ଲଣ୍ଡା ପଡ଼ିଆକୁ ସବୁଜ କଲେ ଦିବ୍ୟାଙ୍ଗ ବୃଦ୍ଧ

ଦଶମନ୍ତପୁର,୧୭ା୪(ଡି.ଏନ୍‌.ଏ.): ପୂର୍ବପୁରୁଷର ଗୋଟିଏ ଏକର ଜମି ପଡ଼ିଆ ପଡ଼ିଥିଲା। ପାଖରେ ଜଳସେଚନ ବ୍ୟବସ୍ଥା ବି ନଥିଲା। କିନ୍ତୁ ନିଜ ଉଦ୍ୟମ ବଳରେ ଜମିକୁ ପାଣି ମଡ଼ାଇ ଲଣ୍ଡା ପଡ଼ିଆକୁ ସବୁଜିମାରେ ଭରିଦେଇଛନ୍ତି ଜଣେ ଦିବ୍ୟାଙ୍ଗ ବୃଦ୍ଧ। ସେଇ ଗୋଟିଏ ଏକର ଜମିରେ ଏବେ ବିଭିନ୍ନ ଫଳଗଛ, ସବୁଜ ପନିପରିବା ଓ ଫୁଲଗଛ ହସୁଛି। ଉପାନ୍ତ ଅବିଭକ୍ତ କୋରାପୁଟ ଜିଲାର ଚାଷ ବେଉସା ପାଇଁ ପ୍ରେରଣା ପାଲଟିଛନ୍ତି ନିତ୍ୟାନନ୍ଦ ସାହୁ।

ରାୟଗଡ଼ା ଜିଲା କାଶିପୁର ବ୍ଲକ ଡୋଙ୍ଗାସିଲ ପଞ୍ଚାୟତରେ ରହିଛି ଶିଶପାସ୍‌ ଗାଁ। ଏହି ଗାଁଟି କୋରାପୁଟ ଜିଲାର ଦଶମନ୍ତପୁର ବ୍ଲକକୁ ଲାଗିଛି। ଏହି ଗାଁରେ ନିତ୍ୟାନନ୍ଦଙ୍କ ଘର। ୨୫ ବର୍ଷ ତଳର କଥା। ସେ ଗାଁ ନିକଟସ୍ଥ ନାରଙ୍ଗି ଛପର ଡଙ୍ଗରକୁ ଗାଈଗୋରୁ ଚରାଇବାକୁ ଯାଇଥିଲେ। ସେତିକିବେଳେ ବାର୍‌ହା ଆକ୍ରମଣର ଶିକାର ହୋଇଥିଲେ ନିତ୍ୟାନନ୍ଦ। ବାର୍‌ହା ଡାହାଣ ହାତକୁ ଏଭଳି କାମୁଡ଼ିଥିଲା ଯେ ତାହା ଶେଷକୁ ଛିଣ୍ଡିଯାଇଥିଲା। ସେବେଠାରୁ ଦିବ୍ୟାଙ୍ଗ ପାଲଟିଗଲେ ସେ। ଘରେ ତାଙ୍କର ୩ ପୁଅ ଓ ୩ ଜଣ ଝିଅ। ସେମାନଙ୍କର ବିବାହ ହେବା ପରେ ନିତ୍ୟାନନ୍ଦ ସ୍ତ୍ରୀ ଟୋବାଙ୍କ ସହ ରହୁଥିବା କହିଛନ୍ତି। ପୂର୍ବପୁରୁଷରୁ ଗାଁରେ ଥିବା ୧ ଏକର ଜମି ପଡ଼ିଆ ପଡ଼ିଥିଲା। ସେଠାକୁ ଜଳସେଚନ ବ୍ୟବସ୍ଥା ନଥିଲା। ନିଜେ କୋଦାଳ ମାରି ମାରି ୨ କି.ମି. ଦୂରରେ ଥିବା ଆକୁମୁଣ୍ଡାରୁ ପାଣିକୁ ନିଜ ଜମିରେ ମଡ଼ାଇବା ବ୍ୟବସ୍ଥା କଲେ। ଏଥିପାଇଁ ତାଙ୍କୁ ପ୍ରାୟ ୧ ମାସ ଲାଗିଥିଲା। ପାଣି ମାଡ଼ିବା ପରେ ନିତ୍ୟାନନ୍ଦ ଓ ତାଙ୍କ ସ୍ତ୍ରୀ ଆନ୍ଧ୍ରରୁ ବିଭିନ୍ନ ପନିପରିବା ଓ ଫଳଚାଷ ପାଇଁ ବିହନ ଓ ଚାରା ଆଣି ଲଗାଇଲେ। ତାରପୋଲିନରେ କୁଡ଼ିଆକରି ଦିନ ରାତି ସେଠାରେ ବୃଦ୍ଧ ଦମ୍ପତି ଜଗିରହିଲେ। ସେମାନଙ୍କର ପରିଶ୍ରମ ସାକାର ରୂପ ନେଲା। ଯେଉଁଠି ଜମି ପଡ଼ିଆ ପଡ଼ିଥିଲା, ବର୍ତ୍ତମାନ ସେଠାରେ ୮ ଆମ୍ବ ଗଛ, ୬ ଜାମୁଗଛ, ୧୦ କମଳା, ୫ ଲେମ୍ବୁ, ୧୫ ସଲପ, ୩ ଖଜୁରୀ, ୨ ଖଜରା ଗଛ, ୨ ଲିଚୁଗଛ, ଗୋଟିଏ ତେଜପତ୍ର ଗଛ, ୧୬ ଆନ୍ଧ୍ର କଦଳୀଗଛ, ୧୦ ଦେଶୀ କଦଳୀଗଛ, ୬ ଗୁଆଗଛ, ୬ ଅମୃତଭଣ୍ଡା ଗଛ ଲାଗିଛି। ସେହିପରି ୩୦୦ ଫୁଲକୋବି, ୫୦୦ ପତ୍ରକୋବି, ୧ ହଜାର ବାଇଗଣ, ପିଆଜ, ଟମାଟୋ, ୬ଶହ ସପୁରି ଗଛ, ଆଲୋଡି, ଭେଣ୍ଡି, କୁମୁଡ଼ା, କାକୁଡି, ୪ ପ୍ରକାରର ଗୋଲାପ ଗଛ ସାଙ୍ଗକୁ ମଲ୍ଲି ଓ ଇତିମଳା ଫୁଲ ଗଛ ମଧ୍ୟ ବଗିଚାରେ ହସୁଛି। ଏଠାରୁ ଅମଳ ହେଉଥିବା ଫଳ ଓ ପରିବା ଦଶମନ୍ତପୁର ବ୍ଲକ ଏବଂ ରାୟଗଡ଼ା ଜିଲାରେ ବିକ୍ରି ହେଉଛି। ଗାଁ ଆଖପାଖରେ କାହାର ଭୋଜିକାର୍ଯ୍ୟ ହେଲେ ସେମାନେ ନିତ୍ୟାନନ୍ଦଙ୍କ ପରିବା ବଗିଚାରେ ପହଞ୍ଚତ୍ୟାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଟରଭ୍ୟୁ ଦେବାକୁ ଆସି ଟଳିପଡିଲେ ଯୁବକ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ରେଙ୍ଗାଲି, ୧୬।୭ (ଦେବବ୍ରତ ପଣ୍ଡା): ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଜଣେ ଯୁବକଙ୍କର କମ୍ପାନୀ ପରିସରରେ ହିଁ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ…

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଫିଲିପ୍‌, ବାପାଙ୍କୁ ଆସିଲା ଏମିତି କଲ୍‌…

ଗୁଡ଼ାରି,୧୫ା୭(ପ୍ରମୋଦ ପତି): ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଛନ୍ତି ଗୁଡ଼ାରି ବ୍ଲକର ଏମ୍‌କେ ରାଇ ପଞ୍ଚାୟତ ଅନ୍ତର୍ଗତ ମକାଗୁଡ଼ା ଗ୍ରାମର ଅବିବାହିତ…

ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାବୁଡରେ ପଡିଗଲେ ଆର୍‌ଆଇ, ଆଉ ତା’ପରେ…

ଗୁଣପୁର,୧୫।୭(ସୁଜାତା ପାଢ଼ୀ/ ସଂକେତ ପାତ୍ର): ରାୟଗଡ଼ା ଜିଲା ଗୁଣପୁର ତହସିଲର ସିରିଝୋଲି ରାଜସ୍ବ ନିରୀକ୍ଷକ ସୁଶାନ୍ତ ମଲ୍ଲିକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପଟ୍ଟା ଟ୍ରାନ୍ସଫର କରାଇଦେବା ପାଇଁ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

କଲ୍ୟାଣସିଂହପୁର,୧୩।୭(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri