୬୩ନଂ. ବୁଥ୍ରେ ସାନି ମତଦାନ: ୯୯୬ରୁ ୫୩୯ଜଣ ଦେଲେ ଭୋଟ
ବ୍ରହ୍ମପୁର ଅଫିସ୍,୧୯ା୪-ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ୬୩ନମ୍ବର ବୁଥ୍ରେ ଗୁରୁବାର ସାନି ମତଦାନ ଅନୁଷ୍ଠିତ ହୋଇଯାଇଛି। ସିଟି ହାଇସ୍କୁଲସ୍ଥିତ ବୁଥ୍ରେ ମତଦାନ ଗ୍ରହଣ କରାଯାଇଥିଲା। ଏହି ବୁଥ୍ରେ ମୋଟ ୯୯୬ଜଣ ଭୋଟର୍ ଅଛନ୍ତି । ସେଥିରୁ ୫୩୯ଜଣ ଭୋଟ୍ ଦେଇଛନ୍ତି।…
ବୋମା ବିସ୍ଫୋରଣରେ ଯୁବକଙ୍କ ମୃତ୍ୟୁ: ରାଜନୈତିକ ଶତ୍ରୁତାରୁ ହତ୍ୟା ଅଭିଯୋଗ ଆଣିଲେ ପରିବାର
ଭଞ୍ଜନଗର,୧୯।୪(ଡି.ଏନ.ଏ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଗଝୋଳରେ ବୁଧବାର ରାତିରେ ବୋମା ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସଦାଶିବ ପ୍ରଧାନ (୨୬)। ରାଜନୈତିକ ଶତ୍ରୁତାରୁ ସଦାଶିବଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ଭାଇ ହାଡ଼ୁ ଥାନାରେ ଏତଲା…
କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା
ବ୍ରହ୍ମପୁର ଅଫିସ,୧୯ା୪-କିରୋସିନ ଢାଳି ଜଣେ ମହିଳା ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଶିଶିର କୁମାର ବାଡ଼ତ୍ୟାଙ୍କ ସ୍ତ୍ରୀ ଲୋପାମୁଦ୍ରା (୩୨) । ଘର ବଡ଼ବଜାର ଥାନା ଅନ୍ତର୍ଗତ ଆସ୍କା ରୋଡ ରଘୁପତି ନଗର ଦ୍ୱିତୀୟ ଲେନ୍ ବୋଲି ପୋଲିସ କହିଛି…
ସରିଲା ଆସିକା ଲୋକ ସଭା, ୭ ବିଧାନସଭା ନିର୍ବାଚନ: ଇଭିଏମ୍ରେ ସିଲ୍ ହେଲା ୫୨ ପ୍ରାର୍ଥୀଙ୍କ ଭାଗ୍ୟ
ବ୍ରହ୍ମପୁର ଅଫିସ,୧୯ା୪-ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଆସିକା ଲୋକ ସଭା ଆସନ ଓ ଏହା ଅଧୀନ ଖଲ୍ଲିକୋଟ, ପୋଲସରା, କବିସୂର୍ଯ୍ୟନଗର, ଆସିକା, ହିଞ୍ଜିଳି, ସାନଖେମୁଣ୍ଡି ଓ ସୋରଡ଼ା ବିଧାନସଭା କ୍ଷେତ୍ରରେ ଗୁରୁବାର ମତଦାନ ହୋଇଯାଇଛି। ଲୋକ ସଭା ନିର୍ବାଚନ…
ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର
ହାଟଡ଼ିହୀ,୧୭l୪(ଡି.ଏନ୍.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ହାଟଡ଼ିହୀ ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜେଡି ବିଧାୟକ ପ୍ରାର୍ଥୀ ଭାଗୀରଥି ସେଠୀଙ୍କ ପ୍ରଚାର ଜୋରଦାର ହୋଇଛି। ଜିଲାପରିଷଦ ସଭ୍ୟ ସୁରେନ୍ଦ୍ର ଜେନାଙ୍କ ନେତୃତ୍ୱରେ ଜିଲା ସଭାପତି…
ଫ୍ଲାଇଂ ସ୍କ୍ବାଡ୍ ପକ୍ଷରୁ ୧ . ୮୫ ଲକ୍ଷ ଜବତ
ହାଟଡ଼ିହୀ,୧୭l୪:(ଡ଼ି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅଣା ନିକଟରେ ବୁଧବାର ଫ୍ଲାଇଂ ସ୍କ୍ବାଡ୍ ପକ୍ଷରୁ ଯାଞ୍ଚ କରାଯାଇଛି। ଏହି ସମୟରେ ଜଣେ ବ୍ୟକ୍ତିଙ୍କଠାରୁ ୧ଲକ୍ଷ ୮୫ହଜାର ଟଙ୍କା ଜବତ ହୋଇଛି। ଉକ୍ତ ବ୍ୟକ୍ତି ଜଣକ ନିକଟସ୍ଥ ବ୍ୟାଙ୍କରୁ ନିଜ କାର୍ଯ୍ୟ ସମ୍ବନ୍ଧୀୟ…
କେନ୍ଦୁଝର ଜିଲା ପାଇଁ ଭାଜପା କ’ଣ କରିଛି: ମୁଖ୍ୟମନ୍ତ୍ରୀ
କେନ୍ଦୁଝର,୧୭।୪(ସ୍ବ.ପ୍ର.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କେନ୍ଦୁଝର ଜିଲା ସଦର ନିିର୍ବାଚମଣ୍ଡଳୀ ଗସ୍ତ କରି ନିର୍ବାଚନୀ ପ୍ରଚାର କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ପଦ୍ମପୁରଠାରେ ଏକ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି ଯେ, ଭାଜପା ଦଳ ଦେଶକୁ ଅଧିକ…
ଭଞ୍ଜନଗରରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ
ଭଞ୍ଜନଗର, ୧୭।୪(ଡି.ଏନ୍.ଏ.): ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ବୁଧବାର ପାଳିତ ହୋଇଯାଇଛି। ଏ ନେଇ ଗଞ୍ଜାମ ଜିଲା ବାଉଁଶଲୁଣ୍ଡି ବିଜୁ ସ୍ମୃତି ସଂସଦ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ବାଇପାସ୍…
ଲଣ୍ଡା ପଡ଼ିଆକୁ ସବୁଜ କଲେ ଦିବ୍ୟାଙ୍ଗ ବୃଦ୍ଧ
ଦଶମନ୍ତପୁର,୧୭ା୪(ଡି.ଏନ୍.ଏ.): ପୂର୍ବପୁରୁଷର ଗୋଟିଏ ଏକର ଜମି ପଡ଼ିଆ ପଡ଼ିଥିଲା। ପାଖରେ ଜଳସେଚନ ବ୍ୟବସ୍ଥା ବି ନଥିଲା। କିନ୍ତୁ ନିଜ ଉଦ୍ୟମ ବଳରେ ଜମିକୁ ପାଣି ମଡ଼ାଇ ଲଣ୍ଡା ପଡ଼ିଆକୁ ସବୁଜିମାରେ ଭରିଦେଇଛନ୍ତି ଜଣେ ଦିବ୍ୟାଙ୍ଗ ବୃଦ୍ଧ। ସେଇ ଗୋଟିଏ ଏକର ଜମିରେ…
ହିନ୍ଦୋଳରେ ନିର୍ବାଚନୀ ଉଷ୍ମତା: ସବୁ ଦଳର ଜୋର୍ଦାର ପ୍ରଚାର
ହିନ୍ଦୋଳ, ୧୭।୪(ଡି.ଏନ.ଏ.)- ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ ୨୩ରେ ମତଦାନ ହେବ। ଏହାକୁ ମାତ୍ର ସପ୍ତାହେ ବାକି ଥିବାବେଳେ ଗଁା ଗଁାରେ ଚାଲିଛି ରୋଡ୍ ଶୋ, ଶୋଭାଯାତ୍ରା, ନିର୍ବାଚନୀ ସଭାସମିତି। ପ୍ରାର୍ଥୀମାନେ ଭୋଟରଙ୍କ ନିକଟତର ହେବାକୁ…
ଅଚଳ ପମ୍ପ ବଢ଼ାଉଛି ସଙ୍କଟ: ଜଳ ପାଇଁ ଡହଳବିକଳ
ବଇଣ୍ଡା,୧୭।୪(ଡି.ଏନ.ଏ.)- ଗ୍ରାମାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବହୁ ପ୍ରକଳ୍ପ ଅଚଳ ହୋଇପଡ଼ିଥିଲେ ବି ସେଗୁଡ଼ିକର ମରାମତି କରାଯାଉ ନାହିଁ। ବର୍ତ୍ତମାନ ଗ୍ରୀଷ୍ମଋତୁରେ ଅଧିକ ଜଳର…
ସୁସ୍ଥ ହୋଇ ଫେରିଲେ କେପି
ଢେଙ୍କାନାଳ ଅଫିସ୍, ୧୭ା୪- ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା କାମାକ୍ଷା ପ୍ରସାଦ ସିଂଦେଓ (କେପି) ସୁସ୍ଥ ହୋଇ ଫେରିଛନ୍ତି। ଖୁବ୍ ଶୀଘ୍ର ସେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସ୍ଥାନୀୟ ରାଜବାଟୀ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ…
Archives


