ହିନ୍ଦୋଳରେ ନିର୍ବାଚନୀ ଉଷ୍ମତା: ସବୁ ଦଳର ଜୋର୍‌ଦାର ପ୍ରଚାର

ହିନ୍ଦୋଳ, ୧୭।୪(ଡି.ଏନ.ଏ.)- ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ ୨୩ରେ ମତଦାନ ହେବ।  ଏହାକୁ ମାତ୍ର ସପ୍ତାହେ ବାକି ଥିବାବେଳେ ଗଁା ଗଁାରେ ଚାଲିଛି ରୋଡ୍‌ ଶୋ, ଶୋଭାଯାତ୍ରା, ନିର୍ବାଚନୀ ସଭାସମିତି। ପ୍ରାର୍ଥୀମାନେ ଭୋଟରଙ୍କ ନିକଟତର ହେବାକୁ ଦିନରାତି ଏକ୍‌ କରିଦେଇଛନ୍ତି। ନିର୍ବାଚନ ବୈତରଣୀ ପାର ହେବାକୁ ସବୁଦଳ କସରତ ଆରମ୍ଭ କରିଦେଇଥିବାବେଳେ ମାରାଥନ ପ୍ରଚାର ଅଞ୍ଚଳର ରାଜନୈତିକ ବାତାବରଣରେ ଉଷ୍ମତା ଭରିଛି।

୨୦୧୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟିକା ସୀମାରାଣୀ ନାୟକଙ୍କୁ ବିଜେଡି ପୁଣିଥରେ ଟିକେଟ ଦେଇଛି। ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତି, ଜିଲା ପରିଷଦ ସଭାନେତ୍ରୀ ମିନତି ନାୟକ, ଏନଏସି ଅଧ୍ୟକ୍ଷା ରୀନା ବେହେରା, ଓଡ଼ାପଡ଼ା ବ୍ଲକ ଅଧ୍ୟକ୍ଷା ସସ୍ମିତା ମହାନ୍ତିଙ୍କ ସମେତ ଦଳୀୟ ସରପଞ୍ଚ, ସମିତିସଭ୍ୟଙ୍କୁ ନେଇ ସେ ପ୍ରଚାର ଚଳାଇଛନ୍ତି। ହକ୍‌ ମାଗୁଛି ଓଡ଼ିଶା, ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ସର୍ବୋପରି ନବୀନ ପଟ୍ଟନାୟକ ବଳିଷ୍ଠ ନେତୃତ୍ୱକୁ ମାଧ୍ୟମ କରି ସୀମାରାଣୀ ଭୋଟରଙ୍କ ଶ୍ରଦ୍ଧାଭାଜନ ହେବାକୁ ଚେଷ୍ଟା କରୁଛନ୍ତି।

ଭାଜପା ପ୍ରାର୍ଥୀ ଅଶୋକ ନାୟକ ମୋଦି ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଆଧାରରେ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି। ଅଶୋକଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ତାଙ୍କ ବଡ଼ ଭଉଣୀ ତଥା ବିଜେଡିରୁ ବହିଷ୍କୃତ ହୋଇଥିବା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା। ଅଞ୍ଜଳିଙ୍କ ବ୍ୟକ୍ତିଗତ ସମ୍ପର୍କରେ ଥିବା କେତେଜଣ କର୍ମୀଙ୍କୁ ମଧ୍ୟ ଶୋଭାଯାତ୍ରା, ସଭାସମିତିରେ ଦେଖିବାକୁ ମିଳୁଛି। ବିଜେଡିର ଅସନ୍ତୁଷ୍ଟ କର୍ମୀଙ୍କୁ ନିଜ ସପକ୍ଷକୁ ନେବାକୁ ଉଭୟେ ଉଦ୍ୟମ କରୁଛନ୍ତି। ତେବେ ଭାଜପାରେ ଦେଖାଦେଇଥିବା ଅନ୍ତର୍ନ୍ଦ୍ୱନ୍ଦ୍ୱ ଏବେ ଅଶୋକଙ୍କ ସମସ୍ୟା ବଢ଼ାଇଛି। ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ପ୍ରତିଦିନ କର୍ମୀମାନେ ଭାଜପା ଛାଡୁଛନ୍ତି। ସେମାନେ ବିଜେଡି ଶିବିରରେ ଯୋଗଦେଉଛନ୍ତି, ଯାହା ଏବେ ଭାଜପା ପାଇଁ ଚିନ୍ତାର କାରଣ ହୋଇଛି।

କଂଗ୍ରେସ ପ୍ରାର୍ଥୀ ତ୍ରିନାଥ ବେହେରା ମଧ୍ୟ ନିଜ ସମର୍ଥକଙ୍କୁ ନେଇ ଗଁା ଗଁା ବୁଲି ଭୋଟ ଭିକ୍ଷା କରୁଛନ୍ତି। ହେଲେ ପ୍ରଚାର ମଇଦାନରେ ଭାଜପା ପରି କଂଗ୍ରେସ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଟିକେଟ ଲବିରେ ଥିବା ଦଳୀୟ ଆଶାୟୀ ତ୍ରିନାଥଙ୍କଠାରୁ ନିଜକୁ ଦୂରେଇ ରଖୁଛନ୍ତି। ପୂର୍ବରୁ ତ୍ରିନାଥ ୨ଥର କଂଗ୍ରେସରୁ ଟିକେଟ ପାଇଥିଲେ। ସେ ଖୁବ୍‌ କମ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଗତ ନିର୍ବାଚନରେ ସେ ‘ଆମ ଓଡ଼ିଶା’ ଦଳରୁ ଲଢ଼ି ମାତ୍ର ୨୦୦୦ ଭୋଟ ପାଇଥିଲେ। ଚଳିତ ନିର୍ବାଚନରେ କଂଗ୍ରେସ ତାଙ୍କୁ ପୁଣି ଟିକେଟ ଦେଇଥିବାରୁ ସେ ଜିତିବାକୁ ଆଶାବାଦୀ ଅଛନ୍ତି।

୧୮ ତାରିଖ ପରେ ହେଭିଓ୍ବେଟ ନେତା ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ପ୍ରମୁଖ ଦଳ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ପରୀକ୍ଷା ହଲ୍‌ରେ କପି ଦେଲେ ମହିଳା ହୋମଗାର୍ଡ, ସହଯୋଗ କରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

କଟକ,୨୬ା୨ (କାର୍ତ୍ତିକ ସାହୁ): ମାଟ୍ରିକ ପରୀକ୍ଷା ହଲ୍‌ରେ ଦାୟିତ୍ୱ ଠିକ ଭାବେ ତୁଲାଇ ନ ଥିବାରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ପତଣ୍ଡାସ୍ଥିତ ଶଙ୍କର୍ଷଣ ବିଦ୍ୟାପୀଠର ଶିକ୍ଷୟିତ୍ରୀ...

ମାଟି ତଳେ ପୋତା ଛୁଆକୁ ଜଗିଛି ମା’ ହାତୀ

ଯୋଡ଼ା(ମାନସ ମହାନ୍ତି)/କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ),୬ା୨:ଜଙ୍ଗଲରୁ ଜନପଦ, ସ୍ନେହରେ ବନ୍ଧା ଏ ଜଗତ। ମଣିଷ ହେଉ ବା ବନ୍ୟପ୍ରାଣୀ ନିଜ ସନ୍ତାନ ପ୍ରତି ସ୍ନେହ ସମସ୍ତଙ୍କର ରହିଛି।...

ମାଲିକାନା ପରିବର୍ତ୍ତନକୁ ନେଇ ବ୍ୟବସାୟୀଙ୍କ ଗଳା କାଟିଦେଲେ ଅଭିଯୁକ୍ତ

ଉଦଳା,୨୫ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଅଧୀନ ସମୀବୃକ୍ଷ ପର୍ଯ୍ୟଟନସ୍ଥଳୀ ନିକଟରେ ବ୍ୟବସାୟୀ ଚିତ୍ତରଞ୍ଜନ ବେହେରାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ।...

ବାଣ ଫୁଟାଇ ପାପୁଲି ହରାଇଲେ ୨: ୯ ଆହତ

ଭଦ୍ରକ/ତିହିଡ଼ି,୧୩ା୧୧(ସନାତନ ରାଉତ/ସଞ୍ଜିତ ବଳ)-ଦୀପାବଳିରେ ବାଣ ଫୁଟାଇବା ବେଳେ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବିସ୍ଫୋରଣରେ ୨ଜଣ ପାପୁଲି ହରାଇଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ସେହିପରି...

୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ବିଗିଡ଼ିପାରେ ପୂଜା ମାହୋଲ!

ଭୁବନେଶ୍ୱର, ୧୭।୧୦: ଚଳିତ ସପ୍ତାହ ଶେଷ ଆଡକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ...

ପାଟପୁର ପୋଲିସ ବିରୋଧରେ ଏସ୍‌ପିଙ୍କୁ ଫେରାଦ

ଛତ୍ରପୁର,୮ା୭(ସନ୍ତୋଷ ପାଢ଼ୀ): ପାଟପୁର ଥାନା ପୋଲିସର ମନମୁଖୀ କାର୍ଯ୍ୟ ବିରୋଧରେ ଗଞ୍ଜାମ ଏସ୍‌ପିଙ୍କ ନିକଟରେ ଯୁବକମାନେ ଫେରାଦ ହୋଇଛନ୍ତି । ପାଟପୁର ଥାନା ପୋଲିସ କିଛି...

ଖରିଫ ଚାଷ ପାଇଁ ଇନ୍ଦ୍ରାବତୀରୁ ଆରମ୍ଭ ହେଲା ଜଳ ଯୋଗାଣ: ୪୨୯ଟି ଗାଁର ୧ ଲକ୍ଷ ୧୫ ହଜାର ୬୧୫ ହେକ୍ଟର ଚାଷଜମି ହେବ ଜଳ ସେଚିତ

ଭବାନୀପାଟଣା,୭।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି । ହେଲେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଚାଷୀମାନେ ପାଣି ପାଇଁ ହନ୍ତସନ୍ତ ହେଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri