ଆଞ୍ଚଳିକ ଖବର

ଭୋକିଲା ପେଟରେ ପୂଜାର୍ଚ୍ଚନା କରିବା କାଠିକର ପାଠ ହେବ

ସମ୍ବଲପୁର, ୨୮।୪ (ବ୍ୟୁରୋ)- କରୋନା ଭୂତାଣୁକୁ ନେଇ କଟକଣା ଯୋଗୁ ସମ୍ବଲପୁରର ଇଷ୍ଟଦେବୀ ସମଲେଇଙ୍କ ଦର୍ଶନ ମାର୍ଚ୍ଚ ୧୯ ତାରିଖରୁ ବନ୍ଦ ରହିଛି। ହେଲେ ଦେବୀଙ୍କ ପୂଜାର୍ଚ୍ଚନା ରୀତିନୀତି ଓ ପରମ୍ପରାରେ କରାଯାଉଛି । ମନ୍ଦିର ଟ୍ରଷ୍ଟ ବୋର୍ଡ ପୂଜା ଲାଗି…

ହାଟରେ ରହିଲାନି ସାମାଜିକ ଦୂରତ୍ୱ: ପୋଲିସ ନାକେଦମ୍‌

ରତ୍ନଗିରି, (ଡି.ଏନ୍‌.ଏ.)/ବରୀ, (ସ୍ବ.ପ୍ର.) ୨୭।୪-ଯାଜପୁର ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ସୋମବାର ମଧ୍ୟାହ୍ନ ୧୨ଟା ଠାରୁ ଯାଜପୁର ଜିଲାର କେତେକ ବ୍ଲକ ଓ ଯାଜପୁର ପୌରାଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯିବା ସହ…

ପୋର୍ଟ ଭିତରେ ଜଳିଗଲା ହାଇଓ୍ବା

ପାରାଦୀପ, ୨୪।୪ (ସ୍ବ.ପ୍ର.)-ପାରାଦୀପ ପୋର୍ଟର ୧ନମ୍ବର ଗେଟ୍‌ ପାଖରେ ଚାଲିଥିବ ଏକ ନୂତନ ପ୍ରକଳ୍ପ(ଜେଏସ୍‌ଡବ୍ଲ୍ୟୁ)ରେ ଶୁକ୍ରବାର ଏକ ହାଇଓ୍ବାରେ ନିଆଁ ଲାଗି ଗାଡ଼ିଟି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଗାଡ଼ିଟି ପେଟ୍‌ କୋକ୍‌ ବୋଝେଇ କରି ନିଷିଦ୍ଧାଞ୍ଚଳ ପ୍ଲଟକୁଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି।…

ଗଣ୍ଡାବାଜା କଳାକାରଙ୍କୁ କରୋନା ମାଡ଼

ଲାଠୋର,୨୩।୪ (ଡି.ଏନ.ଏ.): କରୋନା ମୁକାବିଳା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ ଡାଉନ୍‌ ଘୋଷଣା କରଛନ୍ତି। ଏହାଦ୍ୱାରା ସବୁ କ୍ଷେତ୍ର ପ୍ରଭାବିତ ହୋଇଛି। ଏଣୁ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଅଞ୍ଚଳର ଗଣ୍ଡାବାଜା କଳାକାର ମଧ୍ୟ ଦୁର୍ଦିନରେ ଦିନ…

ଅସହାୟ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସରପଞ୍ଚ

ଲାଠୋର, ୨୨।୪ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅଧୀନ ଜଲପାଙ୍କେଲ ଗ୍ରାମର ସ୍ବର୍ଗତ ଦୁର୍ଯ୍ୟୋଧନ ମେହେରଙ୍କ ପରିବାରକୁ ସ୍ଥାନୀୟ ସରପଞ୍ଚ ପ୍ରବୀଣ ଅଗ୍ରଓ୍ବାଲ ସହଯୋଗର ହାତ ବଢାଇଛନ୍ତି। ଜ୍ୱରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ପାଟଣାଗଡ ହସ୍‌ପିଟାଲରେ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ତଦାରଖ କଲେ ଜିଲାପାଳ

ରାଜକନିକା, ୨୨।୪ (ଡି.ଏନ୍‌.ଏ.)-କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା ରାଜକନିକା ବ୍ଲକ ଗସ୍ତ କରିଛନ୍ତି। ଏହି ସମୟରେ ସେ ସିହୋପଡ଼ା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଆରମ୍ଭ ହେଇଥିବା କାର୍ଯ୍ୟର ତଦାରଖ କରିଛନ୍ତି। ସେ ପ୍ରଥମେ ମଡେଲ ପୋଖରୀ କାର୍ଯ୍ୟ ଦେଖିବା ସହିତ ସ୍ଥାନୀୟ ଲୋକଙ୍କ…

ନିମ୍ନମାନର ଚାଉଳ ଦେଇ ଫସିଲା ଯୋଗାଣକାରୀ ସଂସ୍ଥା

ବରଗଡ଼ ଅଫିସ୍‌,୨୨।୪: ମହାମାରୀ କରୋନା(କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣକୁ ନେଇ ସଂକ୍ରମିତ, ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫଳରେ ଏହାକୁ ପ୍ରତିହତ କରିବା ପାଇଁ ସାରାଦେଶରେ ଲକ୍‌ ଡାଉନ୍‌ କଟକଣା ଲାଗୁ କରାଯାଇଛି । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନକୁ ଏଥିରୁ…

ମହୁମାଛି ଆକ୍ରମଣରେ ଜୀବନ ଗଲା

ଦେବଗଡ଼,୨୨ା୪(ଡି.ଏନ.ଏ.): ଦେବଗଡ ସହରର ମିରଗିଡିଆ ସାହିର ଅର୍ଜୁନ ମୁଣ୍ଡା (୫୫) ନାମକ ଜଣେ ବ୍ୟକ୍ତିଙ୍କ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ନିଜର କେତେକ ସାଥୀଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଭୋଜି କରିବାକୁ ଯାଇଥିଲେ। ଏହି ସମୟରେ ଜଙ୍ଗଲରେ ଥିବା ମହୁମାଛି…

ଅଟୋ, ଟ୍ୟାକ୍ସି ଚାଳକ ପାଇଲେ ଖାଦ୍ୟ ସାମଗ୍ରୀ

ବଲାଙ୍ଗୀର ଅଫିସ,୨୨ା୪: ବଲାଙ୍ଗୀର ସହର ମଧ୍ୟରେ ଚାଲୁଥିବା ଅଟୋ ଓ ଟ୍ୟାକ୍ସି ଚାଳକମାନେ ମାସେ ହେଲା ଘରେ ବସିଛନ୍ତି। ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ଏମାନଙ୍କ ପାଇଁ ନିଜ ବିଧାୟକ ପାଣ୍ଠିରୁ ଶୁଖିଲା ଖାଦ୍ୟ ବ୍ୟବସ୍ଥା କରିଛନ୍ତି ା ପୌର ପରିଷଦ…

ସୁନ୍ଦରଗଡ ଜିଲାରେ କରୋନା ପଜିଟିଭ ସଂଖ୍ୟା ୩ରେ ପହଞ୍ଚିଲା: ବିଶ୍ରା ଅଞ୍ଚଳରେ ଆହୁରି ୪୮ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧି ବଢିଲା

ସୁନ୍ଦରଗଡ,୨୦।୪(ଡି.ଏନ୍‌.ଏ.) ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ୬ଟି ଜିଲାକୁ ହାଇରିସ୍କ ଜିଲା ଭାବେ ଘୋଷଣା କରାଯାଇଛି। ଏଥି ମଧ୍ୟରେ ସୁନ୍ଦରଗଡ ଜିଲା ରହିଛି। ଗତ ୧୧ ତାରିଖରେ ଏହି ଜିଲାର ୨ଜଣଙ୍କ ଠାରେ କରୋନା ଭୂତାଣୁ ପ୍ରଥମେ ଚିହ୍ନଟ ହେବା ପରେ…

ପୂଜାର୍ଚ୍ଚନାରେ ସୀମିତ ହନୁମାନ ଜୟନ୍ତୀ

ସମ୍ବଲପୁର, ୧୩।୪ (ବ୍ୟୁରୋ)- କରୋନା ଭୂତାଣୁ ସମଗ୍ର ବିଶ୍ୱକୁ ଗ୍ରାସିଛି । ପ୍ରତିଷେଧକ ଭାବେ ଦେଶରେ ଲକ୍‌ ଡାଉନ ଚାଲିଛି । ସମସ୍ତ ଧାର୍ମିକ ପୀଠରେ ମଧ୍ୟ ତାଲା ଝୁଲୁଛି । ଏଣୁ ସମ୍ବଲପୁରର ପ୍ରସିଦ୍ଧ ହନୁମାନ ଜୟନ୍ତୀ ଶୋଭାଯାତ୍ରା କରୋନା…

ପ୍ରତି ଘରକୁ ଯାଇ ସ୍କ୍ରିନିଂ କରୁଛନ୍ତି ସ୍ବାସ୍ଥ୍ୟକର୍ମୀ

ରାଜନଗର, ୧୧।୪ (ଡି.ଏନ୍‌.ଏ.)-କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଞ୍ଚଳରେ ଜଣେ କରେନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନର ଚିନ୍ତା ବଢ଼ିଯାଇଥିବା ବେଳେ ଲୋକମାନେ ଆତଙ୍କିତ ହୋଇରହିଛନ୍ତି। ଏଭଳିସ୍ଥିତିରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ରାଜନଗର ବ୍ଲକ ଅଧୀନ ୨୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?