‘ବର୍ଦ୍ଧିତ କୋଇଲା ରୟାଲ୍‌ଟି ମିଳୁନି’

ଭୁବନେଶ୍ୱର,୧୯ା୭(ବ୍ୟୁରୋ):ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ମେ’ ସୁଦ୍ଧା ନିଜସ୍ବ ରାଜସ୍ବ ବାବଦକୁ ୧୫, ୯୮୯ କୋଟି ୮୭ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି। ସେଥିରୁ ନିଜସ୍ବ ଟିକସ ବାବଦକୁ ୬,୬୬୩ କୋଟି ୫୮ ଲକ୍ଷ, ନିଜସ୍ବ ଅଣଟିକସ ରାଜସ୍ବ ବାବଦକୁ ୯, ୩୨୬ କୋଟି ୨୯ ଲକ୍ଷ ଆଦାୟ କରାଯାଇଛି। ଗତ ଆର୍ଥିକ ବର୍ଷର ଏହି ସମୟ ସୁଦ୍ଧା ଯଥାକ୍ରମେ ୨୪.୩୩ ଏବଂ ୫୧.୯୯ ପ୍ରତିଶତ ଅଧିକ। ସୋମବାର ପ୍ରଶ୍ନକାଳରେ ବିଜେଡି ସଭ୍ୟ ଭୂପିନ୍ଦର ସିଂଙ୍କ ମୂଳ ପ୍ରଶ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଖଣି ରାଜସ୍ବ ୨୦୨୦-୨୧ରେ ୧୩,୭୯୧ କୋଟି ୭୨ ଲକ୍ଷ ଆଦାୟ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୧୩,୭୦୦ କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ ରଖାଯାଇଥିବା ବେଳେ ୪୮,୬୪୨ କୋଟି ୨ ଲକ୍ଷ ସଂଗ୍ରହ କରାଯାଇଛି। ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୩୫୫.୫ ପ୍ରତିଶତ। ସେହିପରି ଅବକାରୀ ରାଜସ୍ବ ୨୦୨୦-୨୧ରେ ୫୦୫୩ କୋଟି ୬ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ଏ ବାବଦରେ ମୋଟ ୫୫୨୭ କୋଟି ୬୦ ଲକ୍ଷ ଟଙ୍କା ପ୍ରାପ୍ତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ମୂଳ ପ୍ରଶ୍ନକର୍ତ୍ତା ପୁଣି ପଚାରିଲେ, ଗତ ୧୦ ବର୍ଷ ହେଲା କୋଇଲା ରୟାଲଟି ବାବଦରେ ରାଜ୍ୟ ସରକାର କେଉଁ ସଂସ୍ଥାରୁ କେତେ ପାଇଛନ୍ତି। ମନ୍ତ୍ରୀ କହିଲେ, ରାଜ୍ୟକୁ ବର୍ଦ୍ଧିତ କୋଇଲା ରୟାଲଟି ମିଳୁ ନାହିଁ। ଭାଜପା ସଭ୍ୟ ମୋହନ ମାଝି ପଚାରିଲେ, ରାଜ୍ୟର ନିଜସ୍ବ ଆୟ ବୃଦ୍ଧି ପାଇଁ କି ବ୍ୟବସ୍ଥା ରହିଛି। ରାଜ୍ୟର କେତେ ଅଭିବୃଦ୍ଧି ହୋଇଛି। ମନ୍ତ୍ରୀ କହିଲେ, ରାଜ୍ୟର ଅଭିବୃଦ୍ଧି ଗତ ୧୦ ବର୍ଷରେ ୭ ପ୍ରତିଶତ ହୋଇ ଆସିଥିଲା। ଚଳିତ ବର୍ଷ ୮ରୁ ୮.୫% ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କେନ୍ଦ୍ର ସରକାରଙ୍କ ଉପରେ ପଡ଼ି ରହିଥିବା ରାଜ୍ୟର ୯୦ ହଜାର କୋଟି ଟିକସକୁ ଆଦାୟ କରିବାକୁ କି ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ। ସେହିପରି ବିଜେଡି ସଭ୍ୟ ମନୋହର ରନ୍ଧାରୀ ଜିଏସ୍‌ଟି ବାବଦକୁ କେନ୍ଦ୍ର ସରକାର କେତେ ଦେବାକୁ ବାକି ରହିଛି ବୋଲି ପଚାରିଥିଲେ। ମନ୍ତ୍ରୀ କହିଲେ, ୨୦୨୧-୨୨ରେ ୫,୫୨୭ କୋଟି ଜିଏସ୍‌ଟି ବାବଦରେ ଓଡ଼ିଶାକୁ ମିଳିଛି। ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୬୪୯୬ କୋଟି ଟଙ୍କା ମିଳିଛି। ବକେୟା ଅର୍ଥ ପାଇବା ଲାଗି ରାଜ୍ୟ ସରକାର ଅଲ୍‌ ଇଣ୍ଡିଆ ଫାଇନାନ୍ସ କମିଶନ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri