୍ର ସରକାର ତୁରନ୍ତ ଏହା ଉପରୁ ଜିଏସ୍‌ଟି ହଟାନ୍ତୁ। ଦଳଗତ ନିର୍ବିଶେଷରେ ସମସ୍ତ ବିଧାୟକଙ୍କୁ ନେଇ ଏକ କମିଟି ଗଢ଼ାଯାଉ। ସେହି କମିଟି ଦିଲ୍ଲୀରେ ଜିଏସ୍‌ଟି କାଉନସିଲ ଅଧ୍ୟକ୍ଷ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଗରିବଙ୍କ ଖାଦ୍ୟ ଉପରୁ ଜିଏସ୍‌ଟି ହଟାଇବାକୁ ଦାବି କରିବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି। କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା କହିଲେ, ସମସ୍ତେ ଚୁଡ଼ା, ମୁଢ଼ି ଖାଆନ୍ତି। ଏହା ସମସ୍ତଙ୍କର ପ୍ରିୟ ଖାଦ୍ୟ। ବାଲେଶ୍ୱର, ବାରିପଦାରେ ମୁଢ଼ି ଏକ ନିତିଦିନିଆ ଖାଦ୍ୟ। ମୟୂରଭଞ୍ଜରୁ ଭାଜପାର ଅଧିକ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି। ସେଠାରେ ଚିକେନ, ମଟନ ସହ ମୁଢ଼ି ଗୋଳାଇ ଖିଆଯାଏ। କ୍ଷୀର, ଦହି ଉପରେ ମଧ୍ୟ ଜିଏସ୍‌ଟି ଲାଗୁ କରାଯାଇଛି। କେବଳ ଖାଦ୍ୟ ସାମଗ୍ରୀ ନୁହେଁ ଚାଷୀମାନେ ବ୍ୟବହାର କରୁଥିବା ପମ୍ପସେଟ୍‌ ଉପରେ କେନ୍ଦ୍ର ସରକାର ୧୨% ଜିଏସ୍‌ଟି ଲାଗୁ କରିଛନ୍ତି। ତୁରନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଟିକସ ଉଠାଯାଉ। ନଚେତ୍‌ ଗରିବ ଲୋକମାନେ ଚୁଡ଼ା, ମୁଢ଼ି, କ୍ଷୀର, ଦହି ଖାଇପାରିବେ ନାହିଁ। ବିଜେଡି ସଭ୍ୟ ଅମର ଶତପଥୀ କହିଛନ୍ତି ଯେ ଜିଏସ୍‌ଟି ଲଗାଇବା ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ମତାମତ ନେଇଛନ୍ତି କି? ସାଧାରଣ ଖାଉଟିମାନଙ୍କ ଉପରେ ଟିକସ ଭାର ପଡ଼ିବ। ରାଜ୍ୟର କେଉଁ କେଉଁ ସାମଗ୍ରୀ ଉପରେ ଜିଏସ୍‌ଟି କେତେ ପ୍ରତିଶତ ନିଆଯାଉଛି ସେ ନେଇ ଅର୍ଥମନ୍ତ୍ରୀ ଗୃହରେ ଏକ ବିବୃତି ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ ଚୁଡ଼ା, ମୁଢ଼ି ଉପରେ ଶେଷରେ ମୋଦି ସରକାର ଜିଏସ୍‌ଟି ଲଗାଇ ଦେଲେ। ତୁରନ୍ତ ଏହାକୁ ଉଠାଯାଉ ବୋଲି ସେ ଶୂନ୍ୟକାଳରେ ଦାବି କରିଥିଲେ। ଏହାକୁ ନେଇ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଚୁଡ଼ା, ମୁଢ଼ି ଉପରୁ ଜିଏସ୍‌ଟି ତୁରନ୍ତ ହଟାଯାଉ ବୋଲି ଦାବି କରିଥିଲେ। ପ୍ରବଳ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ଗୃହ ସ୍ବାଭାବିକ ହୋଇଥିଲା।
ପ୍ରଶ୍ନକାଳରେ ସୁରେଶ ରାଉତରାୟ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ଯଦି କେନ୍ଦ୍ର ସରକାର ଏହା ଉପରେ ଜିଏସ୍‌ଟି ଲଗାଉଛନ୍ତି ତେବେ ରାଜ୍ୟ ସରକାର ଏହାକୁ ଓଡ଼ିଶାରେ ନ ଲଗାନ୍ତୁ ବୋଲି ସେ ଦାବି କରିଛନ୍ତି। ଯଦି ଲାଗୁ କରିବେ ତେବେ ନିଜେ ରାଜ୍ୟ ସରକାର ଏହି ଟିକସ ଭାର ବହନ କରନ୍ତୁ ବୋଲି ସେ ଦାବି କରିଛନ୍ତି।
ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ ଜିଏସ୍‌ଟି ଉପରେ ରାଜ୍ୟ ସରକାର କିଛି କରିପାରିବେ ନାହିଁ। ଏହା ଜିଏସ୍‌ଟି କାଉନସିଲ ପରିସରଭୁକ୍ତ। ତେବେ ଗାଁ ଗହଳିରେ କିମ୍ବା ଖୋଲାରେ ବିକ୍ରି ହେଉଥିବା ଚୁଡ଼ା, ମୁଢ଼ି ଉପରେ ଜିଏସ୍‌ଟି ଲାଗୁ ହେବ ନାହିଁ। ଏହା କେବଳ ପ୍ୟାକେଟରେ ବିକ୍ରି ହେଉଥିବା ଚୁଡ଼ା, ମୁଢ଼ି ଆଦି ଉପରେ ଲାଗୁହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri